ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ପଦ୍ମପୁର :- ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ରସମୁଣ୍ତା ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ । ଏହି ଗ୍ରାମର ଅଧିକାଂଶ ଲୋକ ଗରିବ ଖଟିଖିଆ ଶ୍ରେଣୀର ଅଟନ୍ତି । ଏହି ଗ୍ରାମ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶ ଓ ବିଜୁ ୱେ ନିକଟରେ ଅବସ୍ଥିତ । ଏହି ଗ୍ରାମରେ ୧୯୭୩ ମସିହାରୁ ନିମ୍ନ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଛି । ମାତ୍ର ସରକାରଙ୍କ ଶିକ୍ଷାନୀତି ଅନୁଶାରେ ୨୦ରୁ କମ ଛାତ୍ର ଛାତ୍ରୀ ଉପସ୍ଥାନ ଥିବା ବିଦ୍ୟାଳୟ ଗୁଡିକକୁ ସରକାର ସମ୍ପୁର୍ଣ୍ଣ ବନ୍ଦ କରିଦେବା ପାଇଁ ତାଲିକା ପ୍ରସ୍ତୁତ କରି ଘୋଷଣା କରିଛନ୍ତି । ଏହି ତାଲିକାରେ ରସମୁଣ୍ତା ବିଦ୍ଯାଳୟର ନାମ ମଧ୍ୟ ଅଛି । କିନ୍ତୁ ଗ୍ରାମର ଲୋକ ମାନଙ୍କର ଅଭିଯୋଗ ଅନୁସାରେ ସେହି ଗ୍ରାମରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆହୁରି ବିଦ୍ୟାଳୟକୁ ଯିବାର ଉପଯୋଗୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଅନ୍ଯ ପକ୍ଷେ ଛୋଟ ଛୋଟ ଶିଶୁ ମାନେ ବିଜୁ ୱେ କୁ ଅତିକ୍ରମ କରି ୪ କି ମି ଯିବାର ସକ୍ଷମ ନାହିଁ । ତେଣୁ ଏହି ବିଦ୍ୟାଳୟକୁ ବନ୍ଦ ନ କରିବାକୁ ରସମୁଣ୍ତା ଗ୍ରାମବାସୀ ତଥା ୱାର୍ଡ ମେମ୍ବର କୁମୁଦିନୀ ବରିହାଙ୍କ ସମେତ ଗ୍ରାମବାସୀ ବରଗଡ଼ ଜିଲ୍ଲାପାଳ,ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )













