ଓଡ଼ିଶା ତାଜା ନ୍ୟୁଜ (୨୬ ଅକ୍ଟୋବର ସୋମବାର) ଭୁବନେଶ୍ୱର :– ପବିତ୍ର ଶାରଦୀୟ ଦୁର୍ଗାପୁଜା ଉପଲକ୍ଷେ ମୋର ସମସ୍ତ ସମ୍ମାନୀୟ ଗୁରୁଜନ ତଥା ସାନ ବଡ ଭାଇଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।। ସମ୍ପ୍ରତି କରୋନା ମହାମାରୀର ମୁକାବିଲା ପାଇଁ ଜାରି ହୋଇଥିବା କଟକଣା ମଧ୍ୟରେ ଚଳିତ ବର୍ଷର ଶାରଦୀୟ ଉତ୍ସବ ଓ ଜଗଜ୍ଜନନୀ ମା’ ଦୁର୍ଗାଙ୍କର ଧରାବତରଣକୁ ଆପଣମାନେ କରୋନା କଟକଣା ମାନି ପାଳନ କରିବାକୁ ମୁଁ ଅନୁରୋଧ କରୁଛି ।।
ସଂସାରରୁ କରୋନା ଭୂତାଣୁର ବିନାଶ ହୋଇ ସ୍ୱାଭାବିକ ଓ ପୂର୍ବାବତ୍ ଚଳଚଞ୍ଚଳ ଜୀବନଯାପନ ଫେରାଇ ଆଣିବା ପାଇଁ ଦୁର୍ଗତିନାଶିନୀ, ଶକ୍ତି ପ୍ରଦାୟିନୀ ମା’ ଦୁର୍ଗା ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ , ସହାୟ ହୁଅନ୍ତୁ, ଏହାହିଁ ମା’ ଜଗତଜନନୀଙ୍କ ପାଖରେ ମୋର କାମନା ।। ଶ୍ରୀ ଦେବବ୍ରତ ମହାନ୍ତି ବିକି













