ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ଶନିବାର) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପୁଣି ଥରେ ହିଞ୍ଜିଳିକାଟୁ ପୌରାଂଚଳର କାୟା ଆରମ୍ଭ କରିବାକୁ ବସିଛି । ପାର୍ବଣଋତୁ ଚାଲିଥିବାରୁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଭିଡ଼ ପରିଲିକ୍ଷିତ ହେଉଥିବାର ଦେଖିବାକୁ ମିଳିଛି । ଗ୍ରାହକଙ୍କ ଅସମ୍ଭବ ଭିଡ଼ ଲାଗିରହିଥିବାରୁ କରୋନା ପୁଣିଥରେ ସ୍ଥାନୀୟ ଅଂଚଳରେ କାୟା ବିସ୍ତାର କରିବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପଂଚସୂତ୍ରୀ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା, ମାସ୍କ ବ୍ୟବହାର କରିବା, ଅଯଥା ଭିଡ଼ ନଜମାଇବା ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ସହରବାସୀଙ୍କୁ ସଚେତନ କରାଯାଉଛି ।ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ସ୍ଥାନୀୟ ପୁଲିସ ବାହୀନି ପକ୍ଷରୁ ହାତରେ କରୋନା ସଚେତନତା ପ୍ଳା-କାର୍ଡ଼ ଧରି ସଚେତନ କରାଯିବା ସହ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା ।
ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଏସଆଇ ମମତା ସାମନ୍ତରାୟ, ପ୍ରଦିପ୍ତ ଦାଶ, ବାସୁଦେବ ଭୋଇ, ଡ଼ି.ମୋହନ, ଆଶୁତୋଷ ସାହୁ, ରାଘବ ପ୍ରଧାନ, ଜି.କେ. ଆଗୁ ପାତ୍ର, ଶରତ ଚନ୍ଦ୍ର ରୟ, ଏଏସଆଇ ପ୍ରକାଶ ବେହେରା, ରାଜନ ବିଷୋୟୀଙ୍କ ସମେତ ଥାନା ର ପୁଲିସ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ: ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ)













