ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ଥାନୀୟ ପି.ଏମ.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡା ପରିସରରେ ଆଜି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସରସ୍ୱତୀ ପଗଡ଼ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଶଙ୍ଖେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ତ୍ରିପାଠୀ,

ଆଙ୍କୁଲେଇ ଉଚ୍ଚ ବିଦ୍ୟାଳୟର ମାନଧାତାପୁର ର ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାନସ ରଞ୍ଜନ ଚମ୍ପତ୍ତି ଯୋଗ ଦେଇଥିଲେ । ଉକ୍ତ ବିଜ୍ଞାନ ମେଳାରେ କନିଷ୍ଠ, ଉପକନିଷ୍ଠ ଓ ବରିଷ୍ଠ ବର୍ଗରୁ ୭୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ତିନୋଟି ବର୍ଗରୁ ୧୯ଜଣ ପ୍ରକଳ୍ପ ଧାରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ କୁମାର ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସସ୍ମିତା ମୁଖାର୍ଜୀ, ଶିକ୍ଷକ ବୃନ୍ଦାବନ ବେହେରା, ସତ୍ୟମ ପଣ୍ଡା, ରସ୍ମିତା ଚମ୍ପତ୍ତି, ସ୍ୱାତୀ ସରିନ ଦାସ, ପ୍ରଦୀପ କୁମାର ତ୍ରିପାଠୀ, ଶ୍ରୀକୃଷ୍ଣ ସେଠୀ, ରାକେଶ କୁମାର ସାହୁ, ଅଖିଳ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।














