ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ଶନିବାର ) ଢେଙ୍କାନାଳ :- ଜିଲ୍ଲା ପରଜଙ୍ଗ ବ୍ଳକ ବଡଝରା ଗ୍ରାମ ହରିଜନ ସାହିର ରୋହିତ ନାଏକ ଆଜି ନିଜ ଘର କାମ ସାରି ପାଖାପାଖି ମଧ୍ୟାହ୍ନ ଗୋଟାଏ ସମୟରେ ନିକଟସ୍ଥ ରେଙ୍ଗାଳି କେନାଲକୁ ଗାଧେଇବାକୁ ଯାଇଥିଲେ । ଗାଧୁଆ ସାରି ଘରକୁ ଆସିବାରେ ବିଳମ୍ବ ହେବାରୁ ଘରଲୋକେ ଖୋଜିବାକୁ ଯାଇ କେନାଲରେ ରୋହିତ ନାଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।

ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଥିବାବେଳେ ମୃତଦେହ ଉଦ୍ଧାର ପାଇଁ ଅଗ୍ନିଶ୍ରମ ବାହିନୀ ଓ ତଦନ୍ତ ଅଧିକାରୀଙ୍କ ଅପେକ୍ଷାରେ ମୃତ ସମ୍ପର୍କୀୟ। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ)













