• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ – ୨୦୨୧ ଉଦଘାଟିତ ଶୀର୍ଷସ୍ଥାନ ଅକ୍ତିଆର ପାଇଁ ଜନଜାଗରଣର ଅୟମାରମ୍ଭ ; ସ୍ୱଚ୍ଛତାରେ ହିଞ୍ଜିଳିକାଟୁ ପୌରପାଳିକା ଦେଶରେ ନଂ-୧ ସ୍ଥାନ ଅଧିକାର କରିବ – ଜିଲ୍ଲାପାଳ

Proprietor Abhimanyu Maharana by Proprietor Abhimanyu Maharana
November 30, 2020
in ଓଡ଼ିଶା, ଗଞ୍ଜାମ, ହୋମ୍
0
ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ – ୨୦୨୧ ଉଦଘାଟିତ ଶୀର୍ଷସ୍ଥାନ ଅକ୍ତିଆର ପାଇଁ ଜନଜାଗରଣର ଅୟମାରମ୍ଭ ; ସ୍ୱଚ୍ଛତାରେ ହିଞ୍ଜିଳିକାଟୁ ପୌରପାଳିକା ଦେଶରେ ନଂ-୧ ସ୍ଥାନ ଅଧିକାର କରିବ – ଜିଲ୍ଲାପାଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର ) ହିଞ୍ଜିଳିକାଟୁ  :-  ହିଞ୍ଜିଳିକାଟୁ ପୌରାଂଚଳକୁ ସାରା ଦେଶରେ ସ୍ୱଚ୍ଛତାରେ ୧ନମ୍ବର ସହର ରୂପେ ଗଢି ତୋଳିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସହରବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟ ତଥା ସାରା ଜିଲ୍ଲାରେ ଏକ ରୋଲ ମଡ଼େଲ ସହର ଭାବେ ଗୋଷ୍ଠୀ ସହଭାଗିତା ଓ ସହଯୋଗରେ ଏହା ସମ୍ଭବ ହୋଇପାରିବ ବୋଲି ଜିଲ୍ଲାପାଳଙ୍କ ସମେତ ମଂଚାସୀନ ଅତିଥି ବୃନ୍ଦ ୱାର୍ଡ଼ କମିଟି, ସଫେଇ କର୍ମଚାରୀ ଓ ସ୍ୱଚ୍ଛ ସାଥୀଙ୍କୁ ଉଦବୋଧନ ଦେଇଛନ୍ତି । ଜିଲ୍ଲାରେ କରୋନାର ସଫଳ ମୁକାବିଲା କ୍ଷେତ୍ରରେ ବିଶ୍ୱ ବ୍ୟାଙ୍କ ଓ ଭାରତ ସରକାରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଲା । ତଦନୁଯାୟୀ ହିଞ୍ଜିଳିକାଟୁ ସହରକୁ ଏକ ଦିବ୍ୟ ଓ ସ୍ୱଚ୍ଛତା ବନେଇବାରେ ସଫଳକାମୀ ହେବା ସହ ସାରା ଦେଶରେ ୧ନମ୍ବର ର‌୍ୟାକିଂ ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ – ୨୦୨୧ରେ ଶ୍ରେଷ୍ଠତା ପ୍ରତିପାଦନ ସକାଶେ ଜନଜାଗରଣର ଅୟମାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ସ୍ଥାନୀୟ ଇନଡ଼ୋର ଷ୍ଟାଡ଼ିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ମଂଚାସୀନ ଥିଲେ । ପୌର ନିର୍ବାହୀ ଅଧିକାରୀ ଡ଼ଃ. ସାହୁଙ୍କ ସ୍ୱାଗତ ଭାଷଣ ପରେ ‘ମୁଁ ସ୍ୱଚ୍ଛ – ସ୍ୱଚ୍ଛ ମୋ ସହର’ କାର୍ଯ୍ୟକାରିତା କରିବା ଦିଗରେ ୧୦ ସୁତ୍ରୀ ନିୟମ ସମ୍ପର୍କରେ ଗଣ ଶପଥ ପାଠ କରାଯାଇଥିଲା । ମୁଖ୍ୟତଃ ସହରରେ ପଲିଥିନ୍ ମୁକ୍ତ, ସ୍ୱଚ୍ଛତା, ବୃକ୍ଷରୋପଣ ଆଦି ଦିଗରେ ଏକ ଉକୃଷ୍ଟ ପରିବେଶ ସୃଷ୍ଟି ଦିଗରେ ଯତ୍ନଶୀଳ ହୋଇ ସମସ୍ତେ ସାମିଲ ହେବା ପାଇଁ ଓ ପ୍ରତିଶୃତି ବଦ୍ଧତା ରକ୍ଷା କରି ସଫଳତା ହାସଲ ନିମନ୍ତେ ଅତିଥି ବୃନ୍ଦ ସହରବାସୀଙ୍କ ସହଯୋଗ ଲୋଡ଼ିଥିଲେ । ପରେ ସ୍ୱଚ୍ଛତା ଦିଗରେ ଏକ ଜନସଚେତନତା ସୃଷ୍ଟି ଳକ୍ଷ୍ୟରେ ମସ୍କୋଟର ଉନ୍ମୋଚିତ କରାଯାଇଥିଲା । ସହରର ସ୍ୱଚ୍ଛତା କ୍ଷେତ୍ରରେ ଉକୃଷ୍ଟ ସେବା ପ୍ରଦାନ କରିଥିବା ସ୍ୱଚ୍ଚ ସାଥୀ ଓ ୨ ଜଣ ସଫେଇ କର୍ମଚାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲଶ । ଶିଶୁ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କିଡ଼ସ୍ ଲାେଇବ୍ରେରୀ, ଦୟାରକାନ୍ଥ ଓ ସର୍ବସାଧାରଣ ପରିଶ୍ରାଗାରର ଲୋକାର୍ପଣ କରିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକଙ୍କ ହାତ ପାଣ୍ଠିରୁ ପ୍ରାୟ ୮୦ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ବର୍ଜ୍ୟବସ୍ତୁ ପୃଥୀକିକରଣ ଓ ପୁନଃ ପ୍ରକିୟାକରଣ ୟୁନିଟକୁ ବର୍ଜ୍ୟବସ୍ତୁ ସୁପରିଚାଳନାର ମୁଖ୍ୟ କେନ୍ଦ୍ର ଭାବେ ଜିଲ୍ଲାର ଶ୍ରେଷ୍ଠ ନମୁନା ଭାବେ ବିବେଚିତ ହେବ ବୋଲି ଜିଲ୍ଲାପାଳ କୁଲାଙ୍ଗେ କହିଥିଲେ ।

ଅଗାମୀ ଦିନରେ ପ୍ରତି ରବିବାର ୩ଟି ୱାର୍ଡ଼କୁ ନେଇ ସ୍ୱତନ୍ତ୍ର ଭାବେ ସ୍ୱଚ୍ଛତା ଅଭିଯାନ ଦିଗରେ ପ୍ରୟାସ ଜାରି ରହିବ ଓ ପୌର ପରିଷଦର ଶ୍ରେଷ୍ଟ ସ୍ୱଚ୍ଛତା ୱାର୍ଡ଼, ଶ୍ରେଷ୍ଟ ସ୍ୱଚ୍ଛ ସଂଗଠନକୁ ପୁରସ୍କୃତ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହରିହର ସାହୁ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ହୃଦୟାନନ୍ଦ ମହାପାତ୍ର, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ବିଜେପି ଉପାସଭାପତି ଦେବାନନ୍ଦ ମହାପାତ୍ର, ଶୈଳେନ୍ଦ୍ର ଚୌଧୁରୀ, ଶରତ ଚନ୍ଦ୍ର ସାବତ, ଯୁଧିଷ୍ଠିର ସ୍ବାଇଁ, ମାନସ ରଞ୍ଜନ ବେହେରା, ସରୁଜ ପଣ୍ଡା କିରଣ ପଟ୍ଟନାୟକଙ୍କ ସମେତ ବହୁ ଜନ ପ୍ରତିନିଧି ଓ ସହରର ବହୁ ବୁଦ୍ଧିଜୀବି, ସ୍ୱଚ୍ଚ ସାଥୀ, ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଇ କିଶାନ କୁମାର ପାତ୍ର, ଅଶ୍ଵିନୀ ନାୟକ, ବିବେକାନନ୍ଦ ମହାପାତ୍ର, ସୁବାଷ ପଟ୍ଟନାୟକ, ରବି ଗଉଡ, ଭାସ୍କର ସାହୁ, ଲାଲମୋହନ ସେଠି, ଏ ମୋହନ ଆଚାରୀ, ଅରୁଣ କୁମାର ପାଢି ଓ ପୌର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version