କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ମୁରିବାହାଲ :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ-ହଳଦୀ ରାସ୍ତାର ଯମୁନା ପାହାଡ଼ ତଳେ ଚାଉଳଫୁଫୁଡ଼ା ଗାଁ ନିକଟ ବୁଲାଣିରେ ବାଇକ୍ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଟିଟିଲାଗଡ଼ ସିଲଭଟାପଡ଼ାର ବାସିନ୍ଦା ତଥା ମୁରିବାହାଲ ବସ୍ତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ଜିତେନ୍ଦ୍ର ସୁନା (୪୦)।
















