No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ପଦ୍ମପୁର :- ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନସ୍ଥରେ ଥିବା ଆଇସିଡିଏସ ର ଛତୁଆ ବଣ୍ଟନ ଚୟନରେ ଅନିୟମିତତା ଅଭିଯୋଗ କରି ପାଇକମାଲ ବ୍ଲକ ଅଫିସର ଠାରେ ଦୀର୍ଘ ୧୨ ଦିନ ଧରି ହେଲା ସ୍ବଂୟ ସହାୟିକା ଗୋଷ୍ଠୀ ଗୁଡିକର ସଦସ୍ୟ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ବସିଥିଲେ ।
ଏହି ସମସ୍ଯାର ସମାଧାନ ପାଇଁ ହାଇକୋର୍ଟ ଙ୍କ ଆଶ୍ରୟ ନିଆ ଯାଇଥିଲା । ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଓ ବରଗଡ଼ ଜିଲ୍ଲାପାଳଙ୍କ ଆଦେଶ ମତେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ୨ ମାସ ମଧ୍ୟରେ ତାର ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶୃତି ପରେ ସଦସ୍ୟ ମାନେ ଆଜି ଧାରଣାରୁ ଉଠିଥିଲେ । ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result