ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ କାର୍ଯ୍ୟ ରତ ବ୍ଲକ ରିସୋର୍ସ କୋଓଡିନେଟର କୈଳାସ ଚନ୍ଦ୍ର ପାଣ୍ଡେ ପାଇଖାନା ନିର୍ମାଣ କାର୍ଯ୍ୟ ର ବିଲ୍ ପ୍ରଦାନ ପାଇଁ ଅଭିଯୋଗ କାରିଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନସ୍ ହାତରେ ଧରାପଡିଥିଲେ । ତାଙ୍କ ଠାରୁ ରାସାୟନିକ ଲଗା ଟଙ୍କା ଜବତ ହେବା ପରେ ଆଜି ତାଙ୍କୁ ଗିରଫ କରାଯାଇଥିଲା । ସୂଚନା ମତେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଗୁଦୁର୍ଲା ଗ୍ରାମ ର ବୁଦ୍ଧଦେବ ଦାସ ଗାଇସିଲେଟ ବ୍ଲକର ବିଭିନ୍ନ ଅଞ୍ଚଳ ରେ ସ୍ୱଚ୍ଛ ଭାରତ ମିଶନ ( ଗ୍ରାମୀଣ) ଯୋଜନା ରେ୨୩ ଜଣ ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ କରି ଯୋଗାଇଦେଇଥିଲେ । ଏହାର ସମ୍ପୁର୍ଣ୍ଣ ବିଲ୍ ପ୍ରଦାନ ପାଇଁ ବ୍ଳକ ଅଫିସ ରେ ବ୍ଳକ ରିସୋର୍ସ କୋଓଡିନେଟର କୈଳାସ ଚନ୍ଦ୍ର ପାଣ୍ଡେ ଙ୍କୁ କହିଥିଲେ ।
ତେବେ ବିଲ୍ ପ୍ରଦାନ ପାଇଁ ସେ ୩୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ବାବଦରେ ଶ୍ରୀ ଦାସ ସମ୍ବଲପୁର ସ୍ଥିତ ଭିଜିଲାନ୍ସ ବିଭାଗ ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କୁ ଭିତ୍ତି କରି ବିଭାଗ ପକ୍ଷରୁ ଚଢାଉ କରି ଲାଞ୍ଚ ନେବାବେଳେ ଧରିଥିଲେ । ଅଭିଯୁକ୍ତ ଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରିବା ସହ ତାଙ୍କ ହାତ ଓ ପ୍ୟାଣ୍ଟ୍ ପକେଟକୁ ପାଣିରେ ଧୋଇବା ପରେ ରଙ୍ଗ ବାହାରିଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ ଗାଇସିଲେଟ ର ଭଡ଼ା ଘର, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ର ଇଗସା ଗ୍ରାମ ର ପୈତୃକ ଘର ରେ ଏକ ସଙ୍ଗେ ଚଢାଉ କରାଯାଇଥିଲା । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)














