• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରବିବାର ଠାରୁ ଖୋଲିବ ମା ତାରାତାରିଣୀ ମନ୍ଦିର : ଜିଲ୍ଲା ପ୍ରଶାସନ

Proprietor Abhimanyu Maharana by Proprietor Abhimanyu Maharana
December 29, 2020
in ଓଡ଼ିଶା, ଗଞ୍ଜାମ, ହୋମ୍
0
ରବିବାର ଠାରୁ ଖୋଲିବ ମା ତାରାତାରିଣୀ ମନ୍ଦିର   : ଜିଲ୍ଲା ପ୍ରଶାସନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ,ମଙ୍ଗଳବାର ) ଛତ୍ରପୁର :- ଆସନ୍ତା ରବିବାର ଠାରୁ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀ ମନ୍ଦିର ସର୍ବ ସାଧାରଣଙ୍କ ଦର୍ଶନ ସକାଶେ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ଚୈତ୍ର ମାସ ଦ୍ବିତୀୟ ମଙ୍ଗଳବାର ପରଠାରୁ କରୋନା ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକ ଜନ ସାଧାରଣଙ୍କ ଜନ ସମାଗମକୁ ରୋକିବା ନେଇ ବନ୍ଦ କରାଯାଇଥିବା ଦୀର୍ଘଦିନର ବ୍ୟବଧାନ ପରେ ସେବାୟତ ମାନଙ୍କ ସହ ଆଲୋଚନା ବିମର୍ଶ କରି ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ବୈଠକରେ ଘୋଷଣା କରିଛନ୍ତି । ତେବେ ଭକ୍ତଗଣ ମନ୍ଦିରକୁ ଦର୍ଶନ ନିମନ୍ତେ ଯିବା ବେଳେ ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ବ ଓ ସାନିଟାଇଜେସନ୍ ଉପରେ ଅଧିକ ସତର୍କତାମୂଳକ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଜିଲ୍ଲାରେ ରହିଥିବା ସମସ୍ତ ମନ୍ଦିର ଗୁଡିକ ମଧ୍ୟ ସ୍ଥାନୀୟ ତହସିଲଦାର, ମନ୍ଦିର କମିଟି ଓ ସେବାୟତ ମାନଙ୍କ ସହ ଆଲୋଚନା କରି ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ମନ୍ଦିରର ଗର୍ଭଗୃହ ଗୁଡିକରେ ବାୟୁର ଚଳପ୍ରଚଳ ହୋଇ ନ ଥାଏ । ଉକ୍ତ ସ୍ଥାନରେ ଜନ ଗହଳି ରହିଲେ ସଂକ୍ରମଣର ଆଶା ନିଶ୍ଚିତ ରହୁଛି । ଏଣୁକରି ପୂଜକ ଓ ଭକ୍ତ ମାନଙ୍କ ସୁରକ୍ଷା ଦୃଷ୍ଚିରୁ କୋଭିଡ୍-୧୯ ସତର୍କତା ଜରୁରୀ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । କୋଭିଡ୍-୧୯ ବେଳେ ମନ୍ଦିର ବନ୍ଦ କରିବା ନିଷ୍ପତ୍ତି ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିଲା । ଯାହାକୁ ମା ତାରାତାରିଣୀ ମନ୍ଦିରର ପୂଜକ ଗଣ ସହଯୋଗ କରିଥିଲେ । ତେଣୁ କରି ମନ୍ଦିର ଦ୍ବାରା ସଂକ୍ରମଣ ରୋକିବା ସମ୍ଭବପର ହୋଇଥିଲା । ଏଥିଯୋଗୁଁ ପୂଜକ ମାନଙ୍କ ସହଯୋଗ ସକାଶେ ଜିଲ୍ଲାପାଲ ଧନ୍ୟବାଦ ଦେଇଥିଲେ । ଆଗାମୀ ଏକମାସ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବାକୁ ପଡିବ । ମା ତାରାତାରିଣୀ ମନ୍ଦିରର ପାହାଡ ସୁରକ୍ଷା କାର୍ଯ୍ୟ ସମେତ ଦୀପଘର, ସ୍ନାନ ମଣ୍ଡପ, ପ୍ରସାଦ ସେବନ ଗୃହ, ଭିଉ ପଏଣ୍ଟ ଇତ୍ୟାଦି ଅନେକ ଗୁଡିଏ ଉନ୍ନୟନ କାର୍ଯ୍ୟ ଚାଲିଛି ।

ସେହି ହେତୁ ମନ୍ଦିର ଚୂଡାରେ ଉନ୍ନୟନ କାର୍ଯ୍ୟ ସାମଗ୍ରୀ ଗଚ୍ଛିତ ଅଛି । ଏଣୁ ଯାନ ବାହନ ରଖିବା ସ୍ଥାନର ଅଭାବ ରହିଛି । କୌଣସି ଯାନବାହନ ପାହାଡର ୩.୫ କିଲୋମିଟର ଦେଇ ଯାତାୟତକୁ ବାରଣ କରାଯାଇଛି । ପାହାଡ ରାସ୍ତା ସମସ୍ତଙ୍କ ସକାଶେ ଖୋଲା କିନ୍ତୁ ଯାନବାହନ ଗୁଡିକ ମନ୍ଦିର ନିକଟକୁ ନେବାକୁ ବାରଣ କରାଯାଇଛି । ମନ୍ଦିର ତଳେ ଯାନ ବାହନ ପାର୍କିଂ ବ୍ୟବସ୍ଥା କରାଯିବ । ଆସନ୍ତା ୬ ମାସ ଯାଏଁ ମନ୍ଦିର ନିକଟକୁ ଯାନବାହନ ବାରଣ ରହିବ । ପରବର୍ତ୍ତି ପର୍ଯ୍ୟାୟରେ ବ୍ୟାଟେରୀ ଯାନ ବ୍ୟବହାର କରାଯିବ । ସେବାୟତ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କ ସକାଶେ ପରିଚୟ ପତ୍ର ପ୍ରଦାନ କରାଯିବ । ପୂର୍ବାହ୍ନ ୬ଘ.୩୦ମି. ରୁ ମଧ୍ୟାହ୍ନ ୧୨ଘ.୩୦ମି. ଏବଂ ଅପରାହ୍ନ ୨ଘ. ରୁ ସଂଧ୍ୟା ୫ ଘ. ଯାଏଁ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବ । ବାରିକେଡ୍ ନିର୍ମାଣ କରି ଅଳ୍ପ ଅଳ୍ପ ଭକ୍ତଙ୍କୁ ଦର୍ଶନ ନିମନ୍ତେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବ । ପାହାଡ ରାସ୍ତା ଦେଇ ପ୍ରଶାସନ ପକ୍ଷରୁ ବସ୍ ଯୋଗେ ମନ୍ଦିର ନିକଟକୁ ଯାତ୍ରୀଗଣ ଦର୍ଶନ ନିମନ୍ତେ ନେବା ଆଣିବା କରାଯିବ । ଏଥି ସକାଶେ କେତେ ଦର ବସ୍ ଭଡା ରହିବ ତାହା ପରବର୍ତ୍ତି ପର୍ଯ୍ୟାୟରେ ସ୍ଥିର କରି ଜଣାଇଦିଆଯିବ । ଭକ୍ତଙ୍କ ସକାଶେ ପାନୀୟ ଜଳ ବ୍ୟବସ୍ଥା ହେବ ପାହାଡର ଚତୁଃପାର୍ଶ୍ବରେ ତଳ ସ୍ଥାନରେ କୌଣସି ପିକନିକ୍ ସକାଶେ ବାରଣ କରାଯାଇଛି ।

ରୋଷେଇ କାର୍ଯ୍ୟ ସମ୍ପୂର୍ଣ୍ଣରୂପେ ମନା କରାଯାଇଛି । ଯଦି କେହି ପିକନିକ୍ କରନ୍ତି ତେବେ ସାମଗ୍ରୀ ଜବତ୍ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ମନ୍ଦିର ବେଢାରେ ବିବାହ କାର୍ଯ୍ୟ କିମ୍ବା କୌଣସି କ୍ରିୟଶୀଳତା ବା ସକ୍ରିୟ କାର୍ଯ୍ୟ ହେବନାହିଁ । ପାହାଡ ନିକଟବର୍ତ୍ତି ସ୍ଥାନ ଗୁଡିକ ଟାଟା ଏସି ବ୍ୟାଟେରୀଗାଡି ଲଗାଇ ସଫେଇକାର୍ଯ୍ୟ କରିବାକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ନିତେଶ୍ ତ୍ରିପାଠୀ, ଉପଖଣ୍ଡ ପୋଲିସ୍ ଅଧିକାରୀ ସୀମା ସ୍ବାଇଁ, ଭାରପ୍ରାପ୍ତ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ମନ୍ଦିର ଉନ୍ନୟନ କମିଟିର ଫାଉଣ୍ଡର ସଂପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ପ୍ରଶାସନିକ ଅଧିକାରୀ ଟି.କେ.ରେଡ୍ଡୀ, ସେବାୟତ ସଭାପତି ତପନ ରଣା, ସଂପାଦକ ବାପୁଜୀ ରଣା, ମିଟୁରଣା, ଧ୍ରୁବଚରଣ ପଣ୍ଡା  ପ୍ରମୁଖ ପୂଜକ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।(ରିପୋର୍ଟ : ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version