• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆରମ୍ଭ ହୋଇଛି ସେଇ ପୁରୁଣା ଚର୍ଚ୍ଚା : ମନ୍ତ୍ରିମଣ୍ଡଳ ଅଦଳ ବଦଳ

Proprietor Abhimanyu Maharana by Proprietor Abhimanyu Maharana
January 8, 2021
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଆରମ୍ଭ ହୋଇଛି ସେଇ ପୁରୁଣା ଚର୍ଚ୍ଚା : ମନ୍ତ୍ରିମଣ୍ଡଳ ଅଦଳ ବଦଳ
Share on FacebookShare on TwitterWhatsapp

1. ସମ୍ଭବତଃ ନିକଟରେ ମନ୍ତ୍ରିମଣ୍ଡଳର ଅଦଳବଦଳ ହେବ । ଏହାର କାରଣ ହେଲା ଚଳିତ ମାସରୁ ଆରମ୍ଭ ହେଉଛି ଲୋକସଭାରେ ବଜେଟ ଅଧିବେଶନ । ଓଡିଶାରେ ଫେବୃଆରୀ ଶେଷ ସପ୍ତାହରୁ ଆରମ୍ଭ ହୋଇପାରେ ବିଧାନସଭାର ବଜେଟ ଅଧିବେଶନ । ସେଥିପାଇଁ ଏଇ ମାସରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନହେଲେ ବଜେଟ ଅଧିବେଶନ ସରିବା ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରିବ ନାହିଁ । ତେଣୁ ଜାନୁଆରୀ ହିଁ ଉପଯୁକ୍ତ ସମୟ ବୋଲି କୁହାଯାଉଛି ।

 2. ସେହିପରି ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ କିଛି ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନୁହେଁ । ସେମାନଙ୍କ ପାଖରେ ବିଭାଗ ପରିଚାଳନାର ଦକ୍ଷତା ନାହିଁ ।

3. ହେଲେ ଯାହା ସୂଚନା ମିଳିଛି ଯେଉଁ ମନ୍ତ୍ରୀ ହଟିବେ ସେହି ଜିଲ୍ଲାରୁ ନୂଆ ମୁହଁକୁ ଗୁରୁତ୍ଵ ଦିଆଯିବ । ଏହାର କାରଣ ହେଲା ଆଗକୁ ପୌର ନିର୍ବାଚନ ।

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ଭୁବନେଶ୍ଵର /ଅଭିମନ୍ୟୁ :- ଓଡିଶା ର ରାଜନୀତି ମହଲ ରେ ଆରମ୍ଭ ହୋଇଛି ସେଇ ପୁରୁଣା ଚର୍ଚ୍ଚା ମନ୍ତ୍ରିମଣ୍ଡଳ ଅଦଳବଦଳ । କୁହାଯାଉଛି ନିକଟରେ ଏନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ । ଯଦିଓ ତାରିଖ କାହାକୁ ଜଣାନାହିଁ । କିନ୍ତୁ ମନ୍ତ୍ରିମଣ୍ଡଳ ରୂପରେଖ ବଦଳିବ ବୋଲି ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି । କିଏ ବାଦ ପଡିବେ ଓ କାହାକୁ ସାମିଲ କରାଯିବ ତାହାର ହେଉଛି ତର୍ଜମା ।

ଓଡିଶାରେ ଚାଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାର। ଦ୍ଵିତୀୟ ବର୍ଷ ପୂରଣ ହେବାକୁ ଆଉ କିଛିମାସ ବାକି ଅଛି। କରୋନା ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ସ୍ଥିତି ବଦଳାଇଦେଲା ମହାମାରୀ । ଏବେ ସ୍ଥିତି ସୁଧୁରିବାରୁ ପୁଣି ମନ୍ତ୍ରିମଣ୍ଡଳ କଥା ଉଠିଛି । ଏହାକୁ ଉଡା ଖବର ବୋଲି କୁହାଯାଇ ପାରିବ ନାହିଁ । ସମ୍ଭବତଃ ନିକଟରେ ମନ୍ତ୍ରିମଣ୍ଡଳର ଅଦଳବଦଳ ହେବ । ଏହାର କାରଣ ହେଲା ଚଳିତ ମାସରୁ ଆରମ୍ଭ ହେଉଛି ଲୋକସଭାରେ ବଜେଟ ଅଧିବେଶନ । ଓଡିଶାରେ ଫେବୃଆରୀ ଶେଷ ସପ୍ତାହରୁ ଆରମ୍ଭ ହୋଇପାରେ ବିଧାନସଭାର ବଜେଟ ଅଧିବେଶନ । ସେଥିପାଇଁ ଏଇ ମାସରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନହେଲେ ବଜେଟ ଅଧିବେଶନ ସରିବା ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରିବ ନାହିଁ । ତେଣୁ ଜାନୁଆରୀ ହିଁ ଉପଯୁକ୍ତ ସମୟ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଏଥର ଅନେକ ମନ୍ତ୍ରୀ ବିଦାହେବେ । କେତେକଙ୍କର ବିଭାଗ ବଦଳିବ । ଯୁବ ବିଧାୟକମାନଙ୍କୁ ବାଛିବେ ମୁଖିଆ । ବୟସ୍କ ଓ ପୁରୁଖାଙ୍କୁ ଦଳୀୟ କାର୍ଯ୍ୟରେ ନିଯୋଜିତ କରାଯିବ । ବିବାଦୀୟ ଓ ଅପାରଗ ହଟିବେ । ଯେଉଁମାନଙ୍କ କାର୍ଯ୍ୟକଳାପ ସ୍ଵଚ୍ଛ ନୁହେଁ ସେମାନେ ବିଦାହେବେ । କେବଳ ରାଜନୈତିକ ଦଳ ନୁହେଁ ବିଭିନ୍ନ ମହଲରେ ମଧ୍ୟ ଅନୁରୂପ ଆଲୋଚନା ହେଉଛି । ତେବେ ଏପରି ଆକଳନ ଭୁଲ ନୁହେଁ । ଏଥିରେ କିଛି ବାସ୍ତବତା ରହିଛି । କାରଣ ବିବାଦ ପାଇଁ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ବଢୁଛି । ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀଙ୍କୁ ମିଳୁଛି ମଉକା । ଏହାର ପରିସମାପ୍ତି ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ ବିଷୟରେ ଚିନ୍ତା କରିପାରନ୍ତି । ନଚେତ ବଜେଟ ଅଧିବେଶନରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ।

ସେହିପରି ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ କିଛି ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନୁହେଁ। ସେମାନଙ୍କ ପାଖରେ ବିଭାଗ ପରିଚାଳନାର ଦକ୍ଷତା ନାହିଁ । ଆଉ କେତେକ ରାଜ୍ୟର ସ୍ଵାର୍ଥ ଅପେକ୍ଷା ନିଜର ଆୟକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ସେଥିପାଇଁ ତୃତୀୟ ମହଲାରୁ ଫାଇଲ ଫେରିଛି । ତେଣୁ ଏହି ବର୍ଗର ମନ୍ତ୍ରୀମାନେ ନବୀନଙ୍କ ହିଟ୍ ଲିଷ୍ଟରେ ରହିଛନ୍ତି । ଏବେ ନିଜ ସୁରକ୍ଷା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ପଦବୀ ବଞ୍ଚାଇବା ସମ୍ଭବ ହୋଇନପାରେ ।

ଆହୁରି କୁହାଯାଉଛି ମନ୍ତ୍ରୀ ହେବା ପାଇଁ ଅନେକ ଆଶାୟୀ ରହିଛନ୍ତି । କିନ୍ତୁ ଖୁଲୁମଖୁଲା ଲବି କରିବାକୁ ସାହସ ଯୁଟାଇ ପାରୁ ନାହାନ୍ତି  । ହେଲେ ଯାହା ସୂଚନା ମିଳିଛି ଯେଉଁ ମନ୍ତ୍ରୀ ହଟିବେ ସେହି ଜିଲ୍ଲାରୁ ନୂଆ ମୁହଁକୁ ଗୁରୁତ୍ଵ ଦିଆଯିବ । ଏହାର କାରଣ ହେଲା ଆଗକୁ ପୌର ନିର୍ବାଚନ । ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନିତ କଲେ ବିରୋଧୀଙ୍କୁ କହିବାକୁ ସୁଯୋଗ ମିଳିବନି । ସେ ଦୃଷ୍ଟିରୁ ଅଧିକାଂଶ ପୁରୁଣା ନେତା ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ଭବତଃ ହୋଇନପାରେ । ମୁଖ୍ୟମନ୍ତ୍ରୀ ପୌର ନିର୍ବାଚନରେ ନୂଆ ନେତାଙ୍କ ଇମେଜକୁ ପରଖିବାର ଅଧିକ ସମ୍ଭାବନା ରହିଛି । ତେବେ ଏସବୁ ଆକଳନ  ନବୀନ କେଉଁ ନିଷ୍ପତ୍ତି ନେବେ ତାହା କାହାକୁ ଜଣାନାହିଁ । ଏବେ ଦେଖିବାର କଥା ମନ୍ତ୍ରିମଣ୍ଡଳ ଅଦଳବଦଳ କେବେ ହେଉଛି ଓ ନବୀନ କେଉଁମାନଙ୍କୁ ବିଶ୍ଵାସକୁ ନେଇ ନିଜ ଟିମରେ ସାମିଲ କରୁଛନ୍ତି ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version