ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇଥିବା ବେଳେ କାଠ ମାଫିଆଙ୍କ ବେଆଇନ କାରବାର ଉପରେ ପୁଣି ଏକ ବଡ଼ ଧରଣର ଆଘାତ ଲାଗିଛି। କୋଟଗଡ଼ ବନାଞ୍ଚଳ ଅଧୀନ ଲାସେରୀ ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ହେଉଥିବା ସମୟରେ ବନ ବିଭାଗ ଚଢ଼ାଉ କରି ୯୨ ଖଣ୍ଡ ଶାଳ କାଠ ସହ ଏକ ମହିନ୍ଦ୍ରା ମ୍ୟାକ୍ସ ବୋଲେରୋ ପିକ୍ଅପ୍ ଗାଡ଼ିକୁ ଜବତ କରିଛି। ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୩୪ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି।
















