ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର) ବ୍ରହ୍ମପୁର :- ବ୍ରହ୍ମପୁର ଦିଲ୍ଲୀପ ମହାରଣା ବୟସ 18 ବର୍ଷ । ପିତା ଭଗବାନ ମହାରଣା, ବ୍ରହ୍ମପୁର ସାନ ରେଡ୍ଡିକା ସାହି ବାସିନ୍ଦା । ଦିଲ୍ଲୀପ ଚଳିତ ବର୍ଷ ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ବଣିଜ୍ୟରେ ପାସ କରିଛନ୍ତି । ତେବେ ସେ କ୍ଷୁଦ୍ର କଳା କୃତୀ କରିବାରେ ବି ବେଶ ମାହୀର । ତେବେ ବର୍ତ୍ତମାନ କରୋନା ସମୟରେ ଯେତେବେଳେ ସବୁଆଡେ ଏକ ଚର୍ଚ୍ଚା ହେଲା କି ଦୁର୍ଗା ମାଙ୍କର ପ୍ରତିମୂର୍ତ୍ତି ଚାରି ଫୁଟରୁ ହେବା ନେଇ ସରକାରଙ୍କର ନିଷ୍ପତି ପରେ ତାଙ୍କ ମନକୁ ଆସିଲା କିଭଳି ଏକ କ୍ଷୁଦ୍ର କଳାକୃତୀ ସେ ନିର୍ମାଣ କରିବେ ।

ସେ ସେଭଳି ଏକ ଚିନ୍ତାଧାରାକୁ ନେଇ ନିର୍ମାଣ କଲେ ଏକ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏକ ମା ଦୁର୍ଗାଙ୍କର ଦଶଭୁଜା ସିଂହ ଉପରେ ବିରାଜମାନ ମହିଷାସୁର ମର୍ଦ୍ହିନୀର ଏକ ବିଗ୍ରହ । ତେବେ ଏଭଳି ସେ ଆଗରୁ ବି ଅନେକ ଗଣେଶ ହନୁମାନ ଏବଂ ଜଗନାଥଙ୍କର ବିଗ୍ରହ କରିଛନ୍ତି । ତେବେ ଏଭଳି ଦୁର୍ଗା ମୂର୍ତ୍ତ ହୁଏତ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି । ଏତେ ଛୋଟ ବୟସରେ ଏଭଳି କଳା ଦେଖି ସାଧାରଣ ଲୋକ ଆଚମ୍ବିତ ହେବ ନିଶ୍ଚିତ। ତେବେ ସ୍ଥାନୀୟ ଲୋକ ଏଭଳି ପ୍ରତିଭାକୁ ବିକଶିତ କରିବା ପାଇଁ ସରକାର କିଛି ସହଯୋଗ କରନ୍ତୁ । ଯାହା ଫଳରେ ଦିଲ୍ଲୀପ୍ ଆଗକୁ ଏଭଳି ଅନେକ କୀର୍ତି କରୁ ଏବଂ ଆମ ରାଜ୍ୟ ତଥା ଜିଲ୍ଲାକୁ ଗୌରବ ଆସୁ । (ରିପୋର୍ଟ: ଶେଷଦେବ ସାହୁ)














