ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପବିତ୍ର କାଳୀପୂଜା ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ତ୍ରିନାଥ ବଣିକ ସଂଘ ପକ୍ଷରୁ ଆଜି ୬୦ତମ ବାର୍ଷିକ ପବିତ୍ର ଶ୍ୟମାକାଳୀପୂଜା ଉତ୍ସବ ମହାସମାରୋହରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସଂଘର ଉପଦେଷ୍ଠା ବିଜୟ କୁମାର ସାହୁ , ପଣ୍ଡିତ ବିପିନ ବିହାରୀ ଦାସ ହୋମ କାର୍ଯ୍ୟପରିଚାଳନା କରିଥିଲେ ! ମା ଙ୍କ ନୟନାଭିରାମ ମୂର୍ତ୍ତି ସମ୍ମୁଖରେ ସନ୍ଧ୍ୟାରେ ମହାଆଳତୀର ଶଙ୍ଖ-ଘଣ୍ଟା ଓ ଢୋଲ ନିନାଦରେ ପ୍ରକମ୍ପିତ ହେଉଛି ପରିବେଶ । ଶ୍ରଦ୍ଧାଳୁ ଭକ୍ତଙ୍କ ଗୋଟିଏ ହିଁ ପ୍ରାର୍ଥନା ମା’ ଆମ ଜୀବନରୁ ଅନ୍ଧାର ହରି ଆଲୋକ ଭରି ଦିଅ ।

ମା ଙ୍କ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ନେଇ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ରାତିରେ ଭୁବନେଶ୍ୱର ଆର ଏଲ ଡାନ୍ସ ଗ୍ରୁପ ଦ୍ୱାରା ଆୟୋଜିତ ନୃତ୍ୟ ଦର୍ଶକମାନଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଏହି କାର୍ଯ୍ୟକ୍ରମକୁ ତ୍ରିନାଥ ବଜାର ବଣିକ ସଂଘର ସଭାପତି ଅନିଲ କୁମାର ବେହେରା,ମୁଖ୍ୟ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନ. ସୁକାନ୍ତ କୁମାର ଜେନା. ସନ୍ତୋଷ କୁମାର ସାହୁ.
















