No Result
View All Result

ଡାକ୍ତରୀ ପଢ଼ିବାକୁ ପିଏମପି ମେଡିକାଲ କଲେଜରେ ଯୋଗଦେଲେ ମନିସ; ବିଭିନ୍ନ ବର୍ଗରୁ ଶୁଭେଚ୍ଛା
କୋରାଇ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଚଳିତ ବର୍ଷ ସର୍ବଭାରତୀୟ ଡାକ୍ତରୀ ଶିକ୍ଷା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିବା କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡ଼ିଆ ଗ୍ରାମର ମନିସ ରଞ୍ଜନ ମଲ୍ଲିକ ଡାକ୍ତରୀଶିକ୍ଷା ଲାଗି ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକଲ କଲେଜରେ ନାମ ଲେଖାଇଛନ୍ତି । କଲେଜର ହ୍ୱାଇଟକୋଟ ସେର୍ମନୀରେ ଡିନ ତଥା ଅଧ୍ୟକ୍ଷା କୀର୍ତିରେଖା ମହାପାତ୍ରଙ୍କ ଉପସ୍ଥିତିରେ ଡାକ୍ତର ହୋଇ ନିସ୍ୱାର୍ଥପର ଭାବେ ରୋଗୀ ସେବାଲାଗି ଶପଥ ଗ୍ରହଣ କରିଛନ୍ତି ।

ସେ କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ସ୍ଥିତ ‘ପ୍ରୟାସ କଲେଜ ରେ +୨ ବିଜ୍ଞାନରେ ପାସ କରିବା ପରେ ସେଠାରେ ‘ନିଟ’ କୋଚିଙ୍ଗ ନେଉଥିଲେ । ‘ନିଟ’ ପରୀକ୍ଷାରେ ମୋଟ ୭୨୦ରୁ ୫୬୪ନମ୍ବର ରିଖି ସର୍ବଭାରତୀୟ ସ୍ତରରେ ୨୬୯୮୭ ର୍ୟାଙ୍କରଖି ଯୋଗ୍ୟତା ଅର୍ଜ୍ଜନ କରିଥିଲେ । ସଫଳତା ହାସଲ କରିଥିବା ମନିସ ତାଳଗଡ଼ିଆ ଗ୍ରାମର ତଥା ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ମଳୟ କୁମାର ମଲ୍ଲିକ ଓ ରଶ୍ମିରେଖା ମଲ୍ଲିକଙ୍କ ପୁଅ ଏବଂ ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତଙ୍କ ଭଣଜା ଅଟନ୍ତି ।

ଏ ସଫଳତାର ଶ୍ରେୟ ତାଙ୍କ ଜେଜେ ପ୍ରାଧ୍ୟାପକ ଗୋକୁଳାନନ୍ଦ ମଲ୍ଲିକ ଓ ବପା-ମାଆ, ବଡବାପାଙ୍କ ସମେତ ‘ପ୍ରୟାସ’ର ଚେୟାରମ୍ୟାନ ନିହାରରଞ୍ଜନ ଦାସ ସହ ଅଧ୍ୟାପକ/ଅଧ୍ୟାପିକ ଏବଂ ପ୍ରୀତିରଞ୍ଜନ ବଳ ଓ ରଶ୍ମିତା ମିଶ୍ର ପ୍ରମୁଖ ଗାଇଡମାନଙ୍କ ପରାମର୍ଶ ତଥା ସମୟୋଚିତ ଶିକ୍ଷାଦାନ ଯୋଗୁ ଏସଫଳତା ମିଳିପାରିଛି ବୋଲି ମନିସ କହିଛନ୍ତି । ଗୁରୁଜନଙ୍କ ଆଶୀର୍ବାଦରୁ ସେ ଜଣେ ‘ହୃଦରୋଗ ବିଶେଷଜ୍ଞ’ ଡାକ୍ତର ହୋଇ ଜନସେବା କରିବାକୁ ଆଶା ରଖିଥିବା କହିଛନ୍ତି ମନିସ ।

ଏହି ସଫଳତା ପାଇଁ ଏସଟି ଜାଭିୟର ଇଂଟର ନେସନାଲ ସ୍କୁଲର ଚେୟାରମ୍ୟାନ ଇଂ ଆଲେକଜାଣ୍ଡାର ଦାସ, ଡଃ ସୂର୍ଯ୍ୟମଣି ଖୁଂଟିଆ, ଶିକ୍ଷାଦ୍ୟୋଗୀ ଡଃ ଅଭୟ ପତି, ବରିଷ୍ଠ ସାମ୍ବାଦିକ ଉଦୟ ନାଥ ଖଣ୍ଡାଇ, ସୁବାସ ଧଳ, ଶିକ୍ଷାବିତ ଦେବପ୍ରକାଶ ସାହୁ, ବିଜୟ କୁମାର ଧଳ, ଅଧ୍ୟାପକ ଅରୁଣ କୁମାର ମିଶ୍ର, ଦୟାନିଧି ନାୟକ, ସ୍ନେହଲତା ଦେଇଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତା’ର ଉତରୋତର ଉନ୍ନତି କାମନା କରିଛନ୍ତି ।


No Result
View All Result