ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଦୀପାବଳୀ ଆସିଲେ ବାଣ ବଜାରରେ ଦେଖିବାକୁ ମିଳେ ଚଳଚଞ୍ଚଳତା। ଏହି ସମୟରେ ବାଣ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବାକୁ ଅନେକ ବ୍ୟବସାୟୀ ଆଗ୍ରହ ପ୍ରକାଶ କରନ୍ତି। ହେଲେ ବାଣ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନର ସମୟସୀମା ଓ ବାଣ ସଂଗ୍ରହ କରିବାର ବାସ୍ତବ ସ୍ଥିତିକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ପ୍ରଶାସନର ନିୟମ ଓ ବ୍ୟବସାୟର ଆବଶ୍ୟକତା ମଧ୍ୟରେ ରହିଥିବା ଏହି ତାଳମେଳ ଅଭାବ ବ୍ୟବସାୟୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଅଭିଯୋଗ ଅନୁଯାୟୀ, ଦୀପାବଳୀର ମାତ୍ର ଦୁଇ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଉଛି।
















