ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲାରେ ଗୋରୁ ଚାଲାଣକୁ ନେଇ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଏକ ଛୋଟ ପିକ୍ଅପ୍ ଗାଡ଼ିରେ ଅତ୍ୟନ୍ତ ଅମାନବୀୟ ଭାବେ ୬ଟି ଗାଈଗୋରୁଙ୍କୁ ବୋଝେଇ କରି ଚାଲାଣ କରାଯାଉଥିବା ବେଳେ ରାଷ୍ଟ୍ରୀୟ ବଜରଙ୍ଗ ଦଳର କର୍ମୀ ମାନେ ଗାଡ଼ିକୁ ଅଟକାଇ ଗୋରୁଗୁଡ଼ିକୁ ଉଦ୍ଧାର କରିଛନ୍ତି । ଏଥିସହ ଗାଡ଼ିରେ ଥିବା ଦୁଇଜଣଙ୍କୁ ଧରି ବାଲିଗୁଡ଼ା ପୋଲିସର ଜିମା ଦେଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଏକ ପିକ୍ଅପ୍ ଗାଡ଼ିରେ ୬ଟି ଗାଈଗୋରୁଙ୍କୁ ବୋଝେଇ କରି ବାଲିଗୁଡ଼ା ଦେଇ ତୁମୁଡ଼ିବନ୍ଧ ରାସ୍ତାରେ ନିଆଯାଉଥିଲା।
















