No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ବୁଧବାର ) ପଦ୍ମପୁର :- ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ଏକ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଆବାହକ ଧିରେନ ମହାନ୍ତିଙ୍କ ସଭାପତିତ୍ବରେ ଆଜି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ,ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବଡ ଶତପଥୀ ଯୋଗ ଦେଇଥିଲେ । ସଭା ଆରମ୍ଭ ରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଶ୍ରୀ ଦିଲ୍ଲୀପ କୁମାର ବେହେରା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅତିଥି ମାନଙ୍କର ପରିଚୟ ପ୍ରଦାନ

କରିଥିବା ବେଳେ ସଭା ଆରମ୍ଭ ରୁ ଭଗବାନ ନୃସିଂହ ମହାପ୍ରଭୁ ଙ୍କର ପ୍ରତିଛବି ରେ ଅତିଥି ମାନେ ପୁଷ୍ପ ପ୍ରଦାନ ସହ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇ ଯାଇଥିବାରୁ ତାଙ୍କୁ ” ଆଦର୍ଶ ଶିକ୍ଷକ ” ସମ୍ମାନରେ ସମ୍ମାନିତ କରି ମାନପତ୍ର ପୁପ୍ପଗୁଛ ଓ ଉପଢୌକନ ଦେଇ ମୁଖ୍ୟ ଅତିଥି ଶ୍ରୀ ପୁରୋହିତ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ସାମ୍ବାଦିକ ବଡ ଶତପଥୀ,ସୁରଥ ସାହୁ,ଲୁଲୁ ସାହୁଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅତିଥି ମାନେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କୁ ଶିକ୍ଷକ ସମାଜର ଜଣେ ପଥ ପ୍ରଦର୍ଶକ ବୋଲି ମତ ବ୍ଯକ୍ତ କରିଥିଲେ । ଶେଷରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ପୂର୍ବତନ ଆବାହକ ରାହାସ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result