ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର ) ଢେଙ୍କାନାଳ :- ହିନ୍ଦୋଳ ଏନ୍ଏସି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ୧୨ ଜଣ କାଉନସିଲର ଅନାସ୍ଥା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଜିଲ୍ଲାପାଳ ଚଳିତ ୨୦ ତାରିଖରେ ଅନାସ୍ଥା ଭୋଟ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅନାସ୍ଥା ବିରୋଧରେ ହିନ୍ଦୋଳ ଏନ୍ଏସି ଅଧ୍ୟକ୍ଷା ରୀନା ବେହେରା ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଏଥିରେ ମାନ୍ୟବର ଅଦାଲତ ୨୦ ତାରିଖରେ ଅନାସ୍ଥା ନିର୍ବାଚନ ହେବାକୁ ନିର୍ଦ୍ଧେଶ ଦେବା ସହ ଭୋଟ୍ ଗଣତି ଉପରେ ରୋକ୍ ଲଗାଇଛନ୍ତି । ତେବେ ନିର୍ବାଚନରେ ଅଧ୍ୟକ୍ଷାଙ୍କ ସମେତ ୪ଜଣ ନିର୍ବାଚନରେ ଯୋଗଦେଇ ନ ଥିବା ବେଳେ ଗତକାଲି ଅଧ୍ୟକ୍ଷା ଦିବା ୧୧ଟାରେ କର୍ମଚାରୀ ମାନଙ୍କୁ ନିଜ କକ୍ଷକୁ ଡକାଇ ବାର୍ତ୍ତାଳାପ କରିବା ସହିତ ଉତକ୍ଷିପ୍ତ ହୋଇ କର୍ମଚାରୀଙ୍କୁ ଏଠି ରାଜନୀତି କରୁଛ, ତୁମକୁ କେବଳ ଚାପୁଡ଼ା ଦରକାର ଭଳି ଦୁର୍ବ୍ୟବହାର କରିଥିଲେ ।














