No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ନଭେମ୍ବର ଶନିବାର) କଳାହାଣ୍ଡି : – କରୋନା କୁ ନେଇ ସରକାରୀ କଟକଣା ହେତୁ ରାଜ୍ୟର ସମସ୍ତ ଧାର୍ମିକ,ସାମାଜିକ ତଥା ସାଂସ୍କୃତିକ ଉତ୍ସବରୁ ଲୋକେ ଦୂରରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି । ଏଇ ପରିପ୍ରେକ୍ଷୀରେ ପଦ୍ମପୁର ସହରରେ କାଳୀପୂଜା ଓ ଦୀପାବଳି ଉତ୍ସବ ଏକ ଭିନ୍ନ ରୂପରେ ଅନୁଷ୍ଠିତ ହେଉଛି । ଦୀପାବଳିରେ ବାଣ ଫୁଟାଇବା ନିଷିଦ୍ଧ ହୋଇଥିବାରୁ ବାଣ ଦୋକାନ ଖୋଲାଯାଇ ନାହିଁ । ଅନ୍ୟ ପକ୍ଷରେ ଦୀପ ଓ ଅନ୍ୟାନ୍ୟ ସାମଗ୍ରୀ ର କ୍ରୟ ବିକ୍ରୟ ପାଇଁ ବେଶ୍ ଭିଡ ପରିଲକ୍ଷିତ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଗତକାଲି ଠୁଁ ଆଜି ଯାଏ ସୁନା ଦୋକାନ ମାନଙ୍କରେ ଧନତରସ ପାଇଁ ପ୍ରବଳ ଭିଡ ହେଉଛି ।

ନା କେହି ମାକ୍ସ ପିନ୍ଧିବା କିମ୍ବା ସାମାଜିକ ଦୂରତା କୁ ଗୁରୁତ୍ୱ ହେଉଛନ୍ତି । ପ୍ରଶାସନ ବି ଏ କ୍ଷେତ୍ରରେ ଆଖି ବୁଜି ଦେଇଛି । ଚା ଦୋକାନରେ ଭିଡ ହେଲେ ଫାଇଲ, ଅଥଚ ସୁନା ଦୋକାନରେ କୁଆଡେ ଗଲା କରୋନା ଆଇନ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି । ଏଥି ସହିତ ପଦ୍ମପୁର ସହରରେ କରୋନା କଟକଣା ସତ୍ତ୍ବେ କାଳୀପୂଜାର ଆୟୋଜନ ପାଇଁ ବେଶ୍ ଉତ୍ସାହିତ ହୋଇଛନ୍ତି ପୂଜା କମିଟି ଗୁଡିକ । କଲେଜ ରୋଡ,ଖଦୀ ମଣ୍ଡଳ ତଥା ପୁରୁଣା ବସ୍ତିର କାଳୀପଡାରେ ପୀଠ ପୂଜା ହେଉଥିବା ବେଳେ ହନୁମାନ ପଡାରେ ଶ୍ଯାମ କାଳୀଙ୍କର ମୁଣ୍ମୟ ମୂର୍ତ୍ତୀକୁ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପାଇଁ ବିଶେଷ ପ୍ରସ୍ତୁତି ଚାଲିଛି ।

ପୁଣି ବହୁବର୍ଷ ତଳୁ ହନୁମାନ ପଡାରେ ସାର୍ବଜନୀନ କାଳୀପୂଜା କମିଟି ତରଫରୁ ଆୟୋଜିତ ହେଉଥିବା ବୋଡାସମ୍ବର ଲୋକ ମହୋତ୍ସବ, ତ୍ରିପୁରାସୁର ବଧ ନାଟ୍ଯାଧାରା ତଥା ଅନ୍ୟାନ୍ୟ ସାଂସ୍କୃତିକ ଉତ୍ସବକୁ କରୋନା କଟକଣା ଯୋଗୁଁ ଏ ଥରକ ପାଇଁ ବାତିଲ କରା ଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result