No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ନଭେମ୍ବର ଶନିବାର ) ଓଡ଼ଗାଁ : – ଓଡ଼ଗାଁ ବ୍ଳକ୍ ରୋହିବାଙ୍କ ପଞ୍ଚାୟତ ର ମହେଶ୍ଵରପୁର ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଆଜି କରୋନା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ରୋହିବାଙ୍କ ପଞ୍ଚାୟତ ର ସରପଞ୍ଚ ମୁରଲୀଧର ପ୍ରଧାନ, ସମିତି ସଭ୍ୟ ଦିଲେଶ୍ଵର ପାତ୍ର ଏବଂ କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ଦାଶ ଅତିଥି ଭାବରେ ଯୋଗଦେଇ ସମୁହ ପ୍ରଥମେ ପତାକା ଦେଖାଇ ଗାଁ ମନ୍ଦିର ଠାରୁ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ। ଏଥିରେ ଅଙ୍ଗନବାଡ଼ି ସୁପରଭାଇଜର ମଞ୍ଜୁଲତା ସାହୁ,

ଗ୍ରାମ ସଭାପତି ଲଡ଼ୁକିଶୋର ପ୍ରଧାନ, ଶିକ୍ଷକ ଭାସ୍କର ପାତ୍ର, କାହ୍ନୁଚରଣ ମିଶ୍ର, ଅଙ୍ଗନବାଡ଼ି କର୍ମୀ ଆରାଧନା ପାତ୍ର,ବନୀତା ମାଝୀ,ରୁନା ପ୍ରଧାନ,କୁନି ନାୟକ, ଗାଁ କଲ୍ୟାଣ ସମିତି ର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,ସି ଆର୍ ପି ପ୍ରତିମା ସାହୁ, ଆଶାକର୍ମୀ,ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟ ସଭ୍ୟା, ଯୁବକସଂଘ ର ସଭ୍ୟ ମାନେ ଉପସ୍ଥିତ ରହି ପ୍ଳାକକାର୍ଡ଼ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ସଚେତନତା ରାଲିରେ ଯୋଗ ଦେଇଥିଲେ। କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ଦାଶ,ମହିଳା ସ୍ବାସ୍ଥ୍ୟକର୍ମୀ କଳ୍ପନା ସ୍ଵାଇଁ ଘରେ ରହିବା ସୁସ୍ଥ ରହିବା, ସଭିଏଁ ମାସ୍କ ପିନ୍ଧିବା,ପଦାକୁ ଆସିଲେ ହାତଗୋଡ଼ ସାନିଟାଇଜର କିମ୍ବା ସାବୁନ୍ ଦ୍ଵାରା ଭଲ ଭାବରେ ଧୋଇଘରକୁ ଯିବା,

ସାମାଜିକ ଦୂରତ୍ବ ବଜାୟ ରଖିବା,ଉଷୁମ ପାଣିର ବ୍ୟବହାର କରିବା, ଭୋଜିଭାତ,ଟିୟୁସନ, କୋଚିଙ୍ଗ ସେଣ୍ଟରଏବଂ ସାମୁହିକ କାର୍ଯ୍ୟ ଠାରୁ ଦୂରରେ ରହିବା, ଗାଁ ରେ ଏକାଠି ହୋଇ ନ ବସିବା,ତାସ ଖେଳରୁ ନିବୃତ ରହିବା,ଛୋଟଶିଶୁ ଏବଂ ବୟସ୍କ ଲୋକମାନଙ୍କ ଶରୀର ର ଠିକ୍ ଭାବରେ ଯତ୍ନନେବା ଥଣ୍ଡା,କାଶ,ଛିଙ୍କ,ଗଳାଦରଜ, ବା ଶରୀରର ତାପମାତ୍ରା ବୃଦ୍ଧି ହେଲେ ତୁରନ୍ତ ସ୍ବାସ୍ଥ୍ୟକର୍ମୀ ଙ୍କୁ ଅବଗତ କରାଇବା ଉପରେ ପ୍ରଚାର କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମର ସମସ୍ତ ସାହି,ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଅଙ୍ଗନବାଡ଼ି କର୍ମୀ ଦେବସ୍ମିତା ଷଡ଼ଙ୍ଗୀ ସୁପରିଚାଳନା କରିଥିଲେ। ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result