No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲାର 273 ଟି ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ଏବେ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଏହାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ଭଟଲି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଠାରେ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଛି । ଶୁକ୍ରବାର ଶତାଧିକ ମହିଳା, ପୁରୁଷ ଓ କୁନି କୁନି ପିଲାମାନେ ସ୍କୁଲ ବନ୍ଦ ପ୍ରତିବାଦ ରେ ସ୍ଲୋଗାନ ଦେଇ ସହର ମଧ୍ୟରେ ରାଲି କରିଥିଲେ ।

ଭଟଲି ବ୍ଲକ ର 15 ଟି ସ୍କୁଲ ବନ୍ଦ ହେଉଥିବା ରୁ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦିଲ୍ଲୀରେ ଆପ ସରକାର ବିଶ୍ଵ ସ୍ତରିୟ ଶିକ୍ଷା ପ୍ରଦାନ କରୁଥିବା ଜିଲ୍ଲା ଆବାହକ ଭବାନୀ ସାହୁ କହିଥିଲେ । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଉପସ୍ଥିତ ରହି ଶିକ୍ଷା ଅଧିକାର ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜକୁମାର ବଂଛୋର, କଳ୍ପନା ମେହେର, ସୁନାକାନ୍ତି ରଣା, ଧନମତି ବେହେରା, ବିରେନ୍ଦ୍ର କୁମ୍ଭାର ଓ ଅନ୍ୟ ମାନେ ଉପସ୍ଥିତ ରହି ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result