ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନରେ ୧୬ ତମ ବିଜ୍ଞାନମେଳା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୬୭ ଜଣ ପ୍ରକଳ୍ପଧାରି ଭାଗ ନେଇଥିଲେ। ଆୟୋଜିତ ବିଜ୍ଞାନ ମେଳାରେ ବିଚାରପତି ରୂପେ ବନମାଳୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପିକା ଶ୍ରୀମତୀ ଅରୁଣା ପୃଷ୍ଟି ଓ ବିପିନ ବିହାରୀ ଉଚ୍ଚ ବିଦ୍ୟାଳୟ ବାଗଲପୁରର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପିକା ଧଳ ଯୋଗ ଦେଇ ପ୍ରକଳ୍ପଧାରିମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀଙ୍କୁ ମନୋନୟନ କରିଥିଲେ।

ଏଥିରେ ସିନିୟର୍ ଗ୍ରୁପ୍ ରୁ ସୋମନାଥ ସାହୁ (୧ମ) ଜୁନିୟର ବିଭାଗରୁ ମନୋରଞ୍ଜନ ସାହୁ (୧ମ) ସବ୍ ଜୁନିୟର ଗ୍ରୁପ୍ ରୁ ସାଇ ସମ୍ପୂର୍ଣ୍ଣ ସାହୁ (୧ମ) ସ୍ଥାନ ଅଧିକାର ଲାଭ କରିଥିଲେ। ଉପରୋକ୍ତ ଦୁଇ ଜଣ ବିଚାରପତି ବିଜ୍ଞାନମେଳା ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୈଳବାଳା ମେକାପଙ୍କ ତତ୍ତ୍ୱାବଧାନରେ ଏହି ମେଳା କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏଥିରେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଶିବ ପ୍ରସାଦ ଶତପଥୀ ବିଦ୍ୟାଳୟର ଶିକ୍ଷକ ,

ଶିକ୍ଷୟିତ୍ରୀ ଏବଂ,ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଓ ଅନ୍ୟ ସଭ୍ୟବୃନ୍ଦ ସହଯୋଗ କରିଥିଲେ। ଏହି ବିଜ୍ଞାନ ମେଳାରେ ବହୁ ସଂଖ୍ୟକ ଛାତ୍ରାଅଭିଭାବକ ଉପସ୍ଥିତ ରହିଥିଲେ। ଏହି ବିଜ୍ଞାନ ମେଳାରେ ପିଲାମାନଙ୍କ ଦ୍ବାରା ଦୂଷିତ ପରିବେଶକୁ କିପରି ରୋକାଯାଇ ପାରିବ, ସୌରଶକ୍ତି ଉତ୍ପାଦନ, ଔଷଧିୟ ବୃକ୍ଷର ଉପକାରିତା, ଖାଦ୍ୟ ନିରାକରଣ, ବିଭିନ୍ନ ବିଜ୍ଞାନ ଜନିତ ଯନ୍ତ୍ରାଂଶ ଉଦ୍ଭାବନ, ସମେତ ଅନ୍ୟାନ୍ୟ ବହୁ ପ୍ରକଳ୍ପ ପ୍ରଦର୍ଶନ କରାଯାଇଛି ।














