No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ପଦ୍ମପୁର :-ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଏକ ସରକାରୀ ନଳକୂପ କୁ ସରକାର ଉଚ୍ଚ ଚାନ୍ଦିନୀ କରି ଦେଇଛନ୍ତି । ଏହା ଏକ ଖୁବ୍ ଭଲ ପଦକ୍ଷେପ । କିନ୍ତୁ ଏହାର ସମସ୍ୟା ହେଲା ଡ୍ରେନ । ନଳକୂପ ର ପାଣି ଯିବା ପାଇଁ ଡ୍ରେନ କରା ଯାଇଥିଲା । କିନ୍ତୁ ଏବେ ଏହା କିଛି ସ୍ବାର୍ଥ ବାଦୀ ଲୋକ ଡ୍ରେନକୁ ପୋତି ଦେଇଛନ୍ତି । ନଳକୂପ ର ପାଣି ଏବେ ନିଷ୍କାସନ ହୋଇ ପାରୁନାହିଁ । ଓ ପାଣି ଯାଇ ନ ପାରିବାରୁ ରାସ୍ତା ମଝିକୁ ପଲାଇ ଆସି ତଳ ମୁଣ୍ଡରେ ଥିବା ଲୋକଙ୍କ ଘର ଭିତରକୁ ପଶୁଛି । ପୋତି ଥିବା ଲୋକଙ୍କୁ ଖୋଲି ବାକୁ କହିଲେ ସେମାନେ ନାରାଜ ହୋଇ ଗଣ୍ଡଗୋଳ ଭିଆଉଛନ୍ତି ।
ଏ ବିଷୟ ପଞ୍ଚାୟତ ନିର୍ବାହୀଙ୍କୁ ଅବଗତ କରାଇ ଥିଲେ ମଧ୍ୟ ସେ ଶୁଣୁ ନାହାନ୍ତି । ଡ୍ରେନ ଖୋଲିବା ପାଇଁ ତୁରନ୍ତ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ପଦକ୍ଷେପ ନିଅନ୍ତୁ । ଏହାର ପଦକ୍ଷେପ ନ ହେଲେ କୌଣସି ପ୍ରକାର ଗଣ୍ତ ଗୋଳ ହୋଇ କାହାର ଯଦି ମୃତ୍ୟୁ ହୁଏ ଏଥି ପାଇଁ ପ୍ରଶାସନ ଦାୟୀ ରହିବ । ଏହା ଆଗରୁ କିଛି ମାସ ତଳେ ଏକ ହତ୍ୟା କାଣ୍ତ ଘଟିଥିଲା । ଏହି ଗ୍ରାମରେ । ତୁରନ୍ତ ଏହା ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି । ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result