No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ନୟାଗଡ଼ :- ନୟାଗଡ ଜିଲ୍ଲା ଯୁବ କଂଗ୍ରେସ ସାଙ୍ଗଠନିକ ସଭା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରୋଟାରି ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି l ନୟାଗଡ ଜିଲ୍ଲା ପାଇଁ ନବନିଯୁକ୍ତ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଏବଂ ମିର ଅବୁବକର ସିଦ୍ଧିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ସାଙ୍ଗଠନିକ ସଭାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତିରଞ୍ଜନ ଲେଙ୍କା ଜିଲ୍ଲା କଂଗ୍ରେସ ପୂର୍ବ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, ମନୋଜ ସାହୁ , କମଳ ଚରଣ ସାହୁ , ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ , ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଆମଜାଦ ଖାଁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ନଳିନୀକାନ୍ତ ନାୟକ ଏବଂ ରାଜ୍ୟ ଯୁବ କଂଗ୍ରେସ ଆଇନ ସେଲ ଅଧ୍ୟକ୍ଷ ଆଦିତ୍ୟ ପ୍ରସାଦ ପରିଡା ପ୍ରମୁଖ ସମଗ୍ର ନୟାଗଡ ଜିଲ୍ଲାରେ ଯୁବ କଂଗ୍ରେସ ସଂଗଠନ ପୁନର୍ବିନ୍ୟାସ ଉପରେ ଆଲୋଚନା କରାଯାଇଥିଲା l ( ରିପୋର୍ଟ-ରାମକୃଷ୍ଣ ରଥ )
No Result
View All Result