ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା ୨୧/୦୧ /୨୦୨୦ :- ରିଖ ଆଜି ରାଜ୍ୟସଭାର ମହାସଚିବ ଶ୍ରୀ ଦେଶ୍ ଦୀ ପକ ବର୍ମା ବାଚସ୍ପତି ଡ. ସୂଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାସ୍ଥିତ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟସାକ୍ଷାତ କରିଛନ୍ତି ।

ଏହି ସାକ୍ଷାତ ସମୟରେ ଓଡ଼ିଶା ବିଧାନସଭା ଓ ରାଜ୍ୟସଭାର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଓଡ଼ିଶା ବିଧାନସଭାର ବିଭିନ୍ନ ଆବଶ୍ୟକତା ଓ ନ୍ୟାସନାଲ୍ ଇ-ବିଧାନ ଆ ପ୍ଲିକେସନ୍ ଆଦି ବିଷୟ ଏହି ଆଲୋଚନରେ ସ୍ଥାନ ପାଇଥିଲା ।

ରାଜ୍ୟସଭାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ସାଂସଦମାନଙ୍କ କାଯ୍ୟଶୈଳୀ ଓ ବିତର୍କ ଅତି ଉଚ୍ଚକୋଟୀର ରହିଛି ବୋଲି ଶ୍ରୀ ବର୍ମା ପ୍ରକାଶ କରିଥିଲେ । ଶ୍ରୀ ବର୍ମା ଓଡ଼ିଶା ବିଧାନସଭାର ବିଭିନ୍ନ ଉ ପବିଭାଗ ଓ ବିଧାନସଭା ଗୃହ ପରିଦର୍ଶନ କରିଥିଲେ ।

ବାଚସ୍ପତି ଡ. ପାତ୍ର ଶ୍ରୀ ବର୍ମାଙ୍କୁ ପ୍ରଭୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତ୍ତି ଏବଂ ଉ ପଢୌକନ ପ୍ରଦାନ କରିଥିଲେ । ଏହି ସୌଜନ୍ୟ ସାକ୍ଷାତ ସମୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତ ପଥୀ ଉ ପସ୍ଥିତ ଥିଲେ ।












