• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବାଲେଶ୍ୱରରେ ଉପନିର୍ବାଚନ ପାଇଁ ଆରମ୍ଭ ପ୍ରାର୍ଥୀ ମାନଙ୍କର ପ୍ରଚାର : ହେଲେ କାହା ହାତରେ ନାହିଁ ବିକାଶ ପ୍ରସଙ୍ଗ

Proprietor Abhimanyu Maharana by Proprietor Abhimanyu Maharana
October 18, 2020
in Uncategorized, ଓଡ଼ିଶା, ରାଜନୀତି, ହୋମ୍
0
ବାଲେଶ୍ୱରରେ ଉପନିର୍ବାଚନ ପାଇଁ ଆରମ୍ଭ  ପ୍ରାର୍ଥୀ ମାନଙ୍କର ପ୍ରଚାର : ହେଲେ କାହା ହାତରେ ନାହିଁ ବିକାଶ  ପ୍ରସଙ୍ଗ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ବାଲେଶ୍ୱର :- ବାଲେଶ୍ୱର ଉପନିର୍ବାଚନ ପାଇଁ ଏବେ ପ୍ରଚାର ମଇଦାନରେ କସରତ ଆରମ୍ଭ କରିଛନ୍ତି ତିନି ଦଳର ପ୍ରାର୍ଥୀ । ହେଲେ କାହା ପାଖରେ ନାହିଁ ଠୋସ୍ ପ୍ରସଙ୍ଗ । ବିଜେପି ପାଖରେ କୌଣସି ସ୍ଥାନୀୟ ପ୍ରସଙ୍ଗ ନଥିବାବେଳେ, କଂଗ୍ରେସର ହାତ ମଧ୍ୟ ଖାଲି ପଡ଼ିଛି । ଅନ୍ୟପଟେ ଶାସକ ବିଜେଡି କେବଳ ନବୀନଙ୍କ ନାଁକୁ ନେଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ତିନୋଟି ଯାକ ଦଳ ପ୍ରଚାର ଅପେକ୍ଷା ସ୍ଥାନୀୟ ନେତାଙ୍କ ସଂଗଠନ ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି।ଗ୍ରାମାଞ୍ଚଳ ଭୋଟର, ଯୁବ ଭୋଟର, ସହରାଞ୍ଚଳ ବୁଦ୍ଧିଜୀବୀ ଭୋଟର । ଏମିତି ବିଭିନ୍ନ ଭାଗରେ ଭାଗ କରି ୩ ଦଳ ସେମାନଙ୍କ ବିଭିନ୍ନ ମୋର୍ଚ୍ଚାକୁ କାମରେ ଲଗାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଥିବାରୁ କର୍ମୀ ମହଲରେ ଉତ୍ସାହ ଭରି ରହିଛି। ଗତ ସାଧାରଣ ନିର୍ବାଚନ ପରି ହାଇଟେକ ବସରେ ପ୍ରଚାର ହେବ । ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ ବିଜେପି ପ୍ରଚାରର ମଙ୍ଗ ୨ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଲୋକପ୍ରିୟ ନେତା ଧରିପାରନ୍ତି । ତେବେ କଂଗ୍ରେସର କେହି କେନ୍ଦ୍ରୀୟ ନେତା ପ୍ରଚାରକୁ ଆସିବେନି ବୋଲି ସୂଚନା ମିଳିଛି । ତେବେ ଏଥରର ନିର୍ବାଚନରେ ପ୍ରସଙ୍ଗକୁ ନେଇ ବେଶୀ ଉତ୍ସାହ ଦେଖିବାକୁ ମିଳୁନି । କୌଣସି ସ୍ଥାନରେ ବି ଲୋକ କୌଣସି ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରୁନାହାନ୍ତି । ବରଂ ରବୀନ୍ଦ୍ର ଜେନା ଟିକଟ ନ ପାଇବା, ବିଜେପିକୁ ଅନୁକମ୍ପା ଭୋଟ ଯିବ କି ନ ଯିବ, କଂଗ୍ରେସର ନୂଆ ପ୍ରାର୍ଥୀ କେମିତି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି, ଏସବୁ ଆଲୋଚନା ହେଉଛି । ଯେହେତୁ ପ୍ରସଙ୍ଗ ଜୋର୍ ଧରୁନି ତେଣୁ ପଞ୍ଚାୟତ ଓ ୱାର୍ଡସ୍ତରୀୟ ସଂଗଠନକୁ ସକ୍ରିୟ କରି ଲୋକଙ୍କୁ ବ୍ୟକ୍ତିଗତ ଭାବେ ବୁଝାଉଛନ୍ତି ୩ ଦଳ । ତେବେ ସହରାଞ୍ଚଳରେ ଟିକେ ପରିସ୍ଥିତି ଭିନ୍ନ। ଯୁବ ଭୋଟର ନିର୍ଣ୍ଣୟକାରୀ ହେବାର ସମ୍ଭାବନା ଥିବାରୁ ସେମାନଙ୍କ ଉପରେ ୩ ଦଳ ଫୋକସ୍ କରିଛନ୍ତି।ବିଜେପି ପ୍ରାର୍ଥୀ ମାନସ ଦତ୍ତ ଦଳୀୟ ଭିତ୍ତିରେ କାର୍ଯ୍ୟବଣ୍ଟନ, ପଞ୍ଚାୟତିରାଜ ଓ ପୌର ଦୁର୍ନୀତି ପ୍ରସଙ୍ଗ ଧରି ଲୋକଙ୍କ ପାଖରେ ପହଞ୍ଚୁନ୍ତି ।

କଂଗ୍ରେସ ଅମଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ତଥା ଏ ସରକାରରେ କିଛି କାମ ହୋଇ ନ ଥିବା ଅଭିଯୋଗ ଧରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ । ଅନ୍ୟପଟେ ସରକାରଙ୍କ କରୋନା ମୁକାବିଲାର ସଫଳତାକୁ ନେଇ ଲୋକଙ୍କ ପାଖରେ ବିଜେଡି ପହଞ୍ଚୁଛି।ଗତ ଉପନିର୍ବାଚନରେ ବିଜେଡିର ଗଡ଼ କୁହାଯାଉଥିବା ବାଲେଶ୍ୱର ଆସନ ହାତେଇ ନେଇଥିଲା ବିଜେପି। ମଦନମୋହନ ଦତ୍ତଙ୍କର ନିଜସ୍ୱ ସଂଗଠନ ଥିଲା । ଆଉ ମୋଦୀଙ୍କ ହାୱାରେ ପ୍ରଭାବିତ ବିଭିନ୍ନ ଅଣଓଡ଼ିଆ ଭୋଟର ସହାୟକ ହୋଇଥିଲେ ସ୍ୱର୍ଗତ ଦତ୍ତଙ୍କୁ। କିନ୍ତୁ ଏଥର ସେ ୱେଭ୍ କାମ କରିବ କି ନାହିଁ ତାକୁ ନେଇ ସନ୍ଦେହ ରହିଛି । ସଂଗଠନ ସ୍ତରରେ ଯଦି ଏ ବର୍ଷକ ଭିତରେ କିଛି ଅଭିବୃଦ୍ଧି ହୋଇଥିବ ତେବେ ତା ଉପରେ ବିଜେପିକୁ ଭରସା କରିବାକୁ ପଡ଼ିବ । ଏଥର ବଙ୍ଗାଳି ଭୋଟରର ଧୃବୀକରଣ ହେବାର ସମ୍ଭାବନା କମ ରହିଛି । କାରଣ ଏଥର ୩ ଦଳ ଭିତରେ ଏ ଭୋଟ ବିଭାଜନ ହେବାର ସମ୍ଭାବନା ସୃଷ୍ଟି ହୋଇଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ସ୍ଥିତିରେ ଆଗ୍ରେସିଭ୍ ପ୍ରଚାର କରିବା ପ୍ରାୟ ଅସମ୍ଭବ ।

ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ବି ନାହିଁ । ତେଣୁ ଯାହା ହେବ ଭିତରେ ଭିତରେ । ତେବେ ଭର୍ଚୁଆଲ କ୍ୟାମ୍ପେନିଂରେ ଏବେ ବି କୌଣସି ଦଳ ଆଖିଦୃଶିଆ ଉଦ୍ୟମ କରିନାହାନ୍ତି । ଟେକ୍ନୋଲୋଜି ଏଠାରେ ବେଶୀ ସହଯୋଗ କରିବ ନାହିଁ ବୋଲି ୩ ଦଳର ଅନୁଭବ ହୋଇଥିବାରୁ ନେତାମାନେ ଦ୍ୱାରଦ୍ୱାର ବୁଲି ପ୍ରଚାର କରୁଛନ୍ତି । ଆଉ ଗୋଟେ ରୋଚକ ଘଟଣା ହେଉଛି, ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଭିନ୍ନ ଦଳର ନେତାମାନେ ଏଠାରେ ତାଙ୍କ ସମ୍ପର୍କୀୟମାନଙ୍କୁ ରାଜନୀତିରେ ବ୍ୟବହାର କରୁଛନ୍ତି । ନେତାମାନେ ସନ୍ଧ୍ୟା ପରେ ସେମାନଙ୍କ ସମ୍ପର୍କୀୟ, ସମ୍ପର୍କୀୟଙ୍କ ସମ୍ପର୍କୀୟ ଓ ସେମାନଙ୍କ ସାଙ୍ଗସାଥୀଙ୍କୁ ଭେଟି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବୁଝାଉଛନ୍ତି, ଆବଶ୍ୟକ ପଡ଼ିଲେ ଦଳୀୟ କାମରେ ବି ଲଗାଉଥିବା ଖବର ମଧ୍ୟ ଆସୁଛି । (ଦୀପ୍ତିମାନ ପତି /ବାଲେଶ୍ୱର )ବାଲେଶ୍ୱର

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version