• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମଧୁବାବୁ ପେନ୍‌ସନ୍ ଯୋଜନାରେ ବିଏମ୍‌ସି ଅଞ୍ଚଳର ଆଉ ୫,୩୨୪ ହିତାଧିକାରୀ ସାମିଲ

Proprietor Abhimanyu Maharana by Proprietor Abhimanyu Maharana
November 14, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ମଧୁବାବୁ ପେନ୍‌ସନ୍ ଯୋଜନାରେ ବିଏମ୍‌ସି ଅଞ୍ଚଳର ଆଉ ୫,୩୨୪ ହିତାଧିକାରୀ ସାମିଲ
Share on FacebookShare on TwitterWhatsapp

. ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ, ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗ, ଓଡ଼ିଶା ସରକାର ଭତ୍ତା ବାଣ୍ଟିଲେ l

. ମାନ୍ୟବର ବିଧାୟକ, ମାନନୀୟl ମେୟର ଏବଂ ଡେପୁଟି ମେୟରଙ୍କ ସମେତ ବରେଣ୍ୟ ଅତିଥିଙ୍କ ଯୋଗଦାନ l

. ମୋଟ ୨୭,୧୧୨ ଜଣ ପାଇବେ ପେନ୍‌ସନ୍ ସୁବିଧା l

. ୟୁନିଫାଏଡ୍ ପେନ୍‌ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ ଦ୍ୱାରା ଆବେଦନ ଓ ପେନ୍‌ସନ୍ ପ୍ରଦାନ ପ୍ରକ୍ରିୟା ହେବ ସରଳ ଓ ତ୍ୱରାନ୍ୱିତ l

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ସମାଜର ଅସହାୟ, ଆର୍ଥିକ ଦୁର୍ବଳ ଓ ଅବହେଳିତ ବର୍ଗଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍‌ସନ୍ ଯୋଜନା (MBPY) ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳର ଆଉ ୫,୩୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଭାବେ ସାମିଲ କରାଯାଇଛି। ଏହାକୁ ମିଶାଇ ବିଏମ୍‌ସି ଅଞ୍ଚଳରେ ଏହି ଯୋଜନାର ମୋଟ ହିତାଧିକାରୀଙ୍କ ସଂଖ୍ୟା ୨୭,୧୧୨ରେ ପହଞ୍ଚିଛି। ପୂର୍ବରୁ ବିଏମ୍‌ସି ଅଞ୍ଚଳର ୨୧,୭୮୮ ଜଣ ହିତାଧିକାରୀ ଏହି ଯୋଜନାରେ ପେନ୍‌ସନ୍ ପାଉଥିଲେ ।

ଦୀର୍ଘ ଦୁଇ ବର୍ଷ ଧରି ପେନ୍‌ସନ୍ ପାଇବାକୁ ଅପେକ୍ଷା କରିଥିବା ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ ନୂତନ ବ୍ୟବସ୍ଥାରେ ୫,୩୨୪ ଜଣଙ୍କୁ ଚୟନ କରାଯାଇଛି । ଏହା ଦ୍ୱାରା ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ଦୀର୍ଘଦିନର ଅପେକ୍ଷା ପରେ ନିୟମିତ ଆର୍ଥିକ ସହାୟତା ମିଳିବାର ପଥ ସୁଗମ ହୋଇଛି । ନୂତନ ଭାବେ ମନୋନୀତ ୫,୩୨୪ ଜଣଙ୍କ ମଧ୍ୟରେ ୩,୨୨୯ ଜଣ ୬୦ ବର୍ଷ ଓ ତଦୁର୍ଦ୍ଧ୍ୱ ବରିଷ୍ଠ ନାଗରିକ, ୩୩ ଜଣ ୮୦ ବର୍ଷ ଓ ତଦୁର୍ଦ୍ଧ୍ୱ ବରିଷ୍ଠ ନାଗରିକ, ୧,୩୭୮ ଜଣ ବିଧବା ମହିଳା, ୯୧ ଜଣ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ଭିନ୍ନକ୍ଷମ, ୧୫୩ ଜଣ ୬୦ରୁ ୭୯ ପ୍ରତିଶତ ଭିନ୍ନକ୍ଷମ ଏବଂ ୨୩୫ ଜଣ ୪୦ରୁ ୫୯ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ରହିଛନ୍ତି ।

ସେହିପରି ୧୨୨ ଜଣ ଅବିବାହିତ ମହିଳା, ୮୧ ଜଣ ନିଃସହାୟ ଓ ଛାଡ଼ପତ୍ର ପ୍ରାପ୍ତ ମହିଳା ଏବଂ ୨ ଜଣ ତୃତୀୟ ଲିଙ୍ଗୀ ବ୍ୟକ୍ତି ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ଯୋଜନାର ନିୟମ ଅନୁଯାୟୀ, ହିତାଧିକାରୀଙ୍କ ବର୍ଗ ଓ ଯୋଗ୍ୟତା ଆଧାରରେ ମାସିକ ୧,୦୦୦ ଟଙ୍କାରୁ ୩,୫୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍ ପ୍ରଦାନ କରାଯିବ । ୮୦ ବର୍ଷ ଓ ତଦୁର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ୩,୫୦୦ ଟଙ୍କା, ୬୦ରୁ ୭୯ ପ୍ରତିଶତ ଭିନ୍ନକ୍ଷମଙ୍କୁ ୧,୨୦୦ ଟଙ୍କା ଏବଂ ଅନ୍ୟ ନିର୍ଦ୍ଧାରିତ ବର୍ଗର ହିତାଧିକାରୀଙ୍କୁ ୧,୦୦୦ ଟଙ୍କା ଲେଖାଏଁ ପେନ୍‌ସନ୍ ମିଳିବ ।

ପେନ୍‌ସନ୍ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୟୁନିଫାଏଡ୍ ପେନ୍‌ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ (UPMP) ପ୍ରଚଳନ କରିଛନ୍ତି । ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ ଗ୍ରହଣ, ଯୋଗ୍ୟତା ଯାଞ୍ଚ, ହିତାଧିକାରୀ ଚୟନ ଓ ପେନ୍‌ସନ୍ ପ୍ରଦାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯାଇପାରିବ । ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତି ମାସରେ ଆବେଦନ କରୁଥିବା ଯୋଗ୍ୟ ବ୍ୟକ୍ତିମାନେ ଆବେଦନ ଦାଖଲର ଏକ ମାସ ମଧ୍ୟରେ ପେନ୍‌ସନ୍ ସୁବିଧା ପାଇପାରିବେ । ଫଳରେ ଯୋଗ୍ୟ ଆବେଦନକାରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ଏହି ଅବସରରେ ଆୟୋଜିତ ପେନ୍‌ସନ୍ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ ଏବଂ ଭୁବନେଶ୍ୱରର ମେୟର ଯୋଗଦେଇ ପ୍ରତ୍ୟେକ ୱାର୍ଡରୁ ଜଣେ ଲେଖାଏଁ ହିତାଧିକାରୀଙ୍କୁ ପେନ୍‌ସନ୍ ପ୍ରଦାନ କରିଥିଲେ । ଅତିଥିମାନେ ଏହି ଅବସରରେ UPMP ପୋର୍ଟାଲ୍‌ର ଉପଯୋଗିତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଯୋଗ୍ୟ ବ୍ୟକ୍ତିମାନେ କିପରି ସହଜରେ ଆବେଦନ କରି ଶୀଘ୍ର ପେନ୍‌ସନ୍ ସୁବିଧା ପାଇପାରିବେ, ସେ ସମ୍ପର୍କରେ ବୁଝାଇଥିଲେ । ଏହି ପଦକ୍ଷେପ ଦ୍ୱାରା ବରିଷ୍ଠ ନାଗରିକ, ବିଧବା ଓ ଅନ୍ୟ ଅସହାୟ ମହିଳା, ଭିନ୍ନକ୍ଷମ ଏବଂ ତୃତୀୟ ଲିଙ୍ଗୀ ବ୍ୟକ୍ତିମାନେ ନିୟମିତ ଆର୍ଥିକ ସହାୟତା ପାଇ ନିଜର ଜୀବନଧାରଣକୁ ଅଧିକ ସୁରକ୍ଷିତ କରିପାରିବେ ।

ଏହା ସାମାଜିକ ନ୍ୟାୟ, ସମାନତା ଓ ଅନ୍ତର୍ଭୁକ୍ତିମୂଳକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ, ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗ, ଓଡ଼ିଶା ସରକାର, ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ମାନନୀୟା ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର,  ଓ୍ୱାର୍କ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ବେହେରା, ଏଷ୍ଟାବ୍ଲିସମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଦୀପକ କୁମାର ମିଶ୍ର,

ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଅତିରିକ୍ତ କମିଶନର, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଶ୍ରୀମତୀ ଜୟଶ୍ରୀ ବେଉରା ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କର୍ପୋରେଟର ଉପସ୍ଥିତ ଥିଲେ । ଉପସ୍ଥିତ ହିତାଧିକାରୀଙ୍କୁ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଭାତ୍ତା କାର୍ଡ ସହ ସେମାନଙ୍କର ଭତ୍ତା ପ୍ରଦାନ କରିଥିଲେ । ଭତ୍ତା ପାଇବା ପରେ ହିତାଧିକାରୀମାନେ ବେଶ ଖୁସି ପ୍ରକଟ କରିଛନ୍ତି । ଦୀର୍ଘ ଦିନ ପରେ ସେମାନଙ୍କର ଅପେକ୍ଷାର ଅନ୍ତ ଘଟିଲା ବୋଲି କହିଛନ୍ତି । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡେପୁଟି କମିଶନର ଶ୍ରୀମତୀ ସୁଶ୍ରୀତା ଟୁଡୁ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ପେନ୍‌ସନ୍ ଯୋଜନାରେ ବିଏମ୍‌ସି ଅଞ୍ଚଳର ଆଉ ୫,୩୨୪ ହିତାଧିକାରୀ ସାମିଲ

ମଧୁବାବୁ ପେନ୍‌ସନ୍ ଯୋଜନାରେ ବିଏମ୍‌ସି ଅଞ୍ଚଳର ଆଉ ୫,୩୨୪ ହିତାଧିକାରୀ ସାମିଲ

November 14, 2026
ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି

ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି

November 14, 2026
ନବୀନ ଓ ସୁଜାତାଙ୍କୁ ଭେଟିଲେ ବିସିଜେଡି ଵିଜୟୀ ଛାତ୍ର ନେତା

ନବୀନ ଓ ସୁଜାତାଙ୍କୁ ଭେଟିଲେ ବିସିଜେଡି ଵିଜୟୀ ଛାତ୍ର ନେତା

November 14, 2026
ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ହିରୋଇନ୍ ଜବତ ଓ ଜଣେ ଗିରଫ

ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ହିରୋଇନ୍ ଜବତ ଓ ଜଣେ ଗିରଫ

November 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ପେନ୍‌ସନ୍ ଯୋଜନାରେ ବିଏମ୍‌ସି ଅଞ୍ଚଳର ଆଉ ୫,୩୨୪ ହିତାଧିକାରୀ ସାମିଲ

ମଧୁବାବୁ ପେନ୍‌ସନ୍ ଯୋଜନାରେ ବିଏମ୍‌ସି ଅଞ୍ଚଳର ଆଉ ୫,୩୨୪ ହିତାଧିକାରୀ ସାମିଲ

November 14, 2026
ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି

ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି

November 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version