ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ଭଞ୍ଜନଗର :- ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟିର ବ୍ରେକ୍ ଫେଲ୍ ହୋଇଯିବ ଫଳରେ ଗାଡିଟି ଓଲଟି ଯାଇଥିଲା ସୁଚନା ରହିଥିବା ବା ବେଳେ ଟ୍ରକ୍ ଚାଳକ ଆନ୍ଧ୍ରପ୍ରଦେଶ ମାର୍କପୂରର ଜେ ରବି ଙ୍କ ବାମ ଗୋଡଟି ସମ୍ପୂର୍ଣ କଟିଯାଇଥିବା ବେଳେ ହେଲପର ଆନ୍ଧ୍ରପ୍ରଦେଶର ଦୋର୍ନାଲର ଏସ୍ କେ ଖାସିମ୍ ଙ୍କ ମୁଣ୍ଡରେ ଗୁରୁତର ଆହତ ହୋଇଛନ୍ତି । ଆହତ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଛି । ଟ୍ରକଟି ସମ୍ବଲପୁରରୁ ଲୁହା ପାଇପ୍ ବୋଝେଇ କରି ଆନ୍ଧ୍ରପ୍ରଦେଶର ଗର୍ଣାୱରମ୍ ଯାଉଥିବା ଜଣାପଡିଛି । (ରିପୋର୍ଟ: ଶେଷଦେବ ସାହୁ)














