• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ

Proprietor Abhimanyu Maharana by Proprietor Abhimanyu Maharana
December 15, 2020
in ଓଡ଼ିଶା, ଖୋର୍ଦ୍ଧା, ପୁରୀ, ହୋମ୍
0
ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏହା ପ୍ରାୟତଃ ଡିସେମ୍ବର ୧୪ ବା ୧୫ ତାରିଖରେ ପଡ଼େ । ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି (ପ୍ରାୟତଃ ଜାନୁଆରୀ ୧୪ତାରିଖ) ପର୍ଯ୍ୟନ୍ତ ଚାଲିଥାଏ । ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ I ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ । ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସୀସା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ । ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡା’ବା ‘ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ ।

ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କହନ୍ତି ।ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟବୃଦ୍ଧି ସହିତ ଚାନ୍ଦମାନ ଓ ସଂକ୍ରାନ୍ତି କଳାରେ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । ଅମାବାସ୍ୟା ଓ ପୂର୍ଣ୍ଣିମା ଚନ୍ଦ୍ର ଦର୍ଶନ ଯୋଗୁଁ ପ୍ରତ୍ୟକ୍ଷରେ ଉପଲବ୍ଧ କରିହୁଏ; କିନ୍ତୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ଦିନ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ହୁଏ । ପ୍ରତି ଇଂରାଜୀ ମାସର ତା୧୩ରିଖ ଠାରୁ ତା୧୫ରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି । ଏହିପରି ସୌରମାନ ମାସଗୁଡ଼ିକୁ ଇଂରାଜୀ ମାସିକ ପଞ୍ଜିକା ଅନୁସାରେ ଗଣନା କରାଯାଏ ।

ମେଷ: ଅପ୍ରେଲ – ମଇ, (ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥିତି)
ବୃଷ: ମଇ – ଜୁନ
ମିଥୁନ: ଜୁନ – ଜୁଲାଇ
କର୍କଟ: ଜୁଲାଇ – ଅଗଷ୍ଟ
ସିଂହ: ଅଗଷ୍ଟ – ସେପ୍ଟେମ୍ବର
କନ୍ୟା: ସେପ୍ଟେମ୍ବର – ଅକ୍ଟୋବର
ତୁଳା: ଅକ୍ଟୋବର – ନଭେମ୍ବର
ବିଛା: ନଭେମ୍ବର – ଡିସେମ୍ବର
ଧନୁ: ଡିସେମ୍ବର – ଜାନୁଆରୀ
ମାସ: ଜାନୁଆରୀ – ଫେବୃଆରୀ
କୁମ୍ଭ: ଫେବୃଆରୀ – ମାର୍ଚ୍ଚ
ମୀନ: ମାର୍ଚ୍ଚ – ଅପ୍ରେଲ ମାସ
ଏହିପରି ଦୁଇଟି ମାସର ଅର୍ଦ୍ଧେକକୁ ନେଇ ଗୋଟିଏ ରାଶି ମାସ ଗୋଟିଏ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସନ୍ତ ପର୍ଯ୍ୟନ୍ତ ଚଳେ । ପୃଥିବୀର ନିଜ କକ୍ଷରେ ଦୈନିକ ପରିଭ୍ରମଣ ବା ଆହ୍ନିକ ଗତି ଏବଂ ସୂର୍ଯ୍ୟଙ୍କର ବିଷ୍ଣୁପଦୀ ସଂକ୍ରମଣ ବା ସଂକ୍ରାନ୍ତି ସଞ୍ଚାର ବିଷୁବ ରେଖାଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ସହିତ ସଂପୃକ୍ତ । ସେଇଥିପାଇଁ ପ୍ରତ୍ୟେକ ବର୍ଷର ମାର୍ଚ୍ଚ ୨୧, ଜୁନ ୨୨, ସେପ୍ଟେମ୍ବର ୨୩ ଓ ଡିସେମ୍ବର ୨୨ତାରିଖରେ ପୃଥିବୀରେ ସର୍ବତ୍ର ଦିନରାତି ସମାନ । ମାର୍ଚ୍ଚ ମାସ ତା ୨୧ ରିଖରୁ ଜୁନ ୨୨ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରେ ବିଷୁବରେଖାଠାରୁ ୨୩ ଡିଗ୍ରୀ ଉତ୍ତରରେ ଅବସ୍ଥିତ କର୍କଟ କ୍ରାନ୍ତି ପର୍ଯ୍ୟନ୍ତ ଯାତ୍ରା କରି ସେପ୍ଟେମ୍ବର ୨୨ତାରିଖରେ ବିଷୁବରେଖାକୁ ଫେରି ଆସନ୍ତି । ପୁଣି ସେପ୍ଟେମ୍ବର ୨୩ତାରିଖରୁ ଡିସେମ୍ବର ୨୨ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଦିଗକୁ ୨୩ ଡିଗ୍ରୀ ମକର କ୍ରାନ୍ତି ପର୍ଯ୍ୟନ୍ତ ଯାତ୍ରା କରି ପୁଣି ଉତ୍ତରାମୁଖୀ ହୋଇ ମାର୍ଚ୍ଚ ୨୧ତାରିଖରେ ବିଷୁବରେଖାକୁ ପ୍ରତ୍ୟାବର୍ତ୍ତନ କରନ୍ତି ।

ଜ୍ୟୋତିଷ ତତ୍ତ୍ୱ ଅନୁଯାୟୀ ରବି ସଂକ୍ରମଣକାଳୀନ ଗ୍ରହଚକ୍ର ଅନୁସାରେ ୧୨ଟି ରାଶିଚକ୍ର ରହିଛି । ଏଣୁ ପୃଥିବୀର ବାର୍ଷିକ ଗତିଦ୍ୱାରା ନିଜ କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମା କରୁଥିବାବେଳେ ବାର ମାସରେ ବିଭିନ୍ନ ଅବସ୍ଥାନରେ ରହି ସୂର୍ଯ୍ୟଙ୍କର ଗୋଟିଏ ରାଶିଚକ୍ର ଅନ୍ୟ ଗୋଟିଏ ରାଶିଚକ୍ରକୁ ସଂକ୍ରମଣ କରୁଥିବା ସମୟକୁ ସଂକ୍ରାନ୍ତି ରୂପେ ଗଣାଯାଉଥିବାରୁ ଏହା ହେଉଛି ଓଡ଼ିଆ ମାସର ଆରମ୍ଭ ବା ପ୍ରଥମ ଦିନ । ପ୍ରତି ମାସାରମ୍ଭରେ ଗୋଟିଏ ସଂକ୍ରାନ୍ତି ପଡ଼ିଲେ ଓଡ଼ିଆ ପଞ୍ଜିକାନୁଯାୟୀ ସୂର୍ଯ୍ୟଙ୍କର ରାଶିଚକ୍ର ନାମାନୁସାରେ ସଂକ୍ରାନ୍ତି ଗୁଡ଼ିକ ପହିଲା ବୈଶାଖ ଅର୍ଥାତ ମେଷ ସଂକ୍ରାନ୍ତିରୁ ଆରମ୍ଭ ହୋଇ ଯଥାକ୍ରମେ ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ ଏହିପରି ବର୍ଷରେ ବାରଟି ସଂକ୍ରାନ୍ତି ପଡ଼ିଥାଏ । ବର୍ଷର ସମସ୍ତ ସୌରମାସ ସଂକ୍ରାନ୍ତ ଅଟେ କିନ୍ତୁ ଅଧିମାସ ବା ମଳମାସ ସଂକ୍ରାନ୍ତି ନୁହେ । ଅର୍ଥାତ ଅଧିମାସରେ ସଂକ୍ରାନ୍ତି ନଥାଏ । ଭିନ୍ନ ଭିନ୍ନ ନକ୍ଷତ୍ରରେ ସୂର୍ଯ୍ୟଙ୍କ ସଂକ୍ରମଣ ଘଟିବା ଯୋଗୁଁ ସଂକ୍ରାନ୍ତି ମାନଙ୍କୁ ୭ ଭାଗରେ ବିଭକ୍ତ କରାଯାଇ ଅଛି ; ଯଥା : ମନ୍ଦା, ମନ୍ଦାକିନୀ, ଧ୍ୱାକ୍ଷୀ, ଘୋରା, ମହୋଦରୀ, ରାକ୍ଷସୀ ଓ ମିଶ୍ରିତା । ସଂକ୍ରାନ୍ତିକୁ ନିରଂଶ ଦିବସ କୁହାଯାଏ, ସେଥିପାଇଁ ଏ ଦିନ ଯାତ୍ରାଦି ଶୁଭକର୍ମ ନିଷିଦ୍ଧ। ସଂକ୍ରାନ୍ତି ଦିନ ସାୟଂସନ୍ଧ୍ୟା ନିଷିଦ୍ଧ ।

ନାମକରଣ
ଓଡ଼ିଶାରେ ସଂକ୍ରାନ୍ତିର ନାମକରଣ ପରବର୍ତ୍ତୀ ମାସର ନାମ ଅନୁସାରେ କରାଯାଏ ; ଯଥା ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି । ଓଡ଼ିଆରେ ଧନୁ ସଂକ୍ରାନ୍ତି ଧନୁ ମାସର ପ୍ରଥମ ଦିନ ।

ଧନୁ (ପୌଷ), ମିଥୁନ (ଆଷାଢ଼), କନ୍ୟା (ଆଶ୍ୱିନ) ଓ ମୀନ (ଚୈତ୍ର) ସଂକ୍ରାନ୍ତିକୁ ‘ଷଡ଼ଶୀତି’ ସଂକ୍ରାନ୍ତି କୁହାଯାଏ ।
ବୃଷ (ଜ୍ୟୈଷ୍ଠ), ବୃଶ୍ଚିକ (ମାର୍ଗଶୀର), ସିଂହ (ଭାଦ୍ର) ଓ କୁମ୍ଭ (ଫଗୁଣ) ସଂକ୍ରାନ୍ତିକୁ ‘ବିଷ୍ଣୁପଦୀ’ ସଂକ୍ରାନ୍ତି କୁହାଯାଏ ।
ମକର (ମାଘ) ସଂକ୍ରାନ୍ତିକୁ ‘ଉତ୍ତରାୟଣ’ ଓ କକଡ଼ା (ଶ୍ରାବଣ) ସଂକ୍ରାନ୍ତିକୁ ‘ଦକ୍ଷିଣାୟନ’ ସଂକ୍ରାନ୍ତି ବୋଲାଯାଏ ।
ମେଷ (ବୈଶାଖ) ସଂକ୍ରାନ୍ତିକୁ ‘ମହାବିଷୁବ’ ସଂକ୍ରାନ୍ତି ଓ ତୁଳା (କାର୍ତ୍ତିକ) ସଂକ୍ରାନ୍ତିକୁ ‘ଜଳବିଷୁବ’ ସଂକ୍ରାନ୍ତି ବୋଲାଯାଏ ।
ଶୁକ୍ଳପକ୍ଷ ସପ୍ତମୀ ଦିନ ସଂକ୍ରାନ୍ତି ହେଲେ ତାହାର ନାମ ‘ମହାଜୟା’ ହୁଏ । ଉକ୍ତ ଦିନ ସୂର୍ଯ୍ୟପୂଜା ଓ ଦାନାଦି ପୂଣ୍ୟପ୍ରଦ ।
ଚୈତ୍ରର ଷଡ଼ଶୀତି ସଂକ୍ରାନ୍ତି: ଏହି ଦିନ ଘଣ୍ଟାକର୍ଣ୍ଣ ପୂଜା ହୁଏ।
ବୈଶାଖର ମହାବିଷୁବ ସଂକ୍ରାନ୍ତି: ଏହା ପଣା ସଂକ୍ରାନ୍ତି ଭାବେ ପରିଚିତ। ଏ ଦିନ ସୂର୍ଯ୍ୟ ବିଷୁବ ରେଖାକୁ ପାରି ହୋଇ ଉତ୍ତର ଆଡ଼କୁ ଅର୍ଥାତ କର୍କଟ କ୍ରାନ୍ତି ଆଡ଼କୁ ଗତି କରନ୍ତି ।
ଜ୍ୟୈଷ୍ଠର ବିଷ୍ଣୁପଦୀ ସଂକ୍ରାନ୍ତି
ଆଷାଢ଼ର ଷଡ଼ଶୀତି ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି: ଓଡ଼ିଶାରେ ରଜ ପର୍ବ ଭାବେ ପରିଚିତ ।
ଶ୍ରାବଣ ମାସର ଦକ୍ଷିଣାୟନ ସଂକ୍ରାନ୍ତି: ଏ ଦିନ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ବିଷୁବ ରେଖା ଆଡ଼କୁ ଗତି କରନ୍ତି। ଏହି ଦିନ ଠାରୁ ତିନି ଦିନ ପର୍ଯ୍ୟନ୍ତ ନଦୀ ମାନେ ରଜସ୍ୱଳା ହୁଅନ୍ତି ।
ଭାଦ୍ରବ ମାସର ବିଷ୍ଣୁପଦୀ ସଂକ୍ରାନ୍ତି:
ଆଶ୍ୱିନର ଷଡ଼ଶୀତି ସଂକ୍ରାନ୍ତି ବା କନ୍ୟା ସଂକ୍ରାନ୍ତି:
କାର୍ତ୍ତିକର ଜଳବିଷୁବ ସଂକ୍ରାନ୍ତି ବା ଗର୍ଭଣା ସଂକ୍ରାନ୍ତି: ଏ ଦିନ ଗର୍ଭଣା ଡାଳ ବା କାଠିକୁ ପୂଜା କରି ଧାନ କ୍ଷେତରେ ପୋତାଯାଏ । ସୂର୍ଯ୍ୟ ବିଷୁବ ରେଖାକୁ ଟପି ଏହି ଦିନ ଦକ୍ଷିଣ ଆଡ଼କୁ ଅର୍ଥାତ ମକର କ୍ରାନ୍ତି ଆଡ଼କୁ ଗତି କରନ୍ତି।
ମାର୍ଗଶୀରର ବିଷ୍ଣୁପଦୀ ସଂକ୍ରାନ୍ତି :
ପୁଷମାସର ଷଡ଼ଶୀତି ସଂକ୍ରାନ୍ତି ବା ଧନୁ ସଂକ୍ରାନ୍ତି: ଏ ଦିନ ଦେବତାଙ୍କୁ ଧନୁମୁଆଁ ଭୋଗ ହୁଏ ଏବଂ ଜଗନ୍ନାଥଙ୍କର ପହିଲି ଭୋଗ ଆରମ୍ଭ ହୁଏ ।
ମାଘ ମାସର ଉତ୍ତରାୟଣ ସଂକ୍ରାନ୍ତି : ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିରୁ ଉତ୍ତର ଦିଗକୁ ଫେରନ୍ତି । ଦେବତାଙ୍କୁ ମକର ଚାଉଳ ଓ ତିଲୁଆ ଖଜା ଭୋଗ ହୁଏ । ଏହାକୁ ତିଲୁଆ ସଂକ୍ରାନ୍ତି ମଧ୍ୟ କୁହାଯାଏ ।
ଫଗୁଣର ବିଷ୍ଣୁପଦୀ ସଂକ୍ରାନ୍ତି:
ସଂକ୍ରାନ୍ତି ବ୍ରତ ସମ୍ପାଦନ କରନ୍ତୁ
ସଂକ୍ରାନ୍ତିମାନଙ୍କରେ ଆଚରଣୀୟ ନାନାପ୍ରକାର କର୍ମାନୁଷ୍ଠାନ:

କାର୍ତ୍ତିକେୟ ବ୍ରତ (ସ୍କନ୍ଦପୁରାଣ):ମାର୍ଗଶୀର ମାସ ସଂକ୍ରାନ୍ତିରେ ସ୍ତ୍ରୀମାନେ ପୁତ୍ରଲାଭାର୍ଥ ସନ୍ଧ୍ୟାଠାରୁ ୪ପ୍ରହର ମଧ୍ୟରେ ୪ଥର ସ୍ନାନ କରି କାର୍ତ୍ତିକେୟ ପୂଜା ପୂର୍ବକ କାର୍ତ୍ତିକେୟ ବ୍ରତ କରନ୍ତି ।
ଜଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ଜଳପୂର୍ଣ୍ଣ ଘଟ ଦାନ କରାଯାଏ ।
ଦାନ ସଂକ୍ରାନ୍ତି ବ୍ରତ (ବ୍ରହ୍ମ ପୁରାଣ): ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଦାନ କରାଯାଏ ।
ଦଧି ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ) : ଉତ୍ତରାୟଣ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଏକ ବର୍ଷ ଦଧି ଓ ଭୋଜ୍ୟ ଦାନ କରାଯାଏ ।
ଅନ୍ନ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତି ଠାରୁ ୧ବର୍ଷ ପର୍ଯ୍ୟନ୍ତ ଅନ୍ନଦାନ କରାଯାଏ ।
ଫଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତି ଠାରୁ ୧ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ନିର୍ଦ୍ଦିଷ୍ଟ ଫଳ ପ୍ରଦାନ କରାଯାଏ ।
ମଙ୍ଗଳ ସଂକ୍ରାନ୍ତି ବ୍ରତ : ମଙ୍ଗଳବାର ଦିନ ସଂକ୍ରାନ୍ତି ପଡ଼ିଲେ ମଙ୍ଗଳ ଚଣ୍ଡୀଙ୍କର ପୂଜା କରାଯାଏ ।
ଯମପୁଷ୍କରିଣୀ ବ୍ରତ (ଭବିଷ୍ୟ ପୁରାଣ): ସ୍ତ୍ରୀମାନେ କୌଣସି ସଂକ୍ରାନ୍ତିଠରୁ ଆରମ୍ଭ କରି ପ୍ରତି ସଂକ୍ରାନ୍ତିରେ ୪ବର୍ଷ ପର୍ଯ୍ୟନ୍ତ ଯମପୂଜା ଓ ଦାନ କରନ୍ତି ।
ଧର୍ମଘଟ ବ୍ରତ : ବୈଶାଖ ସଂକ୍ରାନ୍ତିଠାରୁ ଜ୍ୟୈଷ୍ଠ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଲେଖାଏଁ ୪ ବର୍ଷ ଜଳପୂର୍ଣ୍ଣ ଘଟ ବ୍ରାହ୍ମଣଙ୍କୁ ଦାନ କରାଯାଏ । ଏହା ଛଡ଼ା ମହାବିଷୁବ ସଂକ୍ରାନ୍ତିରେ ବିଷ୍ଣୁ, ଇଷ୍ଟଦେବତା ଓ ପିତୃମାନଙ୍କ ଉଦ୍ଦେଶ୍ୟରେ ଜଳପୂର୍ଣ୍ଣ ଘଟ ଉତ୍ସର୍ଗ କରିବାକୁ ହୁଏ । (ରିପୋର୍ଟ/ବିଭୁ ପ୍ରସାଦ ନାୟକ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version