• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗଜପତି ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ

Proprietor Abhimanyu Maharana by Proprietor Abhimanyu Maharana
October 22, 2020
in Uncategorized, ଓଡ଼ିଶା, ହୋମ୍
0
ଗଜପତି ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ପାରଳାଖେମୁଣ୍ତି :- ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅନୁସାରେ ଓଡିଶାରେ ବାଲ୍ୟ ବିବାହର ସ୍ଥିତ ଉଦ୍‌ବେଗ ଜନକ ଥିଲା ବେଳେ ଗଜପତିର ସ୍ଥିତି ବି ଖରାପ ଅଛି । ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ଟାସ୍କଫୋର୍ସ ଗଠନ ହେବା ସହ ଏହାର ପ୍ରଥମ ବୈଠକ ଜିଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଟାସ୍କଫୋର୍ସରେ ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ରହିଥିବାବେଳେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଯଥାକ୍ରମେ ଆବାହକ ଏବଂ ସହ-ଆବାହକ ଭାବେ ରହିବେ । ଅନ୍ୟ ସଭ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ଚାଇଲ୍ଡଲାଇନର ସଦସ୍ୟ ଓ ବେସରକାରୀ ଅନୁଷ୍ଠାନର ସଭ୍ୟ ରହିଛନ୍ତି । ଜିଲ୍ଲାରେ ବାଲ୍ୟ ବିବାହର ସ୍ଥିତ ଏବଂ ତାହାର କାରଣ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହା ଦ୍ୱାରା କିଶୋରୀ ଅନ୍ତଃସତ୍ତା, କମ୍ ଓଜନର ଛୁଆ ଜନ୍ମହେବା, ଅପପୃଷ୍ଟି, ରକ୍ତହିନତା ଇତ୍ୟାଦି ରୋଗରେ ପିଢିତ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାସ୍ତରୀୟ ଟାସ୍କଫୋର୍ସର ପ୍ରମୁଖ କାର୍ଯ୍ୟଗୁଡିକ ହେଲା ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା, ବିଭିନ୍ନ ବିଭାଗ ଗୁଡିକୁ ଜଡିତ କରାଇବା, ଲୋକମାନଙ୍କ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା, ହେବାକୁ ଥିବା

ବାଲ୍ୟବିବାହକୁ କିପରି ବନ୍ଦ କରାଯିବ ତାହା ଉପରେ ଯୋଜନା ପ୍ରସ୍ତୁତ କରିବା, ଉଦ୍ଦାର ହୋଇଥିବା ଝିଅ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା କରିବା ଏବଂ ଦୋଷୀଙ୍କ ବିରୁଦ୍ଧରେ ଆବଶ୍ୟକ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ମାନଙ୍କରେ କିପରି ଯଥାଶୀଘ୍ର ଟାସ୍କଫୋର୍ସ ଗଠନ କରାଯିବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହ ବାଲ୍ୟ ବିବାହ ଉପରେ ଜିଲ୍ଲାର ସ୍ଥିତ ପାଇଁ ଏକ ନମୁନା ସର୍ଭେ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶଥିଲା । ଆଗାମୀ ଦିନରେ ପ୍ରତି ଗ୍ରାମକୁ କିପରି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯିବ ତାହା ଉପରେ ଆଲୋଚନା କରି ବ୍ୟାପକ ଖସଡା ପ୍ରସ୍ତୁତ କରାଯାଇଥିଲା । ଏହି ବୈଠକରେ ଉପ-ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥି, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମି ରଞ୍ଜନ ସେଠି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତି ଦେଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ୟୁଏନ୍‌ଏଫପିଏର ଜିଲ୍ଲା ପ୍ରତିନିଧି ସଂଯୁକ୍ତା ତ୍ରିପାଠୀ , ଭାଗ୍ୟ ଲକ୍ଷ୍ମୀ ନାୟକ ପ୍ରମୁଖଙ୍କ ସମେତ “ଆକ୍ସନ ଏଇଡ” ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ପ୍ରବୋଧ ନାୟକ ପ୍ରମୁଖ ଉପସ୍ଥିଥିଲେ । ( ଗରୁଡ଼ ଧ୍ୱଜ ଚୌଧୁରୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଶୋକ ପ୍ରସ୍ତାବ ଆଗତ

ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା

September 23, 2026
୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

September 23, 2026
Odisha named among India’s most pronounced drought hotspots as extremes spread along the eastern coast: 52-year study

ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଶୋକ ପ୍ରସ୍ତାବ ଆଗତ

ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା

September 23, 2026
୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

September 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version