No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) କଟକ :- ଦୀର୍ଘ ୧୦ ମାସ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇଥିବା କଟକଣା କରୋନା ଉଠିଲା । ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗୁରୁବାର ଠାରୁ ଖୋଲିଛି କଟକର ସବୁ ଧର୍ମାନୁଷ୍ଠାନ। ୧୦ ମାସ ଧରି ଦର୍ଶନରୁ ବଞ୍ଚିତ ହୋଇଥିବା ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ ଟିକେ କରିବାର ସୁଯୋଗ ପାଇଛନ୍ତି । ବିଶେଷ କରି କଟକର ଅଧିଷ୍ଠାତ୍ରୀ ଦେବୀ ମା , କଟକ ଚଣ୍ଡୀଙ୍କ ମନ୍ଦିର ଖୋଲିବା ପୁର୍ବରୁ ମା ଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିଲେ ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ।

ମନ୍ଦିର କମିଟି ତରଫରୁ ମୁଖ୍ୟ ଫାଟକ ଖୋଲିବା ମାତ୍ରେ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିବେଶ । ମା ଙ୍କର ଦର୍ଶନ ଟିକକ୍ ପାଇବା ପାଇଁ ବ୍ୟାକୁଳ ହୋଇ ଉଠୁଥିଲେ ଶ୍ରଦ୍ଧାଳୁ । ମହାମାରୀ କରୋନା ଯେଉଁପରି ଭାବେ ମାସ ମାସ ଧରି କନ୍ଦାଇଥିଲା , ଆଉ ସେ ଦୁଃଖ ନ ଦେବାକୁ ମା ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଶ୍ରଦ୍ଧ । ସହରର କଟକ ଚଣ୍ଡୀଙ୍କ ସମେତ ଗଡ଼ଚଣ୍ଡୀ,ଗଡଗଡେଶ୍ୱର ମନ୍ଦିର,ଅମରେଶ୍ୱର ଆଦି ସବୁ ମନ୍ଦିର ଖୋଲିଛି। ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ର ଘୋଷଣା ହେବା ପରେ ଆଜି କେବଳ ମନ୍ଦିର ଖୋଲାଯାଇଛି ।

ଆଉ ଆସନ୍ତାକାଲି କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ଛଡାଯିବ । ତେବେ ସମସ୍ତ ଶ୍ରଦ୍ଧାଳୁ ମାସ୍କ୍ ପରିଧାନ କରିବା ସହ ସାନିଟାଇଜର ର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ । ଶ୍ରଦ୍ଧାଳୁ ମାନେ କିପରି ଶୃଖଂଳିତ ହୋଇ ଦର୍ଶନ କରିବେ ସେସବୁକୁ ଧ୍ୟାନ ଦେବେ ବୋଲି ଚଣ୍ଡୀ ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା କହିଛନନ୍ତି ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ପ୍ରଶାସନ ନିଷ୍ପତ୍ତି ଆଧାରରେ ଆଜି ସହରରେ ମନ୍ଦିର ସମେତ ଚର୍ଚ୍ଚ, ମସଜିଦ ଆଦି ଖୋଲିଛି । ଆଉ ସବୁ ଧର୍ମାନୁଷ୍ଠାନ ରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । (ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result