ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ଗଞ୍ଜାମ :– ରମ୍ଭା ସହର ସ୍ଥିତ ବଙ୍ଗଳା ସାହି ପାଖ ବନ୍ଧ ହୁଡା଼ରୁ ପଣି ପିଇବା ପାଈଁ ଆସିଥିବା ଏକ ୯ ଫୁଟ ଓ ୧୨ କିଲୋ ଓଜନର ଏକ ବିଶାଳ କାୟ ଅଜଗର ସାପ ଉଧାର ହୋଇଛି। ଏହି ସାପ ଟି ଥିବା ବିଷୟ ନେଇ ସାପ ଉଧାର ସାହାଯ୍ୟ କେନ୍ଦ୍ରକୁ ଖବର ଦିଆଯାଇଥିଲା । ପରେ ସାପ ଉଧାର ସାହାଯ୍ୟ କେନ୍ଦ୍ରରୁ ନିରାକାର ବେହେରା ପହଂଚି, ଉକ୍ତ ଅଜଗରଟିକୁ ଉଦ୍ଧାର କରି ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗର ଗାର୍ଡ ଗୌରାଙ୍ଗ ପ୍ରଧାନ, ଡ଼.ଇ.ଓ. ସୁବାଷ ବେହେରା, ୱାଚେର ଦେବାଶିଷ ବେହେରା ସାହାଯ୍ୟରେ ଫରେଷ୍ଟ୍ ରେଞ୍ଜର ରଶ୍ମିତା ଜେନାଙ୍କ ନିର୍ଦେଶକ୍ରମେ ସାନ ଘାଟି ଜଙ୍ଗଲରେ ଛାଡ଼ିଦିଆ ଯାଇଥିଲା । (ରିପୋର୍ଟ: ଶେଷଦେବ ସାହୁ )














