ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବାଲୁକା ଶିଳ୍ପୀ ତଥା ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ ଓଡ଼ିଶାର ଗର୍ବ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡ. ଅଶୋକ କୁମାର ମହାପାତ୍ରଙ୍କୁ ବାଲୁକା ଆନିମେସନ ମାଧ୍ୟମରେ ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସ୍ୱତନ୍ତ୍ର ବାଲୁକା ଆନିମେସନଟି ପୁରୀସ୍ଥିତ ମାନସ କୁମାର ସାହୁଙ୍କ ନିଜସ୍ୱ ଷ୍ଟୁଡିଓରେ ପ୍ରସ୍ତୁତ କରାଯାଇଛି ।
















