No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ହିଞ୍ଜିଳିକାଟୁ :- ମହିଳାଙ୍କୁ ତୁରନ୍ତ ସୁରକ୍ଷା ଓ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଥିବାର ନଜିର ରହିଛି । ଗଞ୍ଜାମ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ନିର୍ଭୟା ଯୋଜନାରେ ହିଞ୍ଜିଳି ଥାନା ଅଂଚଳର ମହିଳାଙ୍କୁ ଅସହାୟ ସମୟରେ ସମସ୍ତ ପ୍ରକାର ତୁରନ୍ତ ସୁରକ୍ଷା ଯୋଗାଇ ଦେବା ଲକ୍ଷ୍ୟରେ ହିଞ୍ଜିଳି ଥାନାକୁ ଏକ ଲାଲ ରଙ୍ଗର ସ୍କୁଟି ଯୋଗାଇ ଦିଆଯାଇଛି । ହିଞ୍ଜିଳି ଥାନା ପରିସରଭୁକ୍ତ ଅଂଚଳରେ ଯଦି କୌଣସି ମହିଳା ରାସ୍ତାରେ ନିଜକୁ ଅସୁରକ୍ଷିତ ମନେ କରନ୍ତି କିମ୍ବା କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ପୁଲିସ ପ୍ରଶାସନକୁ ଖବର ଦେଲେ ତତ୍କ୍ଷଣାତ ସଂପୃକ୍ତ ଘଟଣା ସ୍ଥଳରେ ମହିଳା ପୁଲିସ ପଂହଚି ସଂପୃକ୍ତା
ମହିଳାଙ୍କୁ ଆବଶ୍ୟକ ସୁରକ୍ଷା ଓ ସହ୍ରାତା ପ୍ରଦାନ କରାଯିବ ବୋଲି ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁୁ ଦାସ ସୂଚନା ପ୍ରଦାନ କରିଛନ୍ତି । ଦକ୍ଷ ମହିଳା ପୁଲିସ କର୍ମଚାରୀ ମାନେ ସଂପୃକ୍ତ ଲାଲ ରଙ୍ଗର ସ୍କୁଟି ଯୋଗେ ହିଞ୍ଜିଳି ଥାନା ଅଂଚଳରେ ପେଟ୍ରୋଲିଂ କରିବେ ବୋଲି ଜଣାପଡ଼ିଛି । ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ ସମୟରେ ଘଟୁଥିବା ଅପରାଧକୁ ରୋକିବାରେ ଗ୍ୟ୍ଜାମ ପୁଲିସ ପ୍ରଶାସନ ପକ୍ଷରୁ ନିର୍ଭୟା ଯୋଜନାରେ ପ୍ରଦାନ କରାଯାଇଥିବା ଲାଲ ରଙ୍ଗର ସ୍କୁଟି ବିଶେଷ ଭାବରେ ସହାୟକ ହୋଇପାରିବ ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result