No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର )ପାରଳାଖେମୁଣ୍ଡି:- ଆଇଆରଇଏଲ କଂପାନୀ ଦ୍ବାରା ପ୍ରାଭାବିତ ମାଟିଖାଲ ଗ୍ରାମର ପ୍ରଭାବିତ ଲୋକ ମାନଂକୁ ଭେଟିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାଥି ଭି.ଚନ୍ଦ୍ରଶେଖର ନାଇଡୁ । କଂପାନୀର ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଆବଶ୍ଯକୀୟ ଜମିର ବେଆଇନ ଜମିଅଧିଗ୍ରହଣ କୁ ବିରୋଧ କରିବାରୁ ଗ୍ରାମର ୨୮ ଜଣ ମହିଳା ଓ ପୁରୁଷ ଙ୍କୁ ଗିରଫ କରି ଜେଲ ପଠାଇଥିଲା ସ୍ଥାନୀୟ ପ୍ରଶାସନ । ତେବେ ପ୍ରଶାସନର ଏହି ବେଆଇନ କାଯ୍ଯକୁ ଶ୍ରୀ ନାଇଡୁ ତୀବ୍ର ନିନ୍ଦା କରିଛନ୍ତି । ଆଇନ ସମ୍ମତ ଜମି ଅଧିଗ୍ରହଣ ନକରି କାମ ଆଗକୁ ବଢାଇବା ସଂପୂଣ୍ନ ବେଆଇନ ବୋଲି ଶ୍ରୀ ନାଇଡୁ ଅଭିଯୋଗ କରିଛନ୍ତି । ଜମି ଅଧିଗ୍ରହଣ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଆଇନକୁ ଏଠାରେ ସଂପୂଣ୍ନ ଭାବେ ଉଲଂଘନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଦଳିତ ଲୋକ ମାନଂକ ଅଧିକାର ଭାରତୀୟ ସଂବିଧାନ ଦ୍ବାରା ସଂପୂନ୍ନ ସୁରକ୍ଷିତ ପାଇଁ ବିଧି ବ୍ଯବସ୍ଥା ରହିଥିବା ବେଳେ ଏଠାରେ ସଂପୂଣ୍ନ ବେଆଇନ କାଯ୍ଯକରାଯାଇଛି । ସ୍ବତନ୍ତ୍ର ଜମି ଅଧିଗ୍ରହଣ ଆଇନରେ ଜମିଅଧିଗ୍ରହଣର ନିଧିଷ୍ଟ ସମୟ ମଧ୍ଯରେପ୍ରକଳ୍ପ କାଯ୍ଯ ନ ହେଲେ ଜମିମାଲିକକୁ ଜମି ଫେରାଇବା ପାଇଁ ବ୍ଯବସ୍ଥା ରହିଛି । ହେଲେ ଏଠାରେ ଏହା ବିଫଳ ହୋଇଛି । ଏନେଇ ନ୍ଯାୟିକ ଲଢେଇ ଜୋରଦାର ହେବ ବୋଲି ଶ୍ରା ନାଇଡୁ କହିବା ସହ ଉଭୟ ରାଜ୍ଯ ଓ କେନ୍ଦ୍ର ସରକାରକୁ ସେ କାଠଗଡାକୁ ଟାଣିଛନ୍ତି । ଏହି ଅବସରରେ ଶ୍ରୀ ନାଇଡୁ ମାଟିଖାଲ ଗ୍ରାମରେ ପହଁଚି ଏହି ଲଢେଇରେ ନିଜକୁ ସାମିଲ କରି ଜେଲ ଭୋଗିଥିବା ସମସ୍ତ ୨୮ଜଣକୁଂ ସମ୍ବଦ୍ଦିତ କରିଛନ୍ତି । ଏହି କାଯ୍ଯକ୍ରମରେ ବ୍ରହ୍ମପୁର ଯୁବକଂଗ୍ରେସ ସଭାପତି ବିଜୟରାଜ ପାଣିଗ୍ରାହୀ,ଶିବରାମ ପାତ୍ର, ଗୁରୁଦେବ ବେହେରା ,ସୁମା ଦାସ,ବନ୍ଧୁ ପ୍ରଧାନ,ଉଦୟ ପ୍ରଧାନ,ପତିତ ଗନ୍ତାୟତ,ତତସତ ସୁବୁଦ୍ଦି,ଇଜୁ ଅମିର ଖାନ ପ୍ରମୁଖ ଉପସ୍ଥିତ ଥିଲେ । (ଋିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result