No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଭୁବନେଶ୍ୱର :- ବରଗଡ଼ :- ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ସାଧାରଣ ସଭା ବୈଷ୍ଣୋ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଅମରେନ୍ଦ୍ର ନାରାୟଣ ଯାଦବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବର୍ଷ ମଧ୍ୟରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ସାଧାରଣ ସଭା ସ୍ଥଳି ରେ ସଂଘ ର ସଭ୍ୟ/ସଭ୍ୟି ମାନଙ୍କୁ ବିକାଶ ହସ୍ପିଟାଲ ରେ ସୁଲଭ ଚିକିତ୍ସା ର ସୁବିଧା ପାଇଁ ୧୩୬ ଜଣଙ୍କୁ ପ୍ରିଭିଲେଜ କାର୍ଡ ବଣ୍ଟନ କରାଯାଇଥିଲା ।
ବୁର୍ଲା ଭିମସାରରେ କାର୍ଯ୍ୟରତ ଯୁବ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜଚେକେଶ୍ବର ପ୍ରଧାନ, ଗୈାନ୍ତିଆ ସାହୁ ମଞ୍ଚାସୀନ ଥିଲେ। ଏଥିରେ ଜିଲ୍ଲା ର ବିଭିନ୍ନ ବ୍ଲକରୁ ଶତାଧିକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ସଭାକୁ ଭାରତ ଦାଶ,ତୁଳସୀ ଚରଣ ଦାସ, କାହ୍ନୁଚରଣ ପୃଷ୍ଟି, ମନୋରଞ୍ଜନ ବଡ଼ପଣ୍ଡା, ପ୍ରଦୀପ ସାହୁ, ଦେବୀ ପଟ୍ଟନାୟକ, ପ୍ରସନ୍ନ ପ୍ରଧାନ ମଳୟ ମହାନ୍ତି, କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
No Result
View All Result