• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
November 9, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଏକାମ୍ର ନିର୍ବାଚନ ମଣ୍ଡଳୀ ବୁଦ୍ଧିଜୀବୀ ମାନଙ୍କୁ ନେଇ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ପରିପ୍ରେକ୍ଷୀରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା। ବିଶ୍ୱର ପ୍ରମୁଖ ବିକଶିତ ରାଷ୍ଟ୍ରଗୁଡିକ ଆଜି ଘୋର ଆର୍ଥିକ ଦୁର୍ଗତି, ସାମାଜିକ ବିଶୃଙ୍ଖଳା ଓ ରାଜନୈତିକ ଅସ୍ଥିରତା ଭଳି ସମସ୍ୟା ଘେରରେ ଛନ୍ଦି ହୋଇପଡିଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଆର୍ଥିକ , ସାମାଜିକ ପ୍ରଗତି ଓ ଗରିବକଲ୍ୟାଣ କାର୍ଯ୍ୟକ୍ରମଗୁଡିକ ଦ୍ରୁତ ଗତିରେ ଆଗେଇ ଚାଲିଛି । ଭାରତ ଏବେ ବିଶ୍ୱର ଦ୍ରୁତ ଆର୍ଥିକ ବିକାଶ କରୁଥିବା ଦେଶ ହୋଇଛି ଓ ଅନେକ କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ଆହ୍ୱାନକ୍ରମେ ରପ୍ତାନି କ୍ଷେତ୍ରରେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରଗତି ସହ ତାଳ ଦେଇ ଓଡିଶା ବର୍ତ୍ତମାନ ଭାରତବର୍ଷର ସେମି-କଣ୍ଡକ୍‌ଟର୍ ହବ, କୃତ୍ରିମ ବୁଦ୍ଧିମତ୍ତା, ଡାଟା ସେଂଟର, ପ୍ରତିରକ୍ଷା ଉତ୍ପାଦନ, ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଦ୍ୱାରା ରାଜ୍ୟର ଅର୍ଥନୀତି, ଗରିବ କଲ୍ୟାଣ ଯୋଜନା ଏବଂ ଭିତ୍ତିଭୂମିର ଉନ୍ନତି ଦ୍ରୁତ ଗତିରେ ହେଉଛି ।

ମୋଦୀଙ୍କ ‘ବିକଶିତ ଭାରତ ୨୦୪୭’ ସଂକଳ୍ପ ସହ ଓଡ଼ିଶାର ‘ଭିଜନ ୨୦୩୬’ ସମ୍ପୂର୍ଣ୍ଣ ରୂପେ ଜଡ଼ିତ । ଓଡିଶା ସରକାର ୨୦୩୬ ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ୫୦୦ ବିଲିଅନ ଡଲାର ଓ ୨୦୪୭ରେ ୧୫୦୦ ବିଲିୟନରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଉପଯୁକ୍ତ ସମ୍ମାନ ମିଳିଛି । ଭାରତ ମଂଡପମ୍‌ରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ପୃଷ୍ଠଭୂମିରେ କୋଣାର୍କ ମନ୍ଦିର ପ୍ରଦର୍ଶନ କରାଯାଇଥିଲାସେହିପରି ନିକଟରେ ପ୍ରଧାନମନ୍ତ୍ରୀ ଜର୍ମାନୀ ଚାନ୍ସେଲରଙ୍କୁ କୋଣାର୍କ ମନ୍ଦିରର ପ୍ରତିକୃତି ପ୍ରଦାନ କରାଯାଇଥିଲା । ମୋଦିଜୀଙ୍କ ୨୦୪୭ ରେ ବିକଶିତ ଭାରତ ସ୍ୱପ୍ନ ଓ କ୍ରିୟାନ୍ୱୟନ ତଥା ଭାରତର ଅଗ୍ରଗତି ହେଉଛି, ଯାହାକୁ କିଛି ବାହ୍ୟ ଶକ୍ତି ବିରୋଧ କରୁଛନ୍ତି । ଏଥିରେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଏହାର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଭୂମିକା ଓ ପ୍ରତ୍ୟକ୍ଷ ସଂପୃକ୍ତି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଷ୍ଟ୍ରହିତ ପାଇଁ ଅତ୍ୟନ୍ତ କ୍ଷତିକାରକ । ବାସ୍ତବରେ ରାହୁଲ ଗାନ୍ଧୀ ବିଦେଶୀ ବିଭାଜନକାରୀ ଶକ୍ତିମାନଙ୍କ ଇସାରାରେ କାମ କରୁଛନ୍ତି। ଭାରତବର୍ଷ ଓ ଏହାର ସଶକ୍ତ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ରାହୁଲ ଗାନ୍ଧୀ ।

୨୦୧୨ ଠାରୁ ଆଜି ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଭାରତର ସମସ୍ତ ସାମ୍ବିଧାନିକ ସଂସ୍ଥା ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଓ ଏଲ୍‌ଆଇସି ଭଳି ରାଷ୍ଟ୍ରାୟତ ଅର୍ଥନୈତିକ ସଂସ୍ଥା ସଂପର୍କରେ ଜନମାନସରେ ସନ୍ଦେହପୂର୍ଣ୍ଣ ଧାରଣା ସୃଷ୍ଟି କରିବାର ବିଫଳ ପ୍ରୟାସ ପଦାରେ ପଡିଛି । ଗତ ୧୨ ବର୍ଷର ମୋଦିଙ୍କ ସରକାର ସମୟରେ ଦେଶରେ ଅତି ଦରିଦ୍ରଙ୍କ ସଂଖ୍ୟା ୨୭.୧% ରୁ ୨.୬% କୁ ଖସି ଆସିଛି । ପ୍ରାୟ ୫୦ କୋଟି ଲୋକ ଅତି ଉତ୍କଟ ଦାରିଦ୍ର‌ ସୀମାରେଖାର ଉର୍ଦ୍ଧ୍ୱକୁ ଉଠିଛନ୍ତି । ଆର୍ଥିକ ବିକାଶ ସହିତ ଦେଶରେ ଦାରିଦ୍ୟ ହ୍ରାସ ପାଉଛି । ବିଶ୍ୱର ବିଭିନ୍ନ ସଂସ୍ଥାଗୁଡିକ ଯେଉଁ ଦେଶମାନଙ୍କୁ ‘ହାପିନେସ୍ ଇଣ୍ଡେକ୍ସ’ ବା ‘ଖୁସି ସୂଚନାଙ୍କ’ର ଶୀର୍ଷ ସ୍ଥାନରେ ଥିବାର ଦେଖାଉଥିଲା, ବର୍ତ୍ତମାନ ସେହି ଦେଶମାନଙ୍କରେ ଏବେ ବ୍ୟାପକ ହିଂସା ଓ ଅରାଜକତା ଘଟୁଥିବାବେଳେ ଭାରତରେ ଜନସାଧାରଣ ମୋଦିଜୀଙ୍କ ନେତୃତ୍ୱାଧିନ ବିଜେପି ସରକାରରେ ଖୁସିରେ ଅଛନ୍ତି । କିନ୍ତୁ କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ଏହି ପ୍ରଗତିକୁ ସହି ନପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି ।

ସେମାନେ ନିର୍ବାଚନକୁ ନେଇ ଇଭିଏମ୍ ଓ ନିର୍ବାଚନ କମିଶନ ଭଳି ଗଣତାନ୍ତ୍ରିକ ଅନୁଷ୍ଠାନକୁ ବଦନାମ କରୁଛନ୍ତି, ସୁପ୍ରିମକୋର୍ଟକୁ ଅସମ୍ମାନ କରୁଛନ୍ତି, ଆକାଶବାଣୀ କେନ୍ଦ୍ର ଭିତରକୁ ଧସେଇ ପଶୁଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇ ଅରାଜକତା ସୃଷ୍ଟି କରିବା ସହ ଭାରତୀୟ ଗଣତାନ୍ତ୍ରୀକ ବ୍ୟବସ୍ଥାକୁ ଦୁର୍ବଳ କରିବାର ଘୃଣ୍ୟ ପ୍ରୟାସ କରୁଛନ୍ତି । କଂଗ୍ରେସର ଏହି ଭଳି ଆଚରଣକୁ ଦେଶବାସୀ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଛନ୍ତି । କଂଗ୍ରେସ କାହିଁକି ନିର୍ବାଚନ ହାରୁଛି ତାହାର ସମୀକ୍ଷା ନକରି ନିର୍ବାଚନ କମିଶନଙ୍କୁ ଓ ଏସ୍‌ଆଇଆର୍ ପ୍ରକ୍ରିୟାକୁ ଦୋଷ ଦେଉଛି । ଭାରତୀୟ ଜନତା ପାର୍ଟି ୨୦୧୪ ମସିହାରେ କେନ୍ଦ୍ରରେ ସରକାର ଗଠନ ପୂର୍ବରୁ କଂଗ୍ରେସ ଦୀର୍ଘ ସମୟ ଧରି କ୍ଷମତାରୁ ବାହାର ରହିଆସିଛି । ୨୦୦୦ ରୁ ଓଡ଼ିଶାରେ, ୧୯୯୫ ରୁ ଗୁଜରାଟରେ, ୧୯୯୦ରୁ ଉତ୍ତର ପ୍ରଦେଶ ଏବଂ ବିହାରରେ ସରକାର ଗଠନ କରିନାହିଁ । ୭୦ ଦଶକରୁ ତାମିଲନାଡୁରେ, ୧୯୭୭ରୁ ବେଙ୍ଗଲରେ କ୍ଷମତାରେ ନାହିଁ ।

କେରଳରେ ମୁସଲିମ ଲିଗ୍ ଏବଂ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ସାହାଯ୍ୟ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଯଥାକ୍ରମେ ୱାଇନାଡ୍ ଓ ରାଇବରେଲୀର ଲୋକସଭା ଆସନରୁ ଜିତୁଥିବାବେଳେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିକୁ ଆହ୍ୱାନ ଦେବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ଏସ୍‌ଆଇଆର୍‌କୁ ନେଇ ବିରୋଧୀଙ୍କ ଅପପ୍ରଚାର ଅତ୍ୟନ୍ତ ଅମୂଳକ, ଅଯୌକ୍ତିକ ଏବଂ ଭ୍ରମାତ୍ମକ । ଏହା ଦୀର୍ଘ ଦିନର କ୍ଷମତାରୁ ବାହାରେ ରହିବାର ଓ ହତାଶାର ପ୍ରଳାପ । କଂଗ୍ରେସର ଅଭିଯୋଗ ଅନୁଯାୟୀ ଯେଉଁ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ନୂଆ ଭୋଟର ତାଲିକାରୁ କଟାଯାଇଛି ସେଥିରୁ ୨.୮ କୋଟି ମୃତ, ୬.୩୦ କୋଟି ଭୋଟର ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ୧ କୋଟି ଏକାଧିକ ସ୍ଥାନରେ ପଂଜୀକୃତ ଏବଂ ୩.୦୧ କୋଟି ଭୋଟର ନିଜ ଠିକଣାରେ ଅନୁପସ୍ଥିତ । ଏହି ଭୋଟରମାନଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ ଆଇନ ଅନୁଯାୟୀ ନୋଟିସ୍ ଦିଆଯାଇଛି । ଏଭଳି ଭୋଟରଙ୍କ ପାଇଁ କଂଗ୍ରେସ ଦଳ କୁମ୍ଭୀର କାନ୍ଦଣା କାନ୍ଦି ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ବେନିୟମ ଭାବେ ସାମିଲ କରିବାର ଉଦ୍ୟମ ଭାରତବର୍ଷର ଏକତା ଓ ଅଖଣ୍ଡତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଂଗ୍ରେସ ଶାସିତ କେରଳ ରାଜ୍ୟର ଗୃହମନ୍ତ୍ରୀ ରମେଶ ଚେନିଥେଲିବାଲା, ତିରୁଅନନ୍ତପୁରମର ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶଶୀ ଥରୁର ଏବଂ କର୍ଣ୍ଣାଟକର ସରକାର ମନ୍ତ୍ରୀମାନେ ସଂପ୍ରତି ଏସ୍‌ଆଇଆର୍ ପ୍ରକ୍ରିୟା ଯୋଗୁଁ ଉକ୍ତ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଛି ବୋଲି ଭୂୟସୀ ପ୍ରଶଂସା କରିଛନ୍ତି । ଭୋଟର ତାଲିକାରେ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ପ୍ରକ୍ରିୟାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଏଲ୍‌ଓ ନିଯୁକ୍ତ ହୋଇଥାନ୍ତି । ସେହିପରି ରାଜନୈତିକ ଦଳଗୁଡ଼ିକ ନିଜ ପକ୍ଷରୁ ବିଏଲ୍‌ଏ ନିଯୁକ୍ତି କରିଥାନ୍ତି । ଦେଶରେ ୧୨ ଲକ୍ଷ ବିଏଲ୍‌ଓ ଏବଂ ୨୨ ଲକ୍ଷ ବିଏଲ୍‌ଏ ନିଯୁକ୍ତି ହୋଇଛନ୍ତି । ତେବେ କଂଗ୍ରେସର ବିଏଲ୍‌ଏମାନେ କ’ଣ ଶୋଇପଡ଼ିଥିଲେ ନା ଅନ୍ୟ କିଛି ନିଶାରେ ଥିଲେ। ଭୋଟର ତାଲିକା ଯାଞ୍ଚ ସମୟରେ ସେମାନେ ତାଲିକାରେ ସ୍ୱାକ୍ଷର କରିଥିଲେ କି ନାହିଁ ଏବଂ ଆପତ୍ତି ଥିଲେ କାହିଁକି ଅଭିଯୋଗ ଉଠାଇନଥିଲେ? ସେହିଭଳି ଜିଲ୍ଲା ଓ ରାଜ୍ୟସ୍ତରରେ କଂଗ୍ରେସର ପ୍ରାଧିକୃତ ଅଧିକାରୀମାନେ କୌଣସି ଅଭିଯୋଗ ଦାଖଲ କରିନଥିବାବେଳେ ରାହୁଲ ଗାନ୍ଧୀଙ୍କ ଏଭଳି ଉଦ୍ଭଟ ଓ ଅବାସ୍ତବ ଅଭିଯୋଗ ତାଙ୍କ ବାଲ୍ୟ ଚପଳତା ।

କଂଗ୍ରେସ ଶାସନ କାଳରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ପ୍ରଶାସନିକ ସୁପାରିଶ ଆଧାରରେ ନିଯୁକ୍ତି ମିଳୁଥିଲା । ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ଏଥିରେ ସଂସ୍କାର କରାଯାଇ ଏକ ତିନିଜଣିଆ କମିଟିରେ ପ୍ରଧାନମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତାଙ୍କୁ ଅନ୍ତଭୁର୍କ୍ତ କରାଯାଇଛି । କଂଗ୍ରେସ ବଡ଼ ବଡ଼ କଥା କହୁଥିବା ବେଳେ ନିଜ ଶାସିତ ରାଜ୍ୟମାନଙ୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତି କମିଟିରେ ବିରୋଧୀ ଦଳ ନେତାଙ୍କୁ କହିଁକି ରଖୁନାହିଁ ? ଟି.ଏନ.ଶେଷାନ, ଏମ.ଏସ.ଗିଲଙ୍କ ଭଳି ମୁଖ୍ୟ ନିର୍ବାଚନ କମିଶନମାନେ କିଭଳି କଂଗ୍ରେସ ଦଳ ପାଇଁ କାମ କରି ପରେ କଂଗ୍ରେସରୁ ନିର୍ବାଚନ ଲଢ଼ି ମନ୍ତ୍ରୀ ପଦ ହାତେଇଥିଲେ, ତାହା ସମସ୍ତେ ଜାଣିଛନ୍ତି ।

ସେହିପରି ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ନିର୍ବାଚନ କମିଶନ କିପରି ସାରା ଦେଶରେ ନିର୍ବାଚନକୁ ଘୁଂଚାଇ କଂଗ୍ରେସ ସପକ୍ଷରେ ଭୋଟ କରାଇବାକୁ ଚେଷ୍ଟା କରିଥିଲେ ତାହା ମଧ୍ୟ ଦେଶବାସୀ ଭୁଲିନାହାନ୍ତି । ସେହି କଂଗ୍ରେସ ଦଳ ଆଜି ନିର୍ବାଚନ ଓ ନିର୍ବାଚନ କମିଶନଙ୍କୁ ଆକ୍ଷେପ କରିବା ପୂର୍ବରୁ ନିଜକୁ ନିଜେ ଆତ୍ମଚିନ୍ତନ କରିବା ଉଚିତ । ଏହି ଅବସରରେ ବକ୍ତା ଭାବେ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ,ରାଜ୍ୟ ସାଧାରଣ ସମ୍ପାଦିକା ପୂଣ୍ଣିମା ନାୟକ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମି ମହାପାତ୍ର, ଉତ୍ତର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରିୟ ଦର୍ଶୀ ମିଶ୍ର,ବୋଉ ଫାଉଣ୍ଡେସନ ପତିଷ୍ଠାତା ଅତୀଶ ମହାନ୍ତି,ଜିଲ୍ଲା ସାଦରଣ ସମ୍ପାଦକ ତାପସ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

November 9, 2026
Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

November 9, 2026
ପଞ୍ଚାୟତରେ ରିଲିଫ ତାତି : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ଚାଉଳ ଓ ଟଙ୍କା ବଣ୍ଟନ ଆରମ୍ଭ

ପଞ୍ଚାୟତରେ ରିଲିଫ ତାତି : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ଚାଉଳ ଓ ଟଙ୍କା ବଣ୍ଟନ ଆରମ୍ଭ

November 9, 2026
ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ : ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ : ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ

November 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

November 9, 2026
Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

November 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version