ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସମାଜର ପ୍ରକୃତ ଦର୍ପଣ ସାଜି, ପ୍ରତ୍ୟେକ ଘଟଣାକୁ ନିଜର ନିଷ୍ଠାପର ଲେଖନୀ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଉଥିବା ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଜାତୀୟ ପ୍ରେସ ଦିବସ’ ଚଳିତ ବର୍ଷ ପୁରୀ ଜିଲ୍ଲାରେ ଅତ୍ୟନ୍ତ ଆନନ୍ଦ, ଗୌରବ ଓ ଉତ୍ସାହର ସହ ସ୍ଥାନୀୟ ସଦଭାବନା ସଭା ଗୃହରେ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁସଂଖ୍ୟାରେ ସାମ୍ବାଦିକ ବନ୍ଧୁଗଣ ଯୋଗଦେଇଥିଲେ।
















