No Result
View All Result

ଦେଢ଼ଶହ ସାମ୍ବାଦିକଙ୍କ ସମାଗମରେ ଗୁଞ୍ଜରିତ ହେଲା ‘ସାମ୍ବାଦିକ ଏକତା ଜିନ୍ଦାବାଦ’ର ନାରା
ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମର ସ୍ୱାଧୀନତା, ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟୋଚିତ ଅଧିକାରକୁ ସୁନିଶ୍ଚିତ କରିବା ଦାବିରେ ନୟାଗଡ଼ ଜିଲ୍ଲାରେ ନୂତନ ଢଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଛି। ସାମ୍ବାଦିକଙ୍କ ଏକତା, ସଂଗଠନର ଶକ୍ତି ଏବଂ ପରସ୍ପର ସହଯୋଗର ବାର୍ତ୍ତା ନେଇ ଆୟୋଜିତ ଏହି ସମାବେଶରେ ଜିଲ୍ଲାର ପ୍ରାୟ ଦେଢ଼ଶହ ସାମ୍ବାଦିକ ଏକତ୍ରିତ ହୋଇଥିଲେ। ଇଣ୍ଡିଆନ ଅର୍ଗାନାଇଜେସନ ଅଫ୍ ୟୁନାଇଟେଡ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ୍ (IOUWJ) ଓ ଓଡ଼ିଶା ୟୁନିଅନ୍ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ୍ (OUWJ) ସହ ଜଡ଼ିତ ଏହି ସାମ୍ବାଦିକ ସଂଗଠନର ରାଜ୍ୟ ସଂଯଜୋକ ତଥା ନୟାଗଡ଼ ଜିଲ୍ଲା ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆହ୍ୱାନ କ୍ରମେ ଏହି ସମାବେଶରେ ସାମ୍ବାଦିକମାନଙ୍କ ଅଭୂତପୂର୍ବ ଉପସ୍ଥିତି ପରିଲକ୍ଷିତ ହୋଇଥିଲା।

କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ରାଜ୍ୟ ସମ୍ପାଦକ ମହାରଣ୍ୟ ଶର୍ମା ଓ ରାଜ୍ୟ ସଂଯୋଜକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହି ସାମ୍ବାଦିକଙ୍କ ଏକତା ଓ ସାମ୍ବାଦିକତାର ମର୍ଯ୍ୟାଦା ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ୱାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଏନ୍ଏସି ଅଧ୍ୟକ୍ଷା ନିରୁପମା ଖଟେଇ, ବିଜେପିର ବରିଷ୍ଠ ନେତା ତଥା ସମାଜସେବୀ ସନ୍ତୋଷ ବାବୁ, ଜିଲ୍ଲା ସାମ୍ବାଦିକ ଭବନର ସଭାପତି ରଜତ ପଟ୍ଟନାୟକ ଓ ସମ୍ପାଦକ ଆନୱାର ଅଲି ଯୋଗଦେଇଥିଲେ।
ସଭାରେ ସାମ୍ବାଦିକମାନେ କେବଳ ଖବର ପରିବେଷଣରେ ସୀମିତ ନ ରହି ସମାଜର ଅନ୍ୟାୟ, ଅନୀତି ଓ ଜନସାଧାରଣଙ୍କ ସମସ୍ୟାକୁ ନିର୍ଭୀକ ଭାବେ ସାମ୍ନାକୁ ଆଣୁଥିବାରୁ ସେମାନଙ୍କ ସୁରକ୍ଷା ଓ ସାମାଜିକ ସମ୍ମାନ ନିଶ୍ଚିତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ସାମ୍ବାଦିକଙ୍କ କୌଣସି ଅସୁବିଧା, ବିପଦ କିମ୍ବା ଦୁର୍ଦ୍ଦିନରେ ସଂଗଠନ ସର୍ବଦା ସେମାନଙ୍କ ସହ ରହିବ ବୋଲି ଉପସ୍ଥିତ ଅତିଥିମାନେ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ସାମ୍ବାଦିକଙ୍କ ନିରାପତ୍ତା, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ସାମାଜିକ ସମ୍ମାନ ଓ ନ୍ୟାୟ ପ୍ରଦାନ ଦିଗରେ ସରକାର ଏବଂ ପ୍ରଶାସନ ଅଧିକ ସମ୍ବେଦନଶୀଳ ହେବା ଉଚିତ ବୋଲି ମତ ରଖାଯାଇଥିଲା।
ଅନ୍ୟପକ୍ଷରେ, ବିଗତ ଦିନରେ ଦେବୀ ପ୍ରସାଦ ମିଶ୍ରଙ୍କ ଆହ୍ୱାନରେ ଉଠିଥିବା ‘ସାମ୍ବାଦିକ ଏକତା ଜିନ୍ଦାବାଦ’ର ସ୍ୱରକୁ ଆଗକୁ ନେବା ପାଇଁ ସମସ୍ତେ ଏକମତ ହୋଇଥିଲେ। ଜିଲ୍ଲା ସାମ୍ବାଦିକ ଭବନର ସଭାପତି ରଜତ ପଟ୍ଟନାୟକ ଓ ସମ୍ପାଦକ ଆନୱାର ଅଲି ଜିଲ୍ଲା ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସାଙ୍ଗଠନିକ ଉଦ୍ୟମକୁ ସମର୍ଥନ ଜଣାଇବା ସହ ତାଙ୍କ ହାତମୁଠାକୁ ମଜଭୁତ କରିବା ନିମନ୍ତେ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ସଭାକୁ ସ୍ଵର୍ଣ ପଦକ ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସୁଚାରୁରୂପେ ପରିଚାଳନା କରିଥିଲେ। ରାଜ୍ୟ ପ୍ରଶାସନଙ୍କ ନିକଟରେ ଦୃଢ଼ ଦାବି ଏହି ସମାବେଶ କେବଳ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ ନୁହେଁ, ବରଂ ସାମ୍ବାଦିକଙ୍କ ସୁରକ୍ଷା ଓ ଅଧିକାର ପାଇଁ ଏକ ସାମୂହିକ ସ୍ୱର। ତେଣୁ ରାଜ୍ୟ ସରକାର ଓ ପ୍ରଶାସନ ନିମ୍ନଲିଖିତ ଦିଗଗୁଡ଼ିକ ପ୍ରତି ଗୁରୁତ୍ୱ ଦେବାକୁ ସାମ୍ବାଦିକ ମହଲରେ ଦାବି ଉଠୁଛି ।
୧. ସାମ୍ବାଦିକଙ୍କ ପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଓ ଆବଶ୍ୟକୀୟ ସାମ୍ବାଦିକ ସୁରକ୍ଷା ନୀତି ପ୍ରଣୟନ।
୨. କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକଙ୍କୁ ଆକ୍ରମଣ, ଧମକ ଓ ହଇରାଣ କରାଯାଉଥିବା ଘଟଣାରେ ତ୍ୱରିତ ତଦନ୍ତ ଓ ନ୍ୟାୟ ପ୍ରଦାନ।
୩. ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା, ବୀମା, ଆର୍ଥିକ ସହାୟତା ଓ ଆବଶ୍ୟକ କଲ୍ୟାଣକାରୀ ଯୋଜନା।
୪. ସାମ୍ବାଦିକ ଭବନ, କାର୍ଯ୍ୟାଳୟ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ସରକାରୀ ସହଯୋଗ।
୫. ଗ୍ରାମାଞ୍ଚଳ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ଶୁଣିବା ପାଇଁ ପ୍ରଶାସନିକ ସ୍ତରରେ ନିୟମିତ ଆଲୋଚନା ବ୍ୟବସ୍ଥା।
୬. ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି।
ସାମ୍ବାଦିକଙ୍କ କଲମ ନିରବ ହେଲେ ଗଣତନ୍ତ୍ରର ସ୍ୱର ଦୁର୍ବଳ ହୋଇପଡ଼ିବ। ତେଣୁ ସାମ୍ବାଦିକଙ୍କ ସୁରକ୍ଷା କେବଳ ସାମ୍ବାଦିକଙ୍କ ଦାବି ନୁହେଁ, ଏହା ଗଣତନ୍ତ୍ରର ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହି ସାମୂହିକ ସ୍ୱରକୁ ଗୁରୁତ୍ୱର ସହ ବିଚାର କରି ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ଦିଗରେ ଠୋସ ପଦକ୍ଷେପ ଗ୍ରହଣ କରିବେ ବୋଲି ସାମ୍ବାଦିକ ମହଲ ଆଶା ପ୍ରକାଶ କରିଛି, ପରି ଶେଷରେ ସମସ୍ତ ସାମ୍ବାଦିକ, ସମାଜସେବୀ ଓ ବିଭିନ୍ନ ସଂଗଠନ କୁ ଅତିଥି ମାନେ ଉପଢୌକନ ଓ ଉତ୍ତରୀ ପ୍ରଦାନ କରିଥିଲେ,
ଠିକ ଭାବରେ ସମସ୍ତଙ୍କ ପାଖରେ ଠିକ ଭାବରେ ଖବର ପହଁଚି ପାରି ନଥିବାରୁ ଉପ ସ୍ଥିତ ଥିବା ସାମ୍ବାଦିକ ମାନଙ୍କ ପାଖରେ ଅନୁପସ୍ଥିତ ଥିବା ସାମ୍ବାଦିକ ବନ୍ଧୁ ଓ ବରିଷ୍ଠ ମାନଙ୍କ ଉଦେଶ୍ୟ ରେ ଦୁଃଖ ପ୍ରକାଶ କରି ଆଗକୁ ସଠିକ ପରିଚାଳନା କରଜିବା କଥା କହିଥିଲେ ସାମ୍ବାଦିକ ଏକତା ଆମର ଲକ୍ଷ୍ୟ, ସାମ୍ବାଦିକଙ୍କ ସୁରକ୍ଷା ଆମର ସଂକଳ୍ପ ନେଇ ସଭାପତି ଶ୍ରୀ ମିଶ୍ର ସାମ୍ବାଦିକ ଏକତା ଜିନ୍ଦାବାଦର ନାରା ଦେଇ ସଭା ସାନ କରିଥିଲେ l

No Result
View All Result