No Result
View All Result

ବେଗୁନିଆ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋରେ ପ୍ରତି ବର୍ଷ ଭଳି ଏ ଵର୍ଷ ମନ୍ଧ୍ୟ ଗତ ମଙ୍ଗଳବାର ଦିନ ୮ଘଟିକା ସମୟରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସିକୋ ରାଜ୍ୟ ତୈଳିକ ଵୈଶ୍ୟ ସାଧବ ସମାଜ ତାହାର ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଆୟୋଜିତ କାର୍ଯ୍ୟକ୍ରମ ଯଥା ବିଧିମୂତାବକ ବ୍ରାହ୍ମଣ ଙ୍କ ହୋମ,ମନ୍ତ ପୂଜା ପାଠ,ହରିବୋଲ, ହୁଳହୁଳି ଦ୍ଵାରା ନିକଟସ୍ଥ ପୁଷ୍କରିଣୀ ଠାରେ ୭ପୁଅ ଓ ସାତ ବୋହୂ ମାନଙ୍କ ସହିତ ଉପସ୍ଥିତ ମାନ୍ୟ ଗଣ ବ୍ୟକ୍ତି ବିଶେଷଙ୍କୁ ନେଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିଲା ।

ଏହା ବେଶ୍ ଆଞ୍ଚଳିକ ମହଲର ଉଚ୍ଚକୋଟୀର ଓ ପ୍ରଶ୍୦ସନୀୟ ଭାବେ ଚର୍ଚି୍ଚିତହୋଇଥିଲା । ଏଥିରେ ବିଧାୟକ ପ୍ରଦୀପ କୁମାର ସାହୁ ମହୋଦୟ , ବ୍ରଜବନ୍ଧୁ ସୁବୁଦ୍ଧି ମହୋଦୟ, ମୂଖ୍ୟ ଅତିଥି ସମାଜସେବୀ ଡକ୍ଟର ଅରବିନ୍ଦ ରାୟ, ସମାଜ ସେବୀ ମନୋଜ ପ୍ରଧାନ, ସତ୍ୟଜିତ ମହାପାତ୍ର, ଶିଳ୍ପପତି ଅକ୍ଷୟ ସାହୁ, ଇଞ୍ଜିନିୟର ସନ୍ତୋଷ ସାହୁ, ବିଶିଷ୍ଟ ବ୍ୟବସାୟୀପ୍ରଭାତ ସାହୁ, ବରିଷ୍ଠ ଶିକ୍ଷା ବିତ୍ ସନ୍ତୋଷୀ ରାୟ, ସରପଞ୍ଚ ଅଞ୍ଜଳି ସାହୁ, ସମିତିସଭ୍ୟା ସୁରଥ ପ୍ରଧାନ ,ଡାକ୍ତର ସସ୍ମିତା ସ୍ୱାଇଁ, ନାରୀନେତ୍ରୀ ସୁରେନ୍ଦ୍ର ବେହେରା,

ଶିଳ୍ପପତି ମଦନ ସାମନ୍ତସିଂହାର, ହିରାପୁର ସରପଞ୍ଚ ଆରତ ଚନ୍ଦ୍ର ମାଝୀ, କାର୍ତ୍ତିକ ପାତ୍ର, ଯୁବ ସମାଜସେଵୀ ଭକ୍ତିଭୂଷଣ ମହାପାତ୍ର ,ଯୁବ ସାମ୍ବାଦିକ ଶ୍ରୀ ଅଜୟ କୁମାର ସେଠୀ ମହୋଦୟ , ଶେଖ୍ ଅବଦୁଲ ରହିମ୍ ମହୋଦୟ ପରାମର୍ଶଦାତା ଭାଵେ ଉପସ୍ଥିତ ରହି ବୋଇତ ବନ୍ଦାଣ ମହୋତ୍ସବ ଟିକୁ ଅତି ଶୃଙ୍ଖଳା ର ସହିତ ପାଳନ କରି ଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିଥିବାରୁ ସେମାନଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଗ୍ରାମ୍ୟ ପରିକ୍ରମାର ଶୋଭାଯାତ୍ରା ବେଶ୍ ମନମତାଣିଆ ହୋଇଥିଲା।ଏହାକୁ ଦେଖିବା ପାଇଁ ଅଞ୍ଚଳ ରୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା ।

No Result
View All Result