No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ପଦ୍ମପୁର :- ପାଇକମାଳ ବ୍ଲକ ନୃସିଂହନାଥ ସ୍ଥିତ ନିସର୍ଗ ନିବାସ ରେ ସ୍ବାଧୀନତା ସଂଗ୍ରାମୀ ସର୍ବୋଦୟ କର୍ମୀ ଅଲେଖ ପାତ୍ରଙ୍କର ୨୧ ତମ ଶ୍ରାଦ୍ଧବାର୍ଷିକୀ ସଭା ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥ ସର୍ବୋଦୟ ମଣ୍ଡଳ ର ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବର୍ଗତ ପାତ୍ର ଙ୍କ ଜିବନୀ ଓ କର୍ମ ଧାରା ଉପରେ ଉପସ୍ଥିତ କର୍ମୀ ମାନେ ଦିଶା ଆଲୋକପାତ କରିଥିଲେ । ବିଶିଷ୍ଟ କୃଷକ ନେତା ଲିଙ୍ଗରାଜ ଯୋଗ ଦେଇ ସ୍ବର୍ଗତ ପାତ୍ରଙ୍କ ଜିବନୀ ଓ କର୍ମ ଧାରା ଉପରେ ଆଲୋକପାତ କରି ସେ ଜଣେ ସେବା,ସଂଘର୍ଷ ଓ ରଚନାତ୍ମକ କର୍ମ ର

ସମାହାର ବୋଲି କହିଥିଲେ।ସ୍ଥାନୀୟ ସ୍ତରରେ ବାଲୋକୋ ବିରୋଧୀ ଆନ୍ଦୋଳନ ସାଙ୍ଗକୁ କାଶୀପୁର ଆନ୍ଦୋଳନ ରେ ସଂପୃକ୍ତିକୁ ସେ ସ୍ମରଣ କରିଥିଲେ । ଏହି ଅବସରରେ ଉତ୍କଳ ଗାନ୍ଧୀ ସ୍ୱାରକ ନିଧି ତରଫରୁ ପ୍ରକାଶିତ ଅରୁନ୍ଧତୀ ପାତ୍ର ଙ୍କ ଦ୍ଵାରା ରଚିତ “ଗାନ୍ଧିଜୀଙ୍କ ସିପାହୀ – ଅଲେଖ ପାତ୍ର” ପୁସ୍ତକ ର ଉନ୍ମୋଚନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରି କେଦାର ପ୍ରଧାନ,ମୀନକେତନ ସାହୁ,ଅମିତାଭ ପାତ୍ର, ଅର୍ଚ୍ଚନା ପାତ୍ର,କୁଳମଣି ଧରୁଆ,ଶରତ ରାଉତ,ସରୋଜ ସୁନା,ରାଜେନ୍ଦ୍ର କୁମାର ଭୋଇ ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ପରିଶେଷରେ ଅନୁଷ୍ଠାନ ର ସଂପାଦକ ଟେକଚାନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result