• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହିଳାଙ୍କୁ ସାମାଜିକ ବାସନ୍ଦ ଧମକ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ – ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
January 2, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ମହିଳାଙ୍କୁ ସାମାଜିକ ବାସନ୍ଦ ଧମକ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ – ହିଞ୍ଜିଳିକାଟୁ
Share on FacebookShare on TwitterWhatsapp

ଓଡ଼ିଆ ତାଜା ନ୍ୟୁଜ (୧ ଡିସେମ୍ବର ଶୁକ୍ରବାର) ହିଞ୍ଜିଳି :- ସ୍ୱାମୀଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସର୍ମ୍ପକକୁ କେନ୍ଦ୍ର କରି କୂଳ ସମାଜରେ ଅର୍ଥ ଦଣ୍ଡ ଏବଂ ଅର୍ଥଦଣ୍ଡ ନଦେଲେ ସାମାଜିକ ବାସନ୍ଦ ଧମକ । ଏଭଳି ଏକ ଘଟଣା ଇଂରାଜୀ ନୂତନ ବର୍ଷ ପ୍ରଥମ ଦିବସ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସଂପୃକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହିଞ୍ଜିଳି ଥାନା ଘେରାଉ କରିଥିଲେ । ପ୍ରକାଶ ଯେ, ହିଞ୍ଜିଳି ଥାନା ଅଂଚଳର ଏକ ଗ୍ରାମରେ ଗତ ୧୭ ତାରିଖ ରାତି ପ୍ରାୟ ୧୧ ଘଂଟା ସମୟରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ବ୍ୟକ୍ତି ସଂପୃକ୍ତ ଗ୍ରାମର ଜଣେ ମହିଳାଙ୍କ ଘରେ ପଶି ଅନୈତିକ କାର୍ଯ୍ୟ କରୁଥିଲେ । ଗ୍ରାମବାସୀ ଘଟଣା ଜାଣିପାରି ଗ୍ରାମର ବହୁ ମହିଳା ଓ ପୁରୁଷ ସଂପୃକ୍ତ ମହିଳାଙ୍କ ଘର କବାଟ ଖୋଲିବାକୁ କହିଥିଲେ । ଘଟଣା ନେଇ ମହିଳାଙ୍କ ସ୍ୱାମୀଙ୍କୁ ଖବର ଜଣାଇଥିଲେ ।

ଖବର ପାଇ ମହିଳାଙ୍କ ସ୍ୱାମୀ ଗତ ୨୧ ତାରିଖରେ ଗ୍ରାମରେ ପଂହଚିବା ପରେ ସଂପୃକ୍ତ ଗ୍ରାମ କେବର୍ତ ସମାଜର କୂଳ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନୈତିକ କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ୫୧ ହଜାର ୫ଶହ ଓ ମହିଳାଙ୍କ ସ୍ୱାମୀଙ୍କୁ ୨୧ ହଜାର ଟଙ୍କା ଜୋରିମାନା ପକା ଯାଇଥିଲା । ଜୋରିମାନା ନଦେଲେ ସମାଜିକ ବାସନ୍ଦ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିଲା । ମହିଳାଙ୍କ ସ୍ୱାମୀ ୨୧ ହଜାର ଟଙ୍କା ପରିବର୍ତେ ୧୧ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ତେବେ ମହିଳା ଜଣକ ଅନ୍ୟ ବ୍ୟକ୍ତିଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ନଥିଲେ ଯଦି ବା ଥିଲେ ଗ୍ରାମବାସୀ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ କିପରି ଠାବ କରିପାରିଲେ ନାହିଁ ବୋଲି କୂଳ ସମାଜକୁ ଓଲଟା ପ୍ରଶ୍ନ କରିଥିଲେ । ଜୋରିମାନା ଅର୍ଥ ନଦେଇ ଘଟଣା ନେଇ ମହିଳା ଜଣକ ଗୁରୁବାର ରାତିରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଘଟଣାର ଜେରା କରିବା ସକାଶେ ଗ୍ରାମର ସଂପୃକ୍ତ ଯୁବକଙ୍କୁ ଥାନାକୁ ଡ଼କାଇଥିଲେ ।

ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଶୁକ୍ରବାର ସକାଳେ ସଂପୃକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପ୍ରାୟ ସାଢେ ୨ଘଂଟା ପାଇଁ ହିଞ୍ଜିଳି ଥାନା ଘେରାଉ କରିଥିଲେ । ଅପରାହ୍ନରେ ଥାନା ଭାରପ୍ରାପ୍ତ ଅଧିକାରୀ ଥାନାରେ ପହଂଚିବା ପରେ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଆଇଆଇସି ଦାସ କହିଛନ୍ତି । ଫଟୋ- ଗ୍ରାମବାସୀଙ୍କ ଥାନା ଘେରାଉ ଓଲଟିଲା ଯାତ୍ରୀବାହୀ ଅଟୋ, ୨ ଗୁରୁତର ହିଞ୍ଜିଳିକାଟୁ, ୧ା୧(ଓଡ଼ିଶା ତାଜା ନ୍ୟୁଜ, ୧ଜାନୁୟାରୀ ଶୁକ୍ରବାର/ଶୁସାନ୍ତ ପ୍ରଧାନ) : ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ରଙ୍ଗୁଣିପଲ୍ଲୀ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋ(ଓଡ଼ି୦୭ଇ୮୯୯୭) ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିବାରୁ ଚାଳକ ସମେତ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଅଟୋ ଚାଳକ ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମର ପଂଚାନନ ସେଠି (୨୮) ଓ ଯାତ୍ରୀ ଜଣକ ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଗ୍ରାମର ମନୋରଂଜନ ସାହୁ(୫୦) । ସ୍ଥାନୀୟ ଲୋକେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡ଼ାକ୍ତରଙ୍କ ସୁତ୍ରରୁ ପ୍ରକାଶ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି । ପ୍ରକାଶ ଯେ, ଯାତ୍ରୀବାହୀ ଅଟୋଟି କୁରୁଳା ଠାରୁ ଇନ୍ଦ୍ରାକ୍ଷୀ ଅଭିମୁଖେ ଯାଉଥିବା ବେଳେ ରଙ୍ଗୁଣିପଲ୍ଲୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିଥିଲା ।  (ହିଞ୍ଜିଳି/ ଶୁସାନ୍ତ ପ୍ରଧାନ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅଳ୍ପ ଗଡି ତିନିରଥ ରହିଲା : ମରଚିକୋଟ ତାଳଧ୍ବଜ, ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଦର୍ପଦଳନ ସିଂହଦ୍ୱାର ଠାରେ ନନ୍ଦିଘୋଷ ଅଟକିଛି

ଅଳ୍ପ ଗଡି ତିନିରଥ ରହିଲା : ମରଚିକୋଟ ତାଳଧ୍ବଜ, ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଦର୍ପଦଳନ ସିଂହଦ୍ୱାର ଠାରେ ନନ୍ଦିଘୋଷ ଅଟକିଛି

July 17, 2026
ତାଳଧ୍ୱଜ ଓ ଦେବୀଦଳନ ରଥ ଲାଗିଲା ମାଉସୀ ମା ମନ୍ଦିର ଖଳାରେ : ଶ୍ରୀମନ୍ଦିର ଖଳାରେ ଅଟକିଲା ନନ୍ଦିଘୋଷ

ତାଳଧ୍ୱଜ ଓ ଦେବୀଦଳନ ରଥ ଲାଗିଲା ମାଉସୀ ମା ମନ୍ଦିର ଖଳାରେ : ଶ୍ରୀମନ୍ଦିର ଖଳାରେ ଅଟକିଲା ନନ୍ଦିଘୋଷ

July 17, 2026
ଧ୍ୟାନକୁଦ ପୀଠରେ ଶ୍ରୀଗୁଣ୍ଡିଚା ରଥଯାତ୍ରା

ଧ୍ୟାନକୁଦ ପୀଠରେ ଶ୍ରୀଗୁଣ୍ଡିଚା ରଥଯାତ୍ରା

July 16, 2026
ରଥଖଳାରୁ ସିଂହଦ୍ୱାର ଲାଗିଲା ତିନିରଥ ରଥ-ପଥ-ଭକ୍ତ ପ୍ରସ୍ତୁତ

ରଥଖଳାରୁ ସିଂହଦ୍ୱାର ଲାଗିଲା ତିନିରଥ ରଥ-ପଥ-ଭକ୍ତ ପ୍ରସ୍ତୁତ

July 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅଳ୍ପ ଗଡି ତିନିରଥ ରହିଲା : ମରଚିକୋଟ ତାଳଧ୍ବଜ, ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଦର୍ପଦଳନ ସିଂହଦ୍ୱାର ଠାରେ ନନ୍ଦିଘୋଷ ଅଟକିଛି

ଅଳ୍ପ ଗଡି ତିନିରଥ ରହିଲା : ମରଚିକୋଟ ତାଳଧ୍ବଜ, ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଦର୍ପଦଳନ ସିଂହଦ୍ୱାର ଠାରେ ନନ୍ଦିଘୋଷ ଅଟକିଛି

July 17, 2026
ତାଳଧ୍ୱଜ ଓ ଦେବୀଦଳନ ରଥ ଲାଗିଲା ମାଉସୀ ମା ମନ୍ଦିର ଖଳାରେ : ଶ୍ରୀମନ୍ଦିର ଖଳାରେ ଅଟକିଲା ନନ୍ଦିଘୋଷ

ତାଳଧ୍ୱଜ ଓ ଦେବୀଦଳନ ରଥ ଲାଗିଲା ମାଉସୀ ମା ମନ୍ଦିର ଖଳାରେ : ଶ୍ରୀମନ୍ଦିର ଖଳାରେ ଅଟକିଲା ନନ୍ଦିଘୋଷ

July 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version