• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଗ୍ଲୋବାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ (GMUN) ୨୦୨୬ ଆରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
November 13, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
GMUN 2026 Brings Together Young Delegates
Share on FacebookShare on TwitterWhatsapp

– ଯୋଗଦେବେ ଓଡ଼ିଶାର ବିଭିନ୍ନ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟର ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ

– ଯୁବପିଢିଙ୍କ ମଧ୍ୟରେ ନେତୃତ୍ଵ , କୂଟନୀତି ଓ ବିଶ୍ୱସହଯୋଗର ଭାବନାକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, କୂଟନୈତିକ ବୁଝାମଣା ଓ ବିଶ୍ୱ ନାଗରିକତାର ଭାବନାକୁ ବିକଶିତ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ତିନିଦିନିଆ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀ ‘ଗ୍ଲୋବାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ (GMUN) ୨୦୨୬’। ନଭେମ୍ବର ୧୩ରୁ ଆରମ୍ଭ ହୋଇ ଏହି ସମ୍ମିଳନୀ ନଭେମ୍ବର ୧୫ରେ ଉଦ୍‌ଯାପିତ ହେବ। ଏଥିରେ ଓଡ଼ିଶାର ବିଭିନ୍ନ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟରୁ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରତିନିଧି ଭାବେ ଯୋଗଦେବେ। ଭୁବନେଶ୍ୱର ଆୟୋଜକ କମିଟି ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ପନ୍ଥନ ଟ୍ରଷ୍ଟ ହୋଷ୍ଟିଂ ପାର୍ଟନର ଭାବେ ସହଯୋଗ କରୁଛି ।

ଶିକ୍ଷକ ଶିକ୍ଷା, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (TE ‘SCERT)ର ନିର୍ଦ୍ଦେଶିକା ଆଇଏଏସ୍ ଶ୍ରୀମତୀ ମଧୁସ୍ମିତା ସାହୁ ସ୍ଥାନୀୟ ଶୀତଲ ହୋଟେଲରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍ଵାସ୍ଥ୍ୟ ଓ କଲ୍ୟାଣ କାର୍ଯ୍ୟକ୍ରମ ( SHWP)ର ରାଜ୍ୟ ପରାମର୍ଶଦାତା ଡ. ସୂର୍ଯ୍ୟପ୍ରକାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ଜାତିସଂଘ ଜନସଂଖ୍ୟା ପାଣ୍ଠି (UNFPA)ର ଏସ୍.ଆର.ଏଚ୍.ଆର (SRHR) ବିଶେଷଜ୍ଞ ଡ. ପ୍ରଦୀପ ପଣ୍ଡା, ପନ୍ଥନ ଟ୍ରଷ୍ଟର ପ୍ରତିଷ୍ଠାତା ମିର୍ଜା ଅବଦୁଲ୍ ଜହିର୍ ବେଗ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଆଗାମୀ ଉଦ୍‌ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲାପାଳ ଡ. ଦିଲ୍ଲୀପ ରାଉତରାୟ ଯୋଗଦେବା ସହିତ ଆଇଏଏସ୍ ଶ୍ରୀମତୀ ସୁଭଶ୍ରୀ ନନ୍ଦ, ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଶିକ୍ଷା ଓ ସାମାଜିକ ବିକାଶ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ । ‘Empowering Voices, Inspiring Change’ (ଦୃଢୋକ୍ତିର ସହ ସ୍ୱର ଉତ୍ତୋଳନ କରିବା,

ପରିବର୍ତ୍ତନକୁ ପ୍ରେରିତ କରିବା) ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି ସମ୍ମିଳନୀରେ ଯୁବ ପ୍ରତିନିଧିମାନେ ଜାତିସଂଘର କାର୍ଯ୍ୟପ୍ରଣାଳୀ ଅନୁକରଣରେ ବିଭିନ୍ନ ଅଧିବେଶନ, ବିତର୍କ, ଆଲୋଚନା, କୂଟନୈତିକ ବୁଝାମଣା ଓ ନୀତିଗତ ଚର୍ଚ୍ଚାରେ ଭାଗ ନେବେ। ବିଭିନ୍ନ ଦେଶର ପ୍ରତିନିଧିତ୍ୱ କରି ଅଂଶଗ୍ରହଣକାରୀମାନେ ବିଶ୍ୱର ବିଭିନ୍ନ ଜଟିଳ ସମସ୍ୟା ଉପରେ ନିଜର ମତ ରଖିବା ସହ ସମାଧାନର ବାଟ ଖୋଜିବେ। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ନେତୃତ୍ୱ, ବକ୍ତୃତା, ସମାଲୋଚନାତ୍ମକ ଚିନ୍ତନ, ନିଷ୍ପତ୍ତି ଗ୍ରହଣ ଏବଂ ସାମୂହିକ ସମସ୍ୟା ସମାଧାନ ଭଳି ଦକ୍ଷତାର ବିକାଶ ହୋଇପାରିବ ।

ଏଥିସହ ବିଭିନ୍ନ ମତ ଓ ଦୃଷ୍ଟିକୋଣକୁ ସମ୍ମାନ ଦେବା ସହ ଗଠନମୂଳକ ଆଲୋଚନା ମାଧ୍ୟମରେ ଜଣେ ଦାୟିତ୍ୱସମ୍ପନ୍ନ ବିଶ୍ୱ ନାଗରିକ ଭାବେ ଗଢ଼ି ଉଠିବାର ସୁଯୋଗ ମିଳିବ। ଏହି ସମ୍ମିଳନୀରେ ମୋଟ ୬ଟି କମିଟି ଗଠନ କରାଯାଇଛି। ସେଗୁଡ଼ିକ ହେଲା ଜାତିସଂଘ ସାଧାରଣ ପରିଷଦ (UNGA), ଜାତିସଂଘ ମାନବାଧିକାର ପରିଷଦ (UNHRC), ଜାତିସଂଘ ଜଳବାୟୁ ପରିବର୍ତ୍ତନ ଢାଞ୍ଚା ସମ୍ମିଳନୀ (UNFCCC), ବ୍ରିକ୍ସ (BRICS), ଲୋକସଭା ଏବଂ ଇଣ୍ଟରନ୍ୟାସ୍‌ନାଲ୍ ପ୍ରେସ୍। ଗ୍ଲୋବାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ (GMUN) ୨୦୨୬ର ସେକ୍ରେଟାରୀ ଜେନେରାଲ୍ ଡ. ଆର୍ଯ୍ୟନ ମିଶ୍ର ସମ୍ମିଳନୀର ସମସ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି ।

ତାଙ୍କୁ ପ୍ରତିଷ୍ଠାତା ଶେଖ୍ ମେହରାଉଦ୍ଦିନ୍‌ ଏବଂ ସହ-ପ୍ରତିଷ୍ଠାତା ସୋହେଲ୍‌ ଜମିଲ ସହଯୋଗ କରୁଛନ୍ତି। ସେହିପରି ପନ୍ଥନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ମିର୍ଜା ଅବଦୁଲ୍ ଜହିର୍ ବେଗ୍ ହୋଷ୍ଟିଂ ପାର୍ଟନର୍ ଭାବେ ସମ୍ମିଳନୀର ସଫଳ ଆୟୋଜନ ପାଇଁ ଆବଶ୍ୟକୀୟ ସାଂଗଠନିକ ସହଯୋଗ ଯୋଗାଇ ଦେଉଛନ୍ତି । ଆସନ୍ତା ନଭେମ୍ବର ୧୫ ତାରିଖରେ ଭୁବନେଶ୍ୱରର ହୋଟେଲ ‘ଦି କ୍ରାଉନ୍‌’ ଠାରେ ଏହି ସମ୍ମିଳନୀର ଉଦ୍‌ଯାପନୀ ସମାରୋହ ଆୟୋଜିତ ହେବ। ଏଥିରେ ବିଶିଷ୍ଟ ଅତିଥି,

ବରିଷ୍ଠ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଭିନ୍ନ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେବେ । ଏହି ଅବସରରେ ସାଂସ୍କୃତିକ ପରିବେଷଣ ସହ ପ୍ରତିଭାବାନ ଅଂଶଗ୍ରହଣକାରୀଙ୍କୁ ସମ୍ମାନିତ କରାଯିବ । ବେଷ୍ଟ ଡେଲିଗେଟ୍ ଆୱାର୍ଡ, ବେଷ୍ଟ ପର୍ଫର୍ମର୍ ଆୱାର୍ଡ ସମେତ ନେତୃତ୍ୱ, କୂଟନୈତିକ ଦକ୍ଷତା ଏବଂ ସକ୍ରିୟ ଅଂଶଗ୍ରହଣ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
GMUN 2026 Brings Together Young Delegates

ଭୁବନେଶ୍ୱରରେ ଗ୍ଲୋବାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ (GMUN) ୨୦୨୬ ଆରମ୍ଭ

November 13, 2026
GMUN 2026 Brings Together Young Delegates

GMUN 2026 Brings Together Young Delegates

November 13, 2026
ବ୍ଲକସ୍ତରୀୟ ଗ୍ରାମସାଥୀ ବୈଠକ

ବ୍ଲକସ୍ତରୀୟ ଗ୍ରାମସାଥୀ ବୈଠକ

November 13, 2026
କଣ୍ଟାବାଞ୍ଜିରେ ମନସୁର ଟ୍ରେଡର୍ସ ଦୋକାନରେ ଅଗ୍ନିକାଣ୍ଡ

କଣ୍ଟାବାଞ୍ଜିରେ ମନସୁର ଟ୍ରେଡର୍ସ ଦୋକାନରେ ଅଗ୍ନିକାଣ୍ଡ

November 12, 2026

Recent News

GMUN 2026 Brings Together Young Delegates

ଭୁବନେଶ୍ୱରରେ ଗ୍ଲୋବାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ (GMUN) ୨୦୨୬ ଆରମ୍ଭ

November 13, 2026
GMUN 2026 Brings Together Young Delegates

GMUN 2026 Brings Together Young Delegates

November 13, 2026
ବ୍ଲକସ୍ତରୀୟ ଗ୍ରାମସାଥୀ ବୈଠକ

ବ୍ଲକସ୍ତରୀୟ ଗ୍ରାମସାଥୀ ବୈଠକ

November 13, 2026
କଣ୍ଟାବାଞ୍ଜିରେ ମନସୁର ଟ୍ରେଡର୍ସ ଦୋକାନରେ ଅଗ୍ନିକାଣ୍ଡ

କଣ୍ଟାବାଞ୍ଜିରେ ମନସୁର ଟ୍ରେଡର୍ସ ଦୋକାନରେ ଅଗ୍ନିକାଣ୍ଡ

November 12, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

GMUN 2026 Brings Together Young Delegates

ଭୁବନେଶ୍ୱରରେ ଗ୍ଲୋବାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ (GMUN) ୨୦୨୬ ଆରମ୍ଭ

November 13, 2026
GMUN 2026 Brings Together Young Delegates

GMUN 2026 Brings Together Young Delegates

November 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version