ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ପଦ୍ମପୁର :- ପାଇକମାଲ ରାଜସ୍ୱ ନୀରିକ୍ଷକ ଶଶିଭୂଷଣ ସାହୁ ଆଜି ରବିବାର ଦିନ ତାଙ୍କର ଦେହ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପଦ୍ମପୁର ଚିକିତ୍ସାଳୟ କୁ ଆଣି ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ୪୨ ବର୍ଷ ହୋଇଥିଲା । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି । ସେ ଜଣେ ମେଲାପି ଓ ଭଦ୍ରବ୍ଯକ୍ତି ଭାବରେ ସମସ୍ତେ ତାଙ୍କୁ ସମ୍ମାନ କରୁଥିଲେ ।
ତାଙ୍କର ଧର୍ମପତ୍ନୀ ମାନସୀ,ପୁତ୍ର ଚିନ୍ମୟ ସହିତ ବାପା ମାଁ, ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି । ତାଙ୍କର ପୈତୃକ ବରପାଲି ଗ୍ରାମ ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଏକ ମାତ୍ର ପୁତ୍ର ଚିନ୍ମୟ ସାହୁ ମୁଖାଗ୍ନି ଦେଇ ଥିଲେ । ଏହି ଯୁବା ରାଜସ୍ବ ନୀରିକ୍ଷକଙ୍କ ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳ ପ୍ରଶାସନ ଅଧିକାରୀ ଗଣ ଓ ପାଇକମାଲ ଅଞ୍ଚଳର ମାନ୍ଯଗଣ୍ଯ ବ୍ଯକ୍ତିମାନେ ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)














