
ଗଜପତି ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ନୂଆଗଡ଼ :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରେ ରହିଥିବା ଅନେକ ପଞ୍ଚାୟତରେ ଗ୍ରାମାଞ୍ଚଳରେ ବାତ୍ୟା ର ରୂପ ବଢ଼ିବାରେ ଲାଗିଛି । ସକାଳ ସମୟରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ତୁହାକୂ ତୁହା ବର୍ଷା ପବନ ବହିବାରେ ଆରମ୍ଭ ହୋଇଯାଇଛି ।

ପ୍ରବଳ ବର୍ଷା ସାଙ୍ଗକୁ ପବନ ର ବେଗ ବଢୁଥିବା ଫଳରେ ଲୋକଙ୍କ ମଧ୍ୟରେ ବାତ୍ୟାର ଭୟ ଜାରି ରହିଛି । ଚାଷ ଜମିରେ ଧାନ ଠାରୁ ଆରମ୍ଭ କରି ପନିପରିବା ଚାରା, କଦଳୀ, କାଜୁ ଫସଲ ରହିଥିବାରୁ ବାତ୍ୟା କୁ ନେଇ ଚାଷୀ ମଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି ।

ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ବଢୁଥିବାରୁ ତଳିଆ ଅଞ୍ଚଳରେ ଥିବା ପାଚିଲା ଧାନ ସହ ପନିପରିବା ଚାରା ଚାଷ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରୁ ଜୟସେନ୍ ରଇତ ଙ୍କ ରିପୋର୍ଟ ଓଡ଼ିଶା ତାଜା ନ୍ଯୁଜ୍ ।














