• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନେଦରଲ୍ୟାଣ୍ଡ ରେ ବୋଇତ ବନ୍ଦାଣ ଉତ୍ସବ ପାଳନ

Proprietor Abhimanyu Maharana by Proprietor Abhimanyu Maharana
December 4, 2020
in ଓଡ଼ିଶା, କଟକ, ଖୋର୍ଦ୍ଧା, ମନୋରଞ୍ଜନ, ହୋମ୍
0
ନେଦରଲ୍ୟାଣ୍ଡ ରେ ବୋଇତ ବନ୍ଦାଣ ଉତ୍ସବ ପାଳନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୪ ଡିସେମ୍ବର,ଶୁକ୍ରବାର ) ଭୁବନେଶ୍ୱର :- ଆମଷ୍ଟରଡ଼ମ , ନେଦରଲ୍ୟାଣ୍ଡ ସ୍ଥିତ ଓଡ଼ିଆ ସାମାଜିକ ଓ ସାଂସ୍କୃତିକ ସଂଘ (ଓ ସ କା ନ ) ତରଫରୁ ଚଳିତ ବର୍ଷ ପବିତ୍ର କାର୍ତିକ ପୁର୍ଣିମା ପର୍ବ ଏବଂ ବୋଇତ ବନ୍ଦାଣ ଉତ୍ସବ ଏକ ଅନନ୍ୟ ଶୈଳୀ ରେ ପାଳନ କରାଯାଇଥିବା ଜଣାଯାଇଛି | ବିଗତ ୪ବର୍ଷ ହେଲା ଏଠାକାର ପ୍ରବାସୀ ଓଡ଼ିଆ ମାନେ ସପରିବାର ସହିତ ଉତ୍କଳୀୟ ରୀତିନୀତିରେ ନଦୀକୂଳରେ ଏକତ୍ରିତ ହୋଇ ପାରମ୍ପାରିକ ଢ଼ଙ୍ଗରେ ବୋଇତ ଭସାଇ ଆସୁଥିବା ବେଳେ କରୋନା କଟକଣା ଯୋଗୁଁ ଚଳିତ ଥର ଏହି ପ୍ରଥାରେ ବ୍ୟତିକ୍ରମ ଘଟିଥିଲା | ତେବେ ଓସକାନ ର ସଦସ୍ୟ ମାନଙ୍କ ମଧ୍ୟରେ ପାର୍ବଣ ନେଇ ଆନନ୍ଦ,ଉଲ୍ଲାସ,ଉତ୍ସାହ ତଥା ଉଦ୍ଦୀପନା ରେ କୌଣସି ପ୍ରକାର ଉଣା ଘଟିଥିବାର ପରିଲ୍ଲଖିତ ହୋଇନଥିଲା | ବରଂ ସଂଘରେ ସାମିଲ ୩୦୦ରୁ ଉର୍ଦ୍ଧ୍ବ ପରିବାର ଏଥର ଦ୍ବିଗୁଣିତ ମନୋବଳ ଏବଂ ଅଦମ୍ୟ ଉତ୍ସୁକତା ର ସହିତ ଓଡ଼ିଶାର ଏହି ମହାନ ନୌବାଣିଜ୍ୟ ଅଧ୍ୟାୟ ଓ ସ୍ବର୍ଣ୍ଣାଭ ଇତିହାସ ର ସ୍ମୃତିଚରଣ କରିବା ସଂଗେସଂଗେ ମଉଛବ ର ଆସର କୁ ମନଭରି ଉପଭୋଗ କରିଥିବା ଦେଖାଯାଇଥଲା |

ଓସକାନ ତରଫରୁ ଏକ ଅଭିନବ ତଥା ନିଆରା ଉପାୟ କ୍ରମେ ଏକ ସୁନ୍ଦର ଓ ଶୁଶୋଭିତ ବୋଇତ ନିର୍ମାଣ କରାଯାଇ ତାହାକୁ ନେଦରଲ୍ୟାଣ୍ଡସର ଆମଷ୍ଟରଡାମ, ଆମଷ୍ଟେଲବୀନ, ଡେନ-ହାଗ, ରୋଟରଡାମ, ଲାଇଡେନ, ଏଇନ୍ଦୋଭେନ, ଉତ୍ରେକତ୍, ହୂଫଦର୍ପ, ଆଲ୍ମେର ପ୍ରଭୁତି ପ୍ରମୁଖ ସହର ଗୁଡିକରେ ପରିକ୍ରମା କରାଯାଇଥିଲା | ଏହିସବୁ ଇଲାକାରେ ବସବାସ କରୁଥିବା ଓଡ଼ିଆ ପରିବାର ମାନେ ହରିବୋଲ, ହୁଳହୁଳି ତଥା ଆ,କା,ମା, ବୈ ଧ୍ୱନି ସହିତ ବୋଇତ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାର ଓ ସେମାନଙ୍କ ଗୃହକୁ ପାଛୋଟି ନେବାର ଦୃଶ୍ୟ ଖୁବ ମର୍ମସ୍ପର୍ଶୀଥିଲା | ବୋଇତରେ ସମସ୍ତ ପ୍ରବାସୀ ଓଡ଼ିଆ ମାନଙ୍କର ହସ୍ତାକ୍ଷର ଓ ବାର୍ତ୍ତା ଲିପିବଦ୍ଧ କରାଯାଇଥିଲା | ଏହାପରେ ଓସକାନର ସ୍ଵେଚ୍ଛାସେବୀ ମାନେ ବୋଇତଟିକୁ ଏଠାକାର ପ୍ରସିଦ୍ଧ ଆମଷ୍ଟ୍ରେଲ ନଦୀରେ ଭସାଇ ଏହାକୁ ମେଲାଣି ଦେଇଥିଲେ | ସେତେବେଳେ ଜଣାଯାଉଥିଲା, ସତେ ଯେପରି ଓଡ଼ିଶାର ସୌର୍ଯ୍ୟ, ବୀର୍ଯ୍ୟ ଏବଂ ଚାତୁର୍ଯ୍ୟ ର ବାହକ ସାଧବ ପୁଅ ମାନଙ୍କର ବାଲି ଦ୍ୱୀପକୁ ଐତିହାସିକ ଯାତ୍ରାର ପୁନଃ ପ୍ରକରଣ ହେଉଛି |

ଏହି ଅବସର ରେ ଅନଲାଇନ ଯୋଗେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ, ଜଗନ୍ନାଥ ଜଣାଣ ଓ ଲୋକପ୍ରିୟ ଭଜନ ପରିବେଷଣ ଆଦି ଅନ୍ତର୍ଭୁକ୍ତ ଥିଲା | ଇଣ୍ଟରନେଟ ସମାରୋହର ବିଶେଷ ଆକର୍ଷଣ ଓଡିଶା କୁଇଜ ଏବଂ ଶିଶୁମାନଙ୍କ ମଧ୍ୟରେ ଓଡିଶୀ ପରିଧାନ ପ୍ରତିଯୋଗିତା ଥିଲା | ଓଡିଶାର ଦୁର୍ଲଭ କଳା, ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜୀବିତ ରଖିବା ତଥା ଆଗାମୀ ପିଢୀକୁ ନିଜର ଗର୍ବ,ଗୌରବ ତଥା ଇତିହାସ ସଂପର୍କରେ ଅବଗତ କରାଇବା ଏବଂ ବିଦେଶ ମାଟି ରେ ଓଡ଼ିଆ ମାନଙ୍କୁ ଏକସୂତ୍ରରେ ବାନ୍ଧି ରଖିବାର ମହତ ଉଦ୍ଦେଶ୍ୟ ନେଇ ଓସକାନ ଏହି ମହୋତ୍ସବ ଆୟୋଜନ କରିଥିବା ଏହାର ସଭାପତି ଶାଶ୍ୱତ ପାଢ଼ୀ ପ୍ରକାଶ କରିଛନ୍ତି |

ସମଗ୍ର କାର୍ଯ୍ୟକ୍ରମ ସଙ୍ଘର ସଭାପତି ଶାଶ୍ୱତ ପାଢ଼ୀଙ୍କର ସୁଦକ୍ଷ ତତ୍ୱବଧାନରେ ସୁଚାରୁ ରୂପେ ସଂପନ୍ନ ହୋଇଥିଲା |ସମିତି ସଦସ୍ୟ ଚିନ୍ମୟ ପାଣିଗ୍ରାହୀ, ପରିତୋଷ ମହାପାତ୍ର, ସୁଶୀଲ ଦାସମହାପାତ୍ର, ଦୀପକ ପରିଡା, ପ୍ରଜ୍ଞାପାରମିତା ଚୋୖଧୁରୀ, ଭି.ଭି ପାତ୍ର ଓ ସୋମନାଥ ଲେଙ୍କା, ଅଂଶୁମାନ ମିଶ୍ର , ଅଙ୍କିତା ମହାପାତ୍ର , ଦେବଦତ୍ତ ଦାସ, ଅଭିଜୀତ ନାୟକ, ଦେବସ୍ମିତା ମିଶ୍ର, ସଂଘମିତ୍ରା ପଣ୍ଡା , ଲୋପାମୁଦ୍ରା ନାୟକ, ନୀଳମାଧଵ ମିଶ୍ର, ଅରବିନ୍ଦ ଘଡ଼ାଇ ଓ ଶୁଭେନ୍ଦୁ ଆଚାର୍ଯ୍ୟ ପ୍ରମୁଖ ଉତ୍ସବ ଆୟୋଜନ ଏବଂ ପରିଚାଳନା ରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version