No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) ରାୟଗଡ଼ :- ଗଜପତି ରାୟଗଡ଼ ବ୍ଲକ ଜିରାଙ୍ଗ ନିକଟସ୍ତ ଅବାସିଂ ଛକ ଠାରେ ଆଜି ସକାଳ ସମୟରେ ରାୟଗଡ଼ ପୋଲିସ ଅକ୍ଷରୁ ପଟ୍ରୋଲିଙ୍ଗ ଚାଲିଥିବା ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟର ମାଲିକ ନିଜେ ବାଲି ଗାଡିଟି ନେଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଯାଇଥିଲେ l ଉକ୍ତ ଗାଡିକୁ ଜବତ କରି ରାୟଗଡ଼ଥାନା କୁ ଅଣାଯାଇଛି ଗାଡି ମାଲିକ ଯଶବନ୍ତ ନାୟକ ରାୟଗଡ଼ ତହସିଲଦାରଙ୍କୁ ସାକ୍ଷାତ କରି ବାଲି ଗାଡି ବାବଦକୁ ଫାଇନ ଆକାରେ ଦଶ ହଜାର ଏକ ଶହ ପାଞ୍ଚ ଟଙ୍କା ରସିଦ କାଟିଥିବା ଜଣାପଡିଛି ! ତେବେ ଗାଡି ବାବଦକୁ ୧୫୫୦୦ ଟଙ୍କା ଜୋରିମାନା କଟା ଯାଇ ଗଜପତି ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ଉକ୍ତ ଗାଡିର କାଗଜ ପତ୍ର ଯାଞ୍ଚ କରିବା ପାଇଁ ଥାନା ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଥିବା ସୂଚନା ମେଳିଛି l ଗାଡି ସଂଖ୍ୟା ଓଡି ୨୦ଏ ୮୧୯୧ ଟ୍ରଲି ସଂଖ୍ୟା ଓଡି ୨୦ଏ ୮୧୯୨ କୁ ଜବତ କରିଥିବା ରାୟଗଡ଼ ଥାନ ଅଧିକାରୀ ଶ୍ରବଣ କୁମାର ମହାରଣା ଜଣାଇଛନ୍ତି l ( ସଞ୍ଜୀବ କୁମାର ପାଣି ରାୟଗଡ )
No Result
View All Result