• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଉଳମାଳା ମାଙ୍କଡ଼ା ପଥରରେ ତିଆରି ବାଇଶି ପାହାଚର ନିର୍ମାଣ ସମ୍ପର୍କରେ…

Proprietor Abhimanyu Maharana by Proprietor Abhimanyu Maharana
January 6, 2021
in ଓଡ଼ିଶା, ପୁରୀ, ହୋମ୍
0
ବଉଳମାଳା ମାଙ୍କଡ଼ା ପଥରରେ ତିଆରି ବାଇଶି ପାହାଚର ନିର୍ମାଣ ସମ୍ପର୍କରେ…
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) ପୁରୀ :- ବାଇଶି ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି ବାଇଶି ପାହାଚର ନିର୍ମାଣ ସମ୍ପର୍କରେ ଏକ କିମ୍ବଦନ୍ତି ପ୍ରଚଳିତ । କିମ୍ବଦନ୍ତୀ ମତେ ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ଵରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ  ଲାଭକଲେ । ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଜମ୍ବେଶ୍ଵର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।

ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷତମାମ ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି । ବିଭିନ୍ନ ତତ୍ତ୍ଵ ଓ ମତ ସମ୍ପାଦନ କରନ୍ତୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରି ଯିବାକୁ ପଡ଼ିଥାଏ । ତେଣୁ ଏହି ବାଇଶି ପାହାଚ ହେଉଛି ତତ୍ତ୍ଵମୟ ଓ ପବିତ୍ରମୟ । ବିଶ୍ଵାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ଦ୍ଵିତୀୟ ସୋପାନରେ ରହିଛି ଯମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ଵାସ ରହିଛି ।

ବାଇଶି ପାହାଚର ତାତ୍ତ୍ଵିକ ମାହାତ୍ମ୍ୟ ଉପରେ ଅନେକ ବିଶ୍ଵାସ ପ୍ରଚଳିତ, ଯଥା; କେତେକଙ୍କ ମତରେ ଦଶ ଅବତାର ଗୁଡ଼ିକର ଗୋଡ଼ ସଂଖ୍ୟା ମିଶି ବାଇଶି ହୋଇଥିବାରୁ ସେହି ଅନୁସାରେ ବାଇଶି ପାହାଚ ହୋଇଛି। ଦ୍ଵିତୀୟତଃ ପରଂବ୍ରହ୍ନ ହିରଣ୍ୟ ଗର୍ଭରେ ପଦ୍ମାସନରେ ଥାଆନ୍ତି । ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ ଦେଇ ଯିବାକୁ ହୁଏ । ଅଷ୍ଟ ବୈକୁଣ୍ଠ ଯଥା- ଶ୍ରୀବୈକୁଣ୍ଠ, କୌବଲ୍ୟ ବୈକୁଣ୍ଡ, କାରଣାର୍ଣ୍ଣବ ବୈକୁଣ୍ଡ, ଶେଷଶାୟୀ ବୈକୁଣ୍ଡ, ଶ୍ଵେତଦୀପ ବୈକୁଣ୍ଡ, ପରବେଶ୍ୟାମ ବୈକୁଣ୍ଡ ଗଭୌଦକ ଶାୟୀ ବୈକୁଣ୍ଡ ଓ କୈଳାସ ବୈକୁଣ୍ଠ । ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ ଚଉଦ ଭୁବନ ବିଦ୍ୟମାନ । ଚଉଦ ଭୁବନ ମଧରେ ସପ୍ତ ଭୁବନ ମର୍ତ୍ତ୍ୟରେ ଓ ସପ୍ତଭୁବନ ପାତାଳରେ ଭୁମ୍ଫା, ଭୁବ, ସ୍ଵା, ମହ, ଜନ, ତପ ଓ ସତ୍ୟ ଏବଂ ସପ୍ତ ପାତାଳ ହେଉଛି ଅତଳ, ସ୍ଵତଳ, ବିତଳ, ତଳାତଳ, ମହୀତଳ, ରସାତଳ ଓ ପାତାଳ ।

ତେଣୁ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ (ସପ୍ତ ମର୍ତ୍ତ୍ୟ ଓ ସପ୍ତ ପାତାଳ) ମିଶି ବାଇଶି ଯାହାକି ବାଇଶି ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି । ଭାଗବତ ହେଉଛି ଜଗନାଥଙ୍କ ହୃଦୟର ଭାଷା ସ୍ଵରୂପ । ଏହା ଦ୍ଵାଦଶ (୧୨) ଖଣ୍ଡ ସହିତ ବାସୁଦେବ, ନୃସିଂହ, ରାମକୃଷ୍ଣ, ନାରାୟଣ, ଗୋବିନ୍ଦ, ମାଧବ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, କମଳା ଓ ଭୁବନେଶ୍ଵରୀ । ବାରଖଣ୍ଡ ଭାଗବତ ଓ ଦଶ ଦେବାଦେବୀ ମିଶି ବାଇଶି ସଂଖ୍ୟା ହେଉଛି ବାଇଶି ପାହାଚର ପ୍ରତିଫଳନ । ପଞ୍ଚମାତ୍ରା, ପଞ୍ଚଭୂତ, ପଞ୍ଚବୀଜ, ପଞ୍ଚଦେବଙ୍କ ସହିତ ଜୀବ ଓ ପରମ ଦୁଇ ମିଶି ବାଇଶି, ଏହାର ପ୍ରତୀକାମୂକ ହେଉଛି ବାଇଶି ପାହାଚ । ଅନ୍ୟ କେତେକଙ୍କ ମତରେ ବାଇଶିଟି ତୀର୍ଥ ଭୂମିର ସ୍ୱରୂପ ବାଇଶି ତତ୍ତ୍ଵର ପ୍ରତୀକ ଓ ବାଇଶିଟି ଭାବର ପ୍ରତୀକ ହେଉଛି ବାଇଶି ପାହାଚ । ପଞ୍ଚରସ, ଅଷ୍ଟାତାଳ୍ପିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ହେଉଛି ବାଇଶି । ଯାହାକି ବାଇଶି ପାହାଚରେ ପ୍ରତିଫଳିତ ରୂପେ କେତେକ କହନ୍ତି । ତେଣୁ ବାଇଶି ପାହାଚ ହେଉଛି ଅତ୍ୟନ୍ତ ତତ୍ତ୍ଵପୂର୍ଣ୍ଣ ଓ ରହସ୍ୟମୟ । ବାଇଶି ପାହାଚ କୁହାଯାଉଥଲେ ମଧ୍ୟ ତାହା ବାସ୍ତବରେ ୨୦ଟି ପାହାଚ ରହିଛି । ପୁରୁଣା ବା ମୂଳ ସିଂହଦ୍ଵାରଠାରୁ ନୂଆ ସିଂହଦ୍ଵାର ପର୍ଯ୍ୟନ୍ତ ଲାଗିଥିବା ଏହି ପାହାଚକୁ ବାଇଶି ପାହାଚ ବୋଲି କୁହାଯାଏ ।

ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ଶ୍ରୀମନ୍ଦିର ପ୍ଳଟ ନଂ୧୫୭ (କ)ରେ ଏହା ଅବସ୍ଥିତ । ପୂର୍ବରୁ ଏଠାରେ ମହାପ୍ରସାଦ ବିକ୍ରି ହେଉଥଲା । ଭକ୍ତମାନେ ମହାପ୍ରସାଦ ଓ କୈବଲ୍ୟ ପାଉଥଲେ । ସେଥପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଲେଖିଛନ୍ତି : ବାଇଶି ପାବଚ୍ଛ ଗଲି ସୁଖେ , କୈବଲ୍ୟ ପସରା ବେନି ପାଶେ । ଚାଣ୍ଡାଳୁ ବ୍ରାହ୍ମଣ ଶୁଦ୍ର ପରିଯନ୍ତେ, କୈବଲ୍ୟ ଭୂଞ୍ଜନ୍ତି ମୁଖେ ମୁଖେ । ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି । ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ, ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି । ଯାହା ଅର୍ଦ୍ଧଗୋଲାକାର । ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ଵନାଥ ମନ୍ଦିର ରହିଛି । ଜନଶ୍ରୁତି ଅନୁଯାୟୀ ରାଜା ଭାନୁଦେବ ବାଇଶି ପାହାଚ ନିର୍ମାଣ କରିଥଲେ । ବାଇଶି ପାହାଚ ନିର୍ମାଣ କରିଥିବାରୁ ତାଙ୍କ ପୁତ୍ର ବିପଦମୁକ୍ତ ହୋଇଥବା କୁହଯାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version