No Result
View All Result

ଓଡ଼ିଶା ତାଜାନ୍ୟୁଜ୍ (୨୧ ନଭେମ୍ବର ଶନିବାର) ଭୁବନେଶ୍ଵର :- ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଥିବା ବେଳେ ସରକାର ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ସମ୍ମୁଖରେ ବେକ କାଟିଦେବି କହିଛନ୍ତି । ରାଜ୍ୟରେ ସ୍କୁଲ ବନ୍ଦକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି । ତେବେ ଦୁଇଦିନ ମଧ୍ୟରେ ସ୍କୁଲ ପ୍ରସଙ୍ଗ ଉପରେ ଗଣଶିକ୍ଷାମନ୍ତ୍ରୀ ଉତ୍ତର ରଖିବାକୁ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରୁଲିଂ ଦେଇଛନ୍ତି।
ଶନିବାର ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଭ୍ୟମାନେ ହଟ୍ଟଗୋଳ କରିଥିଲେ। ଏଭଳି ପରିସ୍ଥିତି ପାଇଁ ଗୃହକୁ ୧୫ ମିନିଟ ପାଇଁ ମୁଲତବୀ କରାଯାଇଥିଲା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଲେ ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର । ସରକାର ସ୍କୁଲ ବନ୍ଦ ହେବାନାହିଁ ନିର୍ଦ୍ଦେଶ ଦିଅନ୍ତୁ। ସେ କହିଲେ ସ୍କୁଲ ବନ୍ଦ ହେଲେ ପିଲାମାନେ ଏତେ ଦୂର କେମିତି ପଢିବାକୁ ଯିବେ। ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ। ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରଶ୍ନ କରିଥିଲେ ୧୪ ହଜାର ସ୍କୁଲ ବନ୍ଦ ହେଲେ ପିଲା କୁଆଡ଼େ ଯିବେ ।
ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ୟୁପି ସ୍କୁଲ ବନ୍ଦ କରିବା ଉଦ୍ଦେଶ୍ୟ ନୁହେଁ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ । ରାଜ୍ୟରେ ୧୪ ହଜାର ନୁହେଁ, ୭ ହଜାର ୭ ଶହ ୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି। ଏ ମଧ୍ୟରେ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା କାର୍ୟ୍ୟକାରୀ କରାଯିବ । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ।
No Result
View All Result